ଦୁର୍ଗମ ଅଞ୍ଚଳରେ ସହାୟକ ହେବ ଭ୍ରାମ୍ୟମାଣ ଚିକିତ୍ସା ୟୁନିଟ

ଥୁଆମୁଳ ରାମପୁର,୧୯।୬(ଦୁର୍ଗା କୀର୍ତ୍ତି):ସ୍ବାସ୍ଥ୍ୟ ସ୍ବରାଜ ସୋସାଇଟି, ପଶ୍ଚିମବଙ୍ଗର ସାଲବୋନିର ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ ମୁଦ୍ରଣ ପ୍ରାଇଭେଟ ଲିମିଟେଡ଼, ଉଦାର ସହଯୋଗରେ ଦୂରଦୂରାନ୍ତ ବିଭିନ୍ନ ଆଦିବାସୀ ଗ୍ରାମ ଗୁଡିକୁ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଏକ ଅତ୍ୟାଧୁନିକ ମୋବାଇଲ ମେଡିକାଲ ୟୁନିଟ (MMU) କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଳକ ଅନ୍ତର୍ଗତ କାଣିଗୁମା ସ୍ଥିତ ସ୍ବାସ୍ଥ୍ୟ ସ୍ବରାଜ ଡାକ୍ତରଖାନାରେ ଶୁଭାରମ୍ଭ ହୋଇଯାଇଛି। ଏହି ଉଦଘାଟନୀ ଉତ୍ସବରେ କଳାହାଣ୍ଡିର ମୁଖ୍ୟ ଜିଲା ଚିକିତ୍ସା ଏବଂ ଜନସ୍ବାସ୍ଥ୍ୟ ଅଧିକାରୀ (CDM&PHO) ଡକ୍ଟର […] The post ଦୁର୍ଗମ ଅଞ୍ଚଳରେ ସହାୟକ ହେବ ଭ୍ରାମ୍ୟମାଣ ଚିକିତ୍ସା ୟୁନିଟ appeared first on Dharitri Odia News.

ଦୁର୍ଗମ ଅଞ୍ଚଳରେ ସହାୟକ ହେବ ଭ୍ରାମ୍ୟମାଣ ଚିକିତ୍ସା ୟୁନିଟ

ଥୁଆମୁଳ ରାମପୁର,୧୯।୬(ଦୁର୍ଗା କୀର୍ତ୍ତି):ସ୍ବାସ୍ଥ୍ୟ ସ୍ବରାଜ ସୋସାଇଟି, ପଶ୍ଚିମବଙ୍ଗର ସାଲବୋନିର ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ ମୁଦ୍ରଣ ପ୍ରାଇଭେଟ ଲିମିଟେଡ଼, ଉଦାର ସହଯୋଗରେ ଦୂରଦୂରାନ୍ତ ବିଭିନ୍ନ ଆଦିବାସୀ ଗ୍ରାମ ଗୁଡିକୁ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଏକ ଅତ୍ୟାଧୁନିକ ମୋବାଇଲ ମେଡିକାଲ ୟୁନିଟ (MMU) କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଳକ ଅନ୍ତର୍ଗତ କାଣିଗୁମା ସ୍ଥିତ ସ୍ବାସ୍ଥ୍ୟ ସ୍ବରାଜ ଡାକ୍ତରଖାନାରେ ଶୁଭାରମ୍ଭ ହୋଇଯାଇଛି। ଏହି ଉଦଘାଟନୀ ଉତ୍ସବରେ କଳାହାଣ୍ଡିର ମୁଖ୍ୟ ଜିଲା ଚିକିତ୍ସା ଏବଂ ଜନସ୍ବାସ୍ଥ୍ୟ ଅଧିକାରୀ (CDM&PHO) ଡକ୍ଟର ନିହାରେନ୍ଦ୍ର ପଣ୍ଡା ସାମିଲ ହୋଇ ତାଙ୍କ କରକମାଳରେ ଫିତାକାଟି ଶୁଭ ଉଦ୍‌ଘାଟନ କରିଥିଲେ।
ଏହି ଉତ୍ସବ ସମାରୋହରେ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଡକ୍ଟର ସୁପ୍ରିୟା ପଟ୍ଟନାୟକ, ଭାଇସ ଚାନ୍ସେଲର, ସେଞ୍ଚୁରିଆନ ୟୁନିଭରସିଟି ଅଫ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ, ଭୁବନେଶ୍ୱର, ସରପଞ୍ଚ ବାସନ୍ତୀ ଝୋଡିଆ, ସମିତି ବଳଦେବ ଗୌଡ, ମୋହନ ପଟେଲ, ଅନତା ଝୋଡିଆ, ଚୈତନ୍ୟ ହରିଜନ, ଚିତ୍ର ଝୋଡିଆ, ତୈଲୋକ ଝୋଡିଆ, ସୁଦାମ ନାୟକଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ, ଏବଂ ଆଦିବାସୀ ସମ୍ପ୍ରଦାୟର ସଦସ୍ୟ ଓ ପ୍ରତିନିଧିବୃନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ l ଡକ୍ଟର ସୁପ୍ରିୟା ନିଜର ଅଭିଭାଷଣରେ ଏପରି ଦୁର୍ଗମ ଅଞ୍ଚଳରେ ପ୍ରଦାନ କରାଯାଉଥିବା ସେବା ଗୋଷ୍ଠୀ ସ୍ବାସ୍ଥ୍ୟର ଉନ୍ନତିରେ ସହାୟକ ହେବ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଏହି ଭ୍ରାମ୍ୟମାଣ ଚିକିତ୍ସା ୟୁନିଟସ୍‌ଟି ନୂତନ ଭାବରେ ଆରମ୍ଭ ହୋଇଥିବା MMU ପୋଡାପଦର, ପାଡେପଦର, ମାଳିଗାଁ, ତଲନାଗି ଏବଂ ମହୁଲପାଟଣା ପଞ୍ଚାୟତର ୪୦ରୁ ଅଧିକ ଦୂରବର୍ତ୍ତୀ ଗ୍ରାମରେ ପ୍ରାଥମିକ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ପ୍ରସ୍ତୁତି କରାଯାଇଛି ବୋଲି ସ୍ବାସ୍ଥ୍ୟ ସ୍ବରାଜ ପକ୍ଷରୁ ସୂଚନା ଦିଆଯିବା ସହ ଏହି ଅଞ୍ଚଳର ସବୁଠାରୁ ଅନୁନ୍ନତ ଜନସଂଖ୍ୟାର ୧୦୦ ରୁ ଅଧିକ ଗ୍ରାମର ଲୋକଙ୍କୁ ଏହି ସେବା ଲାଭ ପହଞ୍ଚାଇ ପାରିବ । ଏପର୍ଯ୍ୟନ୍ତ ଏହି ଆଭ୍ୟନ୍ତରୀଣ ଅଞ୍ଚଳର ବାସିନ୍ଦା ମାନଙ୍କୁ ମୌଳିକ ଚିକିତ୍ସା ପାଇଁ ନବରଙ୍ଗପୁର କିମ୍ବା ରାୟଗଡ଼ାର ଜିଲା ଡାକ୍ତରଖାନା ଗୁଡ଼ିକୁ ଦୀର୍ଘ ଦୂର ଯାତ୍ରା କରିବାକୁ ବାଧ୍ୟ ହେଉଥିଲେ । ଭ୍ରାମ୍ୟମାଣ ଚିକିତ୍ସା ୟୁନିଟ ବର୍ତ୍ତମାନ କାର୍ଯ୍ୟକ୍ଷମ ହେବା ସହିତ, ଅତ୍ୟାବଶ୍ୟକ ରୋଗ ନିର୍ଣ୍ଣୟ, ଚିକିତ୍ସା ଏବଂ ସ୍ବାସ୍ଥ୍ୟ ଶିକ୍ଷା ସେବା ଲୋକଙ୍କ ଦ୍ୱାରରେ ପହଞ୍ଚିବ। ଏହା ଆଦିବାସୀ ପରିବାର ଉପରେଥିବା ସ୍ବାସ୍ଥ୍ୟ ଏବଂ ଆର୍ଥିକ ବୋଝ ଉଭୟକୁ ହ୍ରାସ କରିବ ବୋଲି ସ୍ବାସ୍ଥ୍ୟ ସ୍ବରାଜ ସୋସାଇଟିର ପ୍ରତିଷ୍ଠାତା ସଚିବ ଡକ୍ଟର ଜେମ୍ମା ଜୋସେଫ ଏଡାସେରୀ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିବା ବେଳେ ଜିଲ୍ଲା ଚିକିତ୍ସା ଏବଂ ଜନସ୍ବାସ୍ଥ୍ୟ ଅଧିକାରୀ ଏହି ପଦକ୍ଷେପର ପ୍ରାସଙ୍ଗିକତା ଏବଂ ପ୍ରଭାବକୁ ପ୍ରଶଂସା କରିଥିଲେ।

The post ଦୁର୍ଗମ ଅଞ୍ଚଳରେ ସହାୟକ ହେବ ଭ୍ରାମ୍ୟମାଣ ଚିକିତ୍ସା ୟୁନିଟ appeared first on Dharitri Odia News.