ଦୁର୍ଗାପୂଜା ପରେ ଦୋଳଯାତ୍ରାରେ ଯୋଡିହେଲା ସୁବର୍ଣ୍ଣଯୁଗ, ସୁନାର ବିମାନରେ ବୁଲିଲେ ରାଧାମାଧବ
କଟକ ୧୯/୦୩ : ଦୁର୍ଗାପୂଜା ପରେ ଏବେ ଦୋଳ ଯାତ୍ରାରେ ଯୋଡି ହେଲା ସୁବର୍ଣ୍ଣ ଯୁଗ । କଟକରେ ପ୍ରଥମ ସୁନା ଦୋଳ ବିମାନର ଉନ୍ମୋଚନ ହୋଇଛି । କଟକ କାଠଗଡା ସାହି ଦୁର୍ଗା ପୂଜା କମିଟି ଏହି ସୁନା ଦୋଳ ବିମାନ ତିଆରି କରିଛି। ଅଢେଇ କେଜି ସୁନାରେ ପ୍ରାୟ ଦୁଇ କୋଟି ଟଙ୍କା ବ୍ୟୟରେ ତିଆରି ହୋଇଛି ଏହି ସୁନା ଵିମାନ, ଯାହାକୁ ଓଡିଶାର ପ୍ରଥମ ସୁନା ଵିମାନ ବୋଲି କୁହାଯାଉଛି। କଟକ ସହରରେ ବିଭିନ୍ନ ସାହିରେ ଥିବା ସଂକୀର୍ତ୍ତନ ମଣ୍ଡଳୀଙ୍କର ୧୫୦ରୁ ଅଧିକ ଦୋଳବିମାନ ରହିଥିବା ବେଳେ ଅନେକ ଦୋଳବିମାନରେ ଚାନ୍ଦି ବ୍ୟବହାର ହୋଇଛି। କିନ୍ତୁ ସହରରେ ପ୍ରଥମ ଥର ପାଇଁ କାଠଗଡ଼ାସାହି ଦୋଳବିମାନରେ ସୁନା ଦେଖିବାକୁ ମିଳିଛି । ଦୋଳମେଲଣରେ କାଠଗଡ଼ାସାହିର ସୁନା ଦୋଳବିମାନ ଅଂଶଗ୍ରହଣ କରିଛି । ସୁନା କାରୁଚାର୍ଯ୍ୟ ସରିଯାଇଥିବା ବେଳେ କେବଳ ଦୋଳବିମାନରେ ସୁନା ଖଞ୍ଜା ହେବା ବାକି ରହିଛି । ସହରର ପୁରାତନ ସାହିଭାବେ କାଠଗଡ଼ାସାହିର ବହୁ ପୂର୍ବରୁ ଦୋଳବିମାନ ରହିଛି । ସଂପୃକ୍ତ ଦୋଳବିମାନରେ ସୁନା ଛାଉଣି କରିବାକୁ ସାହିବାସୀ ଯୋଜନା କରିଥିବା ବେଳେ ଏଥିରେ ୪କିଲୋଗ୍ରାମ ସୁନା ବ୍ୟବହାର କରିବାକୁ ଚୂଡାନ୍ତ ହୋଇଥିଲା । ଅଲିଶାବଜାର ସୁନା କାରିଗର ପ୍ରଦୀପ କୁମାର ପୃ୍ଷ୍ଟିଙ୍କୁ ଏହି ଦାୟିତ୍ବ ଦିଆଯାଇଥିଲା । ସୂଚନାଯୋଗ୍ୟ, ଦୁର୍ଗାପୂଜା ପାଇଁ କଟକ ସହରରେ ୩୨ଟି ଚାନ୍ଦିମେଢ଼ ରହିଥିବା ବେଳେ ୧୦ରୁ ଅଧିକ ଚାନ୍ଦିମେଢ଼ରେ ସୁନା ବ୍ୟବହୃତ ହେ
କଟକ ୧୯/୦୩ : ଦୁର୍ଗାପୂଜା ପରେ ଏବେ ଦୋଳ ଯାତ୍ରାରେ ଯୋଡି ହେଲା ସୁବର୍ଣ୍ଣ ଯୁଗ । କଟକରେ ପ୍ରଥମ ସୁନା ଦୋଳ ବିମାନର ଉନ୍ମୋଚନ ହୋଇଛି । କଟକ କାଠଗଡା ସାହି ଦୁର୍ଗା ପୂଜା କମିଟି ଏହି ସୁନା ଦୋଳ ବିମାନ ତିଆରି କରିଛି। ଅଢେଇ କେଜି ସୁନାରେ ପ୍ରାୟ ଦୁଇ କୋଟି ଟଙ୍କା ବ୍ୟୟରେ ତିଆରି ହୋଇଛି ଏହି ସୁନା ଵିମାନ, ଯାହାକୁ ଓଡିଶାର ପ୍ରଥମ ସୁନା ଵିମାନ ବୋଲି କୁହାଯାଉଛି।
କଟକ ସହରରେ ବିଭିନ୍ନ ସାହିରେ ଥିବା ସଂକୀର୍ତ୍ତନ ମଣ୍ଡଳୀଙ୍କର ୧୫୦ରୁ ଅଧିକ ଦୋଳବିମାନ ରହିଥିବା ବେଳେ ଅନେକ ଦୋଳବିମାନରେ ଚାନ୍ଦି ବ୍ୟବହାର ହୋଇଛି। କିନ୍ତୁ ସହରରେ ପ୍ରଥମ ଥର ପାଇଁ କାଠଗଡ଼ାସାହି ଦୋଳବିମାନରେ ସୁନା ଦେଖିବାକୁ ମିଳିଛି । ଦୋଳମେଲଣରେ କାଠଗଡ଼ାସାହିର ସୁନା ଦୋଳବିମାନ ଅଂଶଗ୍ରହଣ କରିଛି । ସୁନା କାରୁଚାର୍ଯ୍ୟ ସରିଯାଇଥିବା ବେଳେ କେବଳ ଦୋଳବିମାନରେ ସୁନା ଖଞ୍ଜା ହେବା ବାକି ରହିଛି ।
ସହରର ପୁରାତନ ସାହିଭାବେ କାଠଗଡ଼ାସାହିର ବହୁ ପୂର୍ବରୁ ଦୋଳବିମାନ ରହିଛି । ସଂପୃକ୍ତ ଦୋଳବିମାନରେ ସୁନା ଛାଉଣି କରିବାକୁ ସାହିବାସୀ ଯୋଜନା କରିଥିବା ବେଳେ ଏଥିରେ ୪କିଲୋଗ୍ରାମ ସୁନା ବ୍ୟବହାର କରିବାକୁ ଚୂଡାନ୍ତ ହୋଇଥିଲା । ଅଲିଶାବଜାର ସୁନା କାରିଗର ପ୍ରଦୀପ କୁମାର ପୃ୍ଷ୍ଟିଙ୍କୁ ଏହି ଦାୟିତ୍ବ ଦିଆଯାଇଥିଲା ।
ସୂଚନାଯୋଗ୍ୟ, ଦୁର୍ଗାପୂଜା ପାଇଁ କଟକ ସହରରେ ୩୨ଟି ଚାନ୍ଦିମେଢ଼ ରହିଥିବା ବେଳେ ୧୦ରୁ ଅଧିକ ଚାନ୍ଦିମେଢ଼ରେ ସୁନା ବ୍ୟବହୃତ ହୋଇଛି। କିନ୍ତୁ ଦୋଳବିମାନରେ ପ୍ରଥମ ଥର ସୁନା ବ୍ୟବହାର କରି କାଠଗଡ଼ାସାହି ଏକ ନୂଆ କୀର୍ତ୍ତିମାନ ସୃଷ୍ଟି କରିଛି ।
You can also read..
ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଫଗୁ ଦଶମୀ, ସପ୍ତାହେ ଧରି ଚାଲିବ ଦୋଳଉତ୍ସବ