ଦୁବାଇରୁ ସାଙ୍ଗରେ କେତେ ସୁନା ଆଣି ପାରିବେ ଭାରତ? ଜାଣନ୍ତୁ ଲିମିଟ୍ ଓ କଷ୍ଟମଡ୍ୟୁଟି ଚାର୍ଜ

ନୂଆଦିଲ୍ଲୀ ୨୩।୯: ଭାରତରେ ସୁନାର ମୂଳ ମୂଲ୍ୟ ସହିତ ଏହା ଉପରେ ଶୁଳ୍କ ବି ଲାଗୁ ହୁଏ। ଏଣୁ ଭାରତରେ ସୁନା ମୂଲ୍ୟ ବହୁତ ବଢିଯାଏ। ଖାସ ଏହି କାରଣରୁ ଦୁବାଇ ଯାଉଥିବା ଟୁରିଷ୍ଟ ସେଠାରୁ ସୁନା କିଣି ସାଙ୍ଗରେ ନେଇ ଆସନ୍ତି। କାରଣ ସେ ଦେଶରେ ସୁନା ଉପରେ କୌଣସି ଶୁଳ୍କ ହିଁ ନାହିଁ। ତେବେ ଦୁବାଇରୁ ସୁନା କିଣି ଟୁରିଷ୍ଟ ଭାରତ ଫେରିବା ବେଳେ କେବେ କେବେ ବିମାନ ବନ୍ଦରରେ ଫଶି ଯାଆନ୍ତି। କଷ୍ଟମ ଡ୍ୟୁଟି ସମ୍ପର୍କରେ ଜଣା ନଥିବାରୁ ସେମାନେ ଏପରି ଅସୁବିଧାରେ ପଡନ୍ତି। ପୁରୁଷଙ୍କ ଲାଗି ଡ୍ୟୁଟି ଫ୍ରି ଗୋଲ୍ଡର ସୀମା କେତେ? ଦୁବାଇରୁ ଭାରତ ଆସିବା ସମୟରେ ଜଣେ ପୁରୁଷ ଯାତ୍ରୀ ନିଜ ସହ ୨୦ ଗ୍ରାମ (୫୦ ହଜାର ଟଙ୍କା ପର୍ଯ୍ୟନ୍ତ) ସୁନା ଆଣି ପାରିବେ। ଏଥି ପାଇଁ ଯାତ୍ରୀଙ୍କୁ କଷ୍ଟମ ଡ୍ୟୁଟି ଦେବାକୁ ପଡି ନଥାଏ। ଏହି ମୂଲ୍ୟ ମଧ୍ୟରେ ସେ ସ୍ୱର୍ଣ୍ଣ ମୁଦ୍ରା ଅଥବା ବାର ସାଙ୍ଗରେ ଆଣି ପାରିବେ। ଯଦି ସୁନାର ମାତ୍ରା ୨୦ ଗ୍ରାମ ବା ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ତେବେ ଅତିରିକ୍ତ ଗ୍ରାମ ପାଇଁ କଷ୍ଟମ ଡ୍ୟୁଟି ଦେବାକୁ ପଡିବ। ପୁରୁଷଙ୍କ ଲାଗି କଷ୍ଟମ ଡ୍ୟୁଟି କେତେ? ଯଦି କୌଣସି ପୁରୁଷ ଯାତ୍ରୀ ନିଜ ସହିତ ୨୦ରୁ ୫୦ ଗ୍ରାମ ସୁନା ଆଣନ୍ତି ତେବେ ତାଙ୍କୁ କଷ୍ଟମ ଡ୍ୟୁଟି ରୂପେ ସୁନା ମୂଲ୍ୟର ୩ ପ୍ରତିଶତ ପୈଠ କରିବାକୁ ପଡିବ। ଯଦି ସେ ସାଙ୍ଗରୁ ୫୦ରୁ ୧୦୦ ଗ୍ରାମ ସୁନା ଆଣନ୍ତି ତେବେ  କଷ୍ଟ ଡ୍ୟୁଟି ୬ ପ୍ରତିଶତ ପୈଠ କରିବାକୁ ପଡିବ। ୧୦୦ ଗ

ଦୁବାଇରୁ ସାଙ୍ଗରେ କେତେ ସୁନା ଆଣି ପାରିବେ ଭାରତ? ଜାଣନ୍ତୁ ଲିମିଟ୍ ଓ କଷ୍ଟମଡ୍ୟୁଟି ଚାର୍ଜ

ନୂଆଦିଲ୍ଲୀ ୨୩।୯: ଭାରତରେ ସୁନାର ମୂଳ ମୂଲ୍ୟ ସହିତ ଏହା ଉପରେ ଶୁଳ୍କ ବି ଲାଗୁ ହୁଏ। ଏଣୁ ଭାରତରେ ସୁନା ମୂଲ୍ୟ ବହୁତ ବଢିଯାଏ। ଖାସ ଏହି କାରଣରୁ ଦୁବାଇ ଯାଉଥିବା ଟୁରିଷ୍ଟ ସେଠାରୁ ସୁନା କିଣି ସାଙ୍ଗରେ ନେଇ ଆସନ୍ତି। କାରଣ ସେ ଦେଶରେ ସୁନା ଉପରେ କୌଣସି ଶୁଳ୍କ ହିଁ ନାହିଁ। ତେବେ ଦୁବାଇରୁ ସୁନା କିଣି ଟୁରିଷ୍ଟ ଭାରତ ଫେରିବା ବେଳେ କେବେ କେବେ ବିମାନ ବନ୍ଦରରେ ଫଶି ଯାଆନ୍ତି। କଷ୍ଟମ ଡ୍ୟୁଟି ସମ୍ପର୍କରେ ଜଣା ନଥିବାରୁ ସେମାନେ ଏପରି ଅସୁବିଧାରେ ପଡନ୍ତି। 

ପୁରୁଷଙ୍କ ଲାଗି ଡ୍ୟୁଟି ଫ୍ରି ଗୋଲ୍ଡର ସୀମା କେତେ?
 ଦୁବାଇରୁ ଭାରତ ଆସିବା ସମୟରେ ଜଣେ ପୁରୁଷ ଯାତ୍ରୀ ନିଜ ସହ ୨୦ ଗ୍ରାମ (୫୦ ହଜାର ଟଙ୍କା ପର୍ଯ୍ୟନ୍ତ) ସୁନା ଆଣି ପାରିବେ। ଏଥି ପାଇଁ ଯାତ୍ରୀଙ୍କୁ କଷ୍ଟମ ଡ୍ୟୁଟି ଦେବାକୁ ପଡି ନଥାଏ। ଏହି ମୂଲ୍ୟ ମଧ୍ୟରେ ସେ ସ୍ୱର୍ଣ୍ଣ ମୁଦ୍ରା ଅଥବା ବାର ସାଙ୍ଗରେ ଆଣି ପାରିବେ। ଯଦି ସୁନାର ମାତ୍ରା ୨୦ ଗ୍ରାମ ବା ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ତେବେ ଅତିରିକ୍ତ ଗ୍ରାମ ପାଇଁ କଷ୍ଟମ ଡ୍ୟୁଟି ଦେବାକୁ ପଡିବ। 

ପୁରୁଷଙ୍କ ଲାଗି କଷ୍ଟମ ଡ୍ୟୁଟି କେତେ?
 ଯଦି କୌଣସି ପୁରୁଷ ଯାତ୍ରୀ ନିଜ ସହିତ ୨୦ରୁ ୫୦ ଗ୍ରାମ ସୁନା ଆଣନ୍ତି ତେବେ ତାଙ୍କୁ କଷ୍ଟମ ଡ୍ୟୁଟି ରୂପେ ସୁନା ମୂଲ୍ୟର ୩ ପ୍ରତିଶତ ପୈଠ କରିବାକୁ ପଡିବ। ଯଦି ସେ ସାଙ୍ଗରୁ ୫୦ରୁ ୧୦୦ ଗ୍ରାମ ସୁନା ଆଣନ୍ତି ତେବେ  କଷ୍ଟ ଡ୍ୟୁଟି ୬ ପ୍ରତିଶତ ପୈଠ କରିବାକୁ ପଡିବ। ୧୦୦ ଗ୍ରାମରୁ ଅଧିକ ସୁନା ଆଣିଥିବେ ତାଙ୍କୁ ୧୦ ପ୍ରତିଶତ କଷ୍ଟମ ଡ୍ୟୁଟି ଦେବାକୁ ପଡିବ। 

ମହିଳା ଡ୍ୟୁଟି ଫ୍ରି ଆଣି ପାରିବେ କେତେ ସୁନା?
 ଦୁବାଇରୁ ଆସୁଥିବା ମହିଳା ଯାତ୍ରୀଙ୍କ ଡ୍ୟୁଟି ଫ୍ରି ଗୋଲ୍ଡ ଲିମିଟ ୪୦ ଗ୍ରାମ ରହିଛି। ଯାହାର ସର୍ବାଧିକ ମୂଲ୍ୟ ୧ ଲକ୍ଷ ଟଙ୍କା। ଦୁବାଇରୁ ଆସିବା ବେଳେ ମହିଳା ଏହି ପରିମାଣର ସୁନା ମୁଦ୍ରା ବା ଜ୍ୱେଲରୀ ଆକାରରେ ବା ବାର ଆକାରରେ ଆଣି ପାରିବେ। ଏହି ସୀମାରୁ ଅଧିକ ସୁନା ଆଣିଲେ ତାଙ୍କୁ କଷ୍ଟମ ଡ୍ୟୁଟି ପୈଠ କରିବାକୁ ପଡିବ। 

ମହିଳା ଦୁବାଇରୁ ଭାରତ ସୁନା ଆଣିଲେ କେତେ ପଡିବ କଷ୍ଟମ ଡ୍ୟୁଟି?
 ଯଦି କୌଣସି ମହିଳା ଯାତ୍ରୀ ସାଙ୍ଗରେ ୪୦ରୁ ୧୦୦ ଗ୍ରାମ ସୁନା ଆଣିଥାନ୍ତି ତାଙ୍କୁ ୩ ପ୍ରତିଶତ କଷ୍ଟମ ଡ୍ୟୁଟି ଦେବାକୁ ପଡିଥାଏ। ଯଦି ସେ ୧୦୦ରୁ ୨୦୦ ଗ୍ରାମ ସୁନା ଆଣିଥାନ୍ତି ତେବେ ତାଙ୍କୁ ୬ ପ୍ରତିଶତ ସୀମା ଶୁଳ୍କ ଦେବାକୁ ପଡେ। ୨୦୦ ଗ୍ରାମରୁ ଅଧିକ ସୁନା ସାଙ୍ଗରେ ଥିଲେ ୧୦ ପ୍ରତିଶତ କଷ୍ଟମ ଡ୍ୟୁଟି ପୈଠ କରିବାକୁ ହୁଏ। 

ଦୁବାଇରୁ ଭାରତକୁ ସ୍ୱର୍ଣ୍ଣମୁଦ୍ରା ଆଣିଲେ କେତେ ଲାଗିବ କଷ୍ଟମ ଡ୍ୟୁଟି?
 ଯଦି ଦୁବାଇରୁ ଅଣାଯାଇଥିବା ସ୍ୱର୍ଣ୍ଣ ମୁଦ୍ରାର ମୋଟ ଓଜନ ପ୍ରତି ଯାତ୍ରୀ ୧୦୦ ଗ୍ରାମରୁ କମ ତେବେ ସ୍ୱର୍ଣ୍ଣ ମୁଦ୍ରା ଉପରେ ୧୦ ପ୍ରତିଶତ କଷ୍ଟମ ଡ୍ୟୁଟି ଲାଗିବ। ଯଦି ଅଣାଯାଇଥିବା ସ୍ୱର୍ଣ୍ଣ ମୁଦ୍ରାର ଓଜନ ୨୦ ଗ୍ରାମ ଥାଏ ତେବେ ଏଥି ପାଇଁ କୌଣସି କଷ୍ଟମ ଡ୍ୟୁଟି ଦେବାକୁ ପଡିବ ନାହିଁ। ଦୁବାଇରୁ ଭାରତ ସୁନା ଆଣିବା ପାଇଁ ଯାତ୍ରୀଙ୍କ ପାଖରେ କଷ୍ଟମ ଅଧିକାରୀଙ୍କୁ ଦେଖାଇବା ପାଇଁ କିଛି କାଗଜପତ୍ର ଥିବା ଜରୁରି। ଯେପରିକି ସୁନା କ୍ରୟର ରସିଦ, ସୁନା ସୁଦ୍ଧତାର ସାର୍ଟିଫିକେଟ, ଯଦି ସୁନା ବାର ଆଣୁଥାନ୍ତି ଏହାର ଓଜନ ଏବଂ ସିରିୟେଲ ନମ୍ବର ସମ୍ପର୍କିତ କାଗଜପତ୍ର ପାଖରେ ଥିବା ଦରକାର। 

ଯଦି କୌଣସି ଭାରତୀୟ ଦୁବାଇରୁ ଡ୍ୟୁଟି ଫ୍ରି ଲିମିଟରୁ ନିଜ ସହିତ ଅଧିକ ସୁନା ଆଣୁଥାନ୍ତି ତେବେ ବିମାନ ବନ୍ଦରରେ ତାଙ୍କୁ ଏ ବାବଦେ ଜଣାଇବାକୁ ପଡିବ। ନିଜକୁ ଚିହ୍ନିତ କରିବା ପାଇଁ ବିମାନ ବନ୍ଦରରେ ରେଡ ଚାନେଲର ବ୍ୟବହାର କରିବାକୁ ହେବ। ଯଦି କୌଣସି ବ୍ୟକ୍ତି ବିଦେଶରୁ ଏପରି ସାମାନ ଆଣିଛନ୍ତି ଓ ଗ୍ରୀନ ଚାନେଲରେ ବାହାରି ଯାଆନ୍ତି ଧରାପଡିଲେ  ଜରିମନା ଦେବାକୁ ପଡିବ। ତାଙ୍କ ସାମାନ ଜବତ ହେବା ସହ ତାଙ୍କ ବିରୋଧରେ ମୋକଦ୍ଦମା ମଧ୍ୟ ରୁଜୁ ହୋଇପାରେ।