ସେଣ୍ଟ ଜାଭିୟର ଇଣ୍ଟରନେସନାଲ ସ୍କୁଲର ୧୫ ତମ ବାର୍ଷିକୋତ୍ସବ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ସୋନପୁର ଶରଧାପାଲିରେ ଥିବା ସେଣ୍ଟ୍ ଜାଭିୟର୍ ଇଣ୍ଟରନ୍ୟାସନାଲ୍ ସ୍କୁଲର ୧୫ ତମ ବାର୍ଷିକ ଉତ୍ସବ ‘ସି-ଫେଷ୍ଟୋ’ ୨୦୨୪ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ଜୀବବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ଡ.ଅମିୟ ପଟେଲ ମୁଖ୍ୟ ଅତିଥି, “ଓ ଟିଭି” ପଶ୍ଚିମ ଓଡ଼ିଶା ବ୍ୟୁରୋ ହେଡ୍ ମନୋରଞ୍ଜନ ଯୋଶୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇ କେବଳ ସଫଳ ମଣିଷ ହେବାକୁ ଚେଷ୍ଟା ନ କରି […] The post ସେଣ୍ଟ ଜାଭିୟର ଇଣ୍ଟରନେସନାଲ ସ୍କୁଲର ୧୫ ତମ ବାର୍ଷିକୋତ୍ସବ appeared first on Odisha.News.

ସେଣ୍ଟ ଜାଭିୟର  ଇଣ୍ଟରନେସନାଲ ସ୍କୁଲର ୧୫ ତମ ବାର୍ଷିକୋତ୍ସବ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ସୋନପୁର ଶରଧାପାଲିରେ ଥିବା ସେଣ୍ଟ୍ ଜାଭିୟର୍ ଇଣ୍ଟରନ୍ୟାସନାଲ୍ ସ୍କୁଲର ୧୫ ତମ ବାର୍ଷିକ ଉତ୍ସବ ‘ସି-ଫେଷ୍ଟୋ’ ୨୦୨୪ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ଜୀବବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ଡ.ଅମିୟ ପଟେଲ ମୁଖ୍ୟ ଅତିଥି, “ଓ ଟିଭି” ପଶ୍ଚିମ ଓଡ଼ିଶା ବ୍ୟୁରୋ ହେଡ୍ ମନୋରଞ୍ଜନ ଯୋଶୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇ କେବଳ ସଫଳ ମଣିଷ ହେବାକୁ ଚେଷ୍ଟା ନ କରି ଜଣେ ଜଣେ ଭଲ ମଣିଷ ହେବାକୁ ଏବଂ ସବୁ କ୍ଷେତ୍ରରେ ଶ୍ରେଷ୍ଠତା ପ୍ରତିପାଦନ କରିବାକୁ ଛାତ୍ର ଛାତ୍ରୀ ଓ ଅଭିଭାବକ ଙ୍କୁ ପରାମର୍ଶ କରିଥିଲେ। ଏହି ସ୍କୁଲ୍ ଏ ଅଞ୍ଚଳର ପରିଚୟ ହେଉ, ଏ ସ୍କୁଲ୍ ଏ ଅଞ୍ଚଳ ର ଅସ୍ମିତା ହେଉ, ଏ ସ୍କୁଲ୍ ର ପତାକା ଆନ୍ତର୍ଜାତୀୟ ସ୍ତରରେ ଫର୍ ଫର୍ ହୋଇ ଉଡ଼ି ସୁନାମ ଅର୍ଜନ କରୁ ବୋଲି ଅତିଥି ଓ ବକ୍ତା ମତ ରଖିଥିଲେ। ଶିକ୍ଷାନୁଷ୍ଠାନର ସମ୍ପାଦିକା ସବିତା ମହାପାତ୍ର ସଭା ପରିଚାଳନା କରିଥିବା ବେଳେ ଅର୍ଥ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡ. ସତ୍ୟନାରାୟଣ ଦାଶ , ଟିପିଡବ୍ଲୁଓଡିଏଲ ର ଉପଖଣ୍ଡୀୟ ଅଧିକାରୀ ବିବେକାନନ୍ଦ ଦିକ୍ଷିତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ସ୍କୁଲର ନିର୍ଦ୍ଦେଶକ ତଥା ଚେୟାରମ୍ୟାନ୍ ଡ. ଅରୁଣ ରଥ ସଭାପତିତ୍ବ ଓ ସ୍ବାଗତ ଭାଷଣ ପ୍ରଦାନ କରି ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ସଫଳତା ଉପରେ ଆଲୋକପାତ କରିଥିଲେ। ସ୍କୁଲର ଅଧ୍ୟକ୍ଷ ଗୁପ୍ତେଶ୍ଵର ସାହୁ ବାର୍ଷିକ ବିବରଣୀ ରଣୀ ପାଠ କରିଥିଲେ। ପୂର୍ବରୁ ଅନୁଷ୍ଠିତ ଶିକ୍ଷା, କ୍ରୀଡ଼ା, ସାଂସ୍କୃତିକ ତଥା ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ଦ୍ୱାରା ପରିବେଷଣ କରାଯାଇଥିଲା। ସ୍କୁଲ୍ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ। ସ୍କୁଲ୍ ସମ୍ପାଦିକା ସବିତା ମହାପାତ୍ର ବାର୍ଷିକ ବୀବରଣୀ ପଠନ କରିଥିବା ବେଳେ ଅଧ୍ୟକ୍ଷ ଗୁପ୍ତେଶ୍ୱର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

The post ସେଣ୍ଟ ଜାଭିୟର ଇଣ୍ଟରନେସନାଲ ସ୍କୁଲର ୧୫ ତମ ବାର୍ଷିକୋତ୍ସବ appeared first on Odisha.News.