ଦୁର୍ଘଟଣା ପରେ ଭେଣ୍ଟିଲେଟରରେ ଅଛନ୍ତି ଅରୁନ୍ଧତୀ, ଜୀବନ-ମୃତ୍ୟୁ ସହ କରୁଛନ୍ତି ସଂଘର୍ଷ

ମୁମ୍ଵାଇ ୧୯।୦୩: ଦକ୍ଷିଣର ପ୍ରସିଦ୍ଧ ଅଭିନେତ୍ରୀ ଅରୁନ୍ଧତୀ ନାୟାର। ବର୍ତ୍ତମାନ ସେ ଜୀବନ ଏବଂ ସହ ସଂଘର୍ଷ କରୁଛନ୍ତି ।  ଏହି ଅଭିନେତ୍ରୀ କେରଳର କୋବଲମରେ ଏକ ବାଇକ୍ ଦୁର୍ଘଟଣାର ଶିକାର ହୋଇଥିଲେ। ମାର୍ଚ୍ଚ ୧୪ରେ ଅରୁନ୍ଧତୀଙ୍କ ଏହି ଦୁର୍ଘଟଣା ଘଟିଥିଲା, ଯାହା ପରେ ସେ ଥିରୁବନନ୍ତପୁରମର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅରୁନ୍ଧତୀଙ୍କ ଭଉଣୀ ଅରତି ନାୟର ଏହି ଖବରକୁ ନିଶ୍ଚିତ କରି କହିଛନ୍ତି ଯେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଯେଉଁ କାରଣରୁ ତାଙ୍କ ଅବସ୍ଥା ଗୁରୁତର ରହିଛି। View this post on InstagramA post shared by Arathy Nair (@aaraty.nairr)ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଅରତି ତାଙ୍କ ଭଉଣୀର ଦୁର୍ଘଟଣା ଖବରକୁ ନିଶ୍ଚିତ କରିଛନ୍ତି। ଏହି ପୋଷ୍ଟକୁ ସେୟାର କରି ଲେଖାହୋଇଛି, 'ମୋତେ ତାମିଲନାଡୁର ଖବରକାଗଜ ଏବଂ ଟେଲିଭିଜନ ଚ୍ୟାନେଲରେ ପ୍ରକାଶିତ ଖବରକୁ ସ୍ପଷ୍ଟ କରିବାର ଆବଶ୍ୟକତା ଅନୁଭବ କଲି। ଏହା ସତ୍ୟ ଯେ ମୋ ଭଉଣୀ ଅରୁନ୍ଧତୀ ତିନି ଦିନ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ସେ ଗୁରୁତର ଆହତ ହୋଇ ଥିରୁବନନ୍ତପୁରମର ହସ୍ପିଟାଲରେ ଭେଣ୍ଟିଲେଟରରେ ଅଛନ୍ତି ଏବଂ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।ଦୁର୍ଘଟଣା ପରେ ଅଭିନେତ୍ରୀଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ତେଣୁ ଅରୁନ୍ଧତୀଙ୍କ ଭଉଣୀ ଏହି ପୋଷ୍ଟକୁ ସେୟାର କରି ତାଙ୍କ ପ୍ରଶଂସକଙ୍କୁ ତାଙ୍କ ଭଉଣୀ ପାଇଁ ପ୍ର

ଦୁର୍ଘଟଣା ପରେ ଭେଣ୍ଟିଲେଟରରେ ଅଛନ୍ତି ଅରୁନ୍ଧତୀ, ଜୀବନ-ମୃତ୍ୟୁ ସହ କରୁଛନ୍ତି ସଂଘର୍ଷ

ମୁମ୍ଵାଇ ୧୯।୦୩: ଦକ୍ଷିଣର ପ୍ରସିଦ୍ଧ ଅଭିନେତ୍ରୀ ଅରୁନ୍ଧତୀ ନାୟାର। ବର୍ତ୍ତମାନ ସେ ଜୀବନ ଏବଂ ସହ ସଂଘର୍ଷ କରୁଛନ୍ତି ।  ଏହି ଅଭିନେତ୍ରୀ କେରଳର କୋବଲମରେ ଏକ ବାଇକ୍ ଦୁର୍ଘଟଣାର ଶିକାର ହୋଇଥିଲେ। ମାର୍ଚ୍ଚ ୧୪ରେ ଅରୁନ୍ଧତୀଙ୍କ ଏହି ଦୁର୍ଘଟଣା ଘଟିଥିଲା, ଯାହା ପରେ ସେ ଥିରୁବନନ୍ତପୁରମର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅରୁନ୍ଧତୀଙ୍କ ଭଉଣୀ ଅରତି ନାୟର ଏହି ଖବରକୁ ନିଶ୍ଚିତ କରି କହିଛନ୍ତି ଯେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଯେଉଁ କାରଣରୁ ତାଙ୍କ ଅବସ୍ଥା ଗୁରୁତର ରହିଛି।

 


ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଅରତି ତାଙ୍କ ଭଉଣୀର ଦୁର୍ଘଟଣା ଖବରକୁ ନିଶ୍ଚିତ କରିଛନ୍ତି। ଏହି ପୋଷ୍ଟକୁ ସେୟାର କରି ଲେଖାହୋଇଛି, 'ମୋତେ ତାମିଲନାଡୁର ଖବରକାଗଜ ଏବଂ ଟେଲିଭିଜନ ଚ୍ୟାନେଲରେ ପ୍ରକାଶିତ ଖବରକୁ ସ୍ପଷ୍ଟ କରିବାର ଆବଶ୍ୟକତା ଅନୁଭବ କଲି। ଏହା ସତ୍ୟ ଯେ ମୋ ଭଉଣୀ ଅରୁନ୍ଧତୀ ତିନି ଦିନ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ସେ ଗୁରୁତର ଆହତ ହୋଇ ଥିରୁବନନ୍ତପୁରମର ହସ୍ପିଟାଲରେ ଭେଣ୍ଟିଲେଟରରେ ଅଛନ୍ତି ଏବଂ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

ଦୁର୍ଘଟଣା ପରେ ଅଭିନେତ୍ରୀଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ତେଣୁ ଅରୁନ୍ଧତୀଙ୍କ ଭଉଣୀ ଏହି ପୋଷ୍ଟକୁ ସେୟାର କରି ତାଙ୍କ ପ୍ରଶଂସକଙ୍କୁ ତାଙ୍କ ଭଉଣୀ ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି। ଆରତୀଙ୍କ ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ଜଣେ ପ୍ରଶଂସକ ଲେଖିଛନ୍ତି, 'ଆମର ପ୍ରାର୍ଥନା ତୁମ ସହିତ ଅଛି।' ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, 'ଭଗବାନ ତାଙ୍କୁ ଶୀଘ୍ର ସୁସ୍ଥ କରନ୍ତୁ।'