ଦୁବାଇରେ ସୁନା ଦର ହ୍ରାସ, ଜାଣନ୍ତୁ 22K ଓ 24Kର ତାଜା ଦର କେତେ?
ଦୁବାଇ ୬।୧୨: ସୁନା ଦର ଏବେ ଉପରତଳ ହେଉଛି। ୬ ଡିସେମ୍ବର ଶୁକ୍ରବାର ସୁନା ମୂଲ୍ୟରେ ହ୍ରାସ ଦେଖାଯାଇଛି। ଦୁବାଇରେ ୨୪ କ୍ୟାରେଟ ସୁନାର ଆଜି ୧୦ଗ୍ରାମ ଦର ଉପରେ ନଜର ପକାଇଲେ ଏହା ଭାରତୀୟ ମୁଦ୍ରାରେ ୭୩,୬୬୩ ଟଙ୍କା ରହିଛି। ତେବେ ଦିନକ ପୂର୍ବରୁ ଏହି ଦର ୭୩,୮୯୪ ଟଙ୍କା ଥିଲା। ଶୁକ୍ରବାର ୨୨ କ୍ୟାରେଟ ସୁନା ଦରରେ ହ୍ରାସ ଦେଖାଯାଇଛି। ଦୁବାଇରେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଦର ୬୮,୨୯୪ ଟଙ୍କା ରହିଛି, ଏହି ଦର ଗତ କାଲି ଅର୍ଥାତ ଡିସେମ୍ବର ୫ରେ ୬୮,୪୨୨ ଟଙ୍କାରେ କାରବାର ହେଉଥିଲା। ଭାରତୀୟ ସ୍ୱର୍ଣ୍ଣଳଙ୍କାର ବଜାରରେ ଶୁକ୍ରବାର ସୁନା ଦରରେ ହ୍ରାସ ଦେଖାଯାଇଛି। ଜୟପୁରରେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଦର ୭୧,୩୦୦ ଟଙ୍କାରେ କାରବାର ହେଉଛି। ଦିନକ ପୂର୍ବରୁ ଏହି ଦର ୭୧,୫୫୦ ଟଙ୍କା ଥିଲା। ତେବେ ଭାରତୀୟ ସ୍ୱର୍ଣ୍ଣଳଙ୍କାର ବଜାରରେ ଶୁକ୍ରବାର ରୂପା ଦର ସ୍ଥିର ରହିଛି। ଜୟପୁର ସ୍ୱର୍ଣ୍ଣଳଙ୍କାର ବଜାରରେ ୧୦୦ ଗ୍ରାମ ରୂପା ୯,୨୦୦ ଟଙ୍କାରେ ବିକାକିଣା ହେଉଛି। ଏହି ଦର ଦିନକ ପୂର୍ବରୁ ମଧ୍ୟ ସମାନ ଥିଲା। ଏହି ଅବଧିରେ ମଲ୍ଟି କମଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ସୁନାଦର ଦେଖିଲେ ୭୬,୭୧୪ ଟଙ୍କାରେ କାରବାର କରୁଛି। ସେହିପରି ରୂପା କେଜି ପିଛା ଦର ୯୨,୯୪୮ ଟଙ୍କାରେ କାରବାର ହେଉଛି। ତେବେ ବୈଶ୍ୱିକ ବଜାରରେ ଏବେକା ସୁନା ଦର ଆକଳନ କଲେ ୦.୬୨ ପ୍ରତିଶତ ବୃଦ୍ଧି ହୋଇଛି। ଏବେ ଆଉନ୍ସ ପିଛା ସୁନା ୨,୬୪୦.୯୯ ଡଲାରରେ କ
ଦୁବାଇ ୬।୧୨: ସୁନା ଦର ଏବେ ଉପରତଳ ହେଉଛି। ୬ ଡିସେମ୍ବର ଶୁକ୍ରବାର ସୁନା ମୂଲ୍ୟରେ ହ୍ରାସ ଦେଖାଯାଇଛି। ଦୁବାଇରେ ୨୪ କ୍ୟାରେଟ ସୁନାର ଆଜି ୧୦ଗ୍ରାମ ଦର ଉପରେ ନଜର ପକାଇଲେ ଏହା ଭାରତୀୟ ମୁଦ୍ରାରେ ୭୩,୬୬୩ ଟଙ୍କା ରହିଛି। ତେବେ ଦିନକ ପୂର୍ବରୁ ଏହି ଦର ୭୩,୮୯୪ ଟଙ୍କା ଥିଲା। ଶୁକ୍ରବାର ୨୨ କ୍ୟାରେଟ ସୁନା ଦରରେ ହ୍ରାସ ଦେଖାଯାଇଛି। ଦୁବାଇରେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଦର ୬୮,୨୯୪ ଟଙ୍କା ରହିଛି, ଏହି ଦର ଗତ କାଲି ଅର୍ଥାତ ଡିସେମ୍ବର ୫ରେ ୬୮,୪୨୨ ଟଙ୍କାରେ କାରବାର ହେଉଥିଲା।
ଭାରତୀୟ ସ୍ୱର୍ଣ୍ଣଳଙ୍କାର ବଜାରରେ ଶୁକ୍ରବାର ସୁନା ଦରରେ ହ୍ରାସ ଦେଖାଯାଇଛି। ଜୟପୁରରେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଦର ୭୧,୩୦୦ ଟଙ୍କାରେ କାରବାର ହେଉଛି। ଦିନକ ପୂର୍ବରୁ ଏହି ଦର ୭୧,୫୫୦ ଟଙ୍କା ଥିଲା। ତେବେ ଭାରତୀୟ ସ୍ୱର୍ଣ୍ଣଳଙ୍କାର ବଜାରରେ ଶୁକ୍ରବାର ରୂପା ଦର ସ୍ଥିର ରହିଛି। ଜୟପୁର ସ୍ୱର୍ଣ୍ଣଳଙ୍କାର ବଜାରରେ ୧୦୦ ଗ୍ରାମ ରୂପା ୯,୨୦୦ ଟଙ୍କାରେ ବିକାକିଣା ହେଉଛି। ଏହି ଦର ଦିନକ ପୂର୍ବରୁ ମଧ୍ୟ ସମାନ ଥିଲା।
ଏହି ଅବଧିରେ ମଲ୍ଟି କମଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ସୁନାଦର ଦେଖିଲେ ୭୬,୭୧୪ ଟଙ୍କାରେ କାରବାର କରୁଛି। ସେହିପରି ରୂପା କେଜି ପିଛା ଦର ୯୨,୯୪୮ ଟଙ୍କାରେ କାରବାର ହେଉଛି। ତେବେ ବୈଶ୍ୱିକ ବଜାରରେ ଏବେକା ସୁନା ଦର ଆକଳନ କଲେ ୦.୬୨ ପ୍ରତିଶତ ବୃଦ୍ଧି ହୋଇଛି। ଏବେ ଆଉନ୍ସ ପିଛା ସୁନା ୨,୬୪୦.୯୯ ଡଲାରରେ କାରବାର ହେଉଛି। ସେହିପରି ରୂପା ଦରରେ ୦.୨୩ ପ୍ରତିଶତ ବୃଦ୍ଧି ଦେଖାଯାଇଛି।