ଦୁର୍ଘଟଣା ବୁଡାଇଦେଲା ବଂଶ, ବେସାହାରା ହୋଇଗଲେ ବୃଦ୍ଧ ବାପା

କେନ୍ଦୁଝର : ଗତକାଲି ରାତି କେନ୍ଦୁଝର ରିମୂଲି ନିକଟରେ ହୋଇଥିବା ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ୬ ଜଣ ପ୍ରାଣ ହରାଇଥିବା ବେଳେ ଏହି ଦୁର୍ଘଟଣା ଗୋଟିଏ ପରିବାରକୁ ପୂରା ଶେଷ କରିଦେଇଛି । କେନ୍ଦୁଝର ତରମାକାନ୍ତ ଗ୍ରାମର ହୀରାଲାଲ ପଲେଇ । କେନ୍ଦୁଝର ବଡ଼ବିଲ ଭଦ୍ରାସାହିରେ ବ୍ୟବସାୟ କରି ବେଶ ଖୁସିହାସିରେ ରହୁଥିଲେ । ପରିବାର କହିଲେ ତାଙ୍କର ସ୍ତ୍ରୀ, ଜଣେ ଅବିବାହିତ ପୁଅ ଆଉ ଝିଅ, ଆଉ ବିବାହିତ ବଡଝିଅ, ଜୋଇଁ, ଏବଂ ୪ ବର୍ଷର […] The post ଦୁର୍ଘଟଣା ବୁଡାଇଦେଲା ବଂଶ, ବେସାହାରା ହୋଇଗଲେ ବୃଦ୍ଧ ବାପା appeared first on KNews Odisha.

ଦୁର୍ଘଟଣା ବୁଡାଇଦେଲା ବଂଶ, ବେସାହାରା ହୋଇଗଲେ ବୃଦ୍ଧ ବାପା
accident

କେନ୍ଦୁଝର : ଗତକାଲି ରାତି କେନ୍ଦୁଝର ରିମୂଲି ନିକଟରେ ହୋଇଥିବା ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ୬ ଜଣ ପ୍ରାଣ ହରାଇଥିବା ବେଳେ ଏହି ଦୁର୍ଘଟଣା ଗୋଟିଏ ପରିବାରକୁ ପୂରା ଶେଷ କରିଦେଇଛି । କେନ୍ଦୁଝର ତରମାକାନ୍ତ ଗ୍ରାମର ହୀରାଲାଲ ପଲେଇ । କେନ୍ଦୁଝର ବଡ଼ବିଲ ଭଦ୍ରାସାହିରେ ବ୍ୟବସାୟ କରି ବେଶ ଖୁସିହାସିରେ ରହୁଥିଲେ ।

ପରିବାର କହିଲେ ତାଙ୍କର ସ୍ତ୍ରୀ, ଜଣେ ଅବିବାହିତ ପୁଅ ଆଉ ଝିଅ, ଆଉ ବିବାହିତ ବଡଝିଅ, ଜୋଇଁ, ଏବଂ ୪ ବର୍ଷର ନାତୁଣୀ । ଗତକାଲି ହୀରାଲାଲଙ୍କ ପରିବାରର ସମସ୍ତ ସଦସ୍ୟ ବଡ଼ବିଲରୁ ନିଜ ଗ୍ରାମ ତରମାକାନ୍ତ ଯାଉଥିବା ସମୟରେ  ରାତି ୯ ଟା ସମୟରେ ପୁରା ପରିବାର ଉପରେ ମାଡି ଯାଇଥିଲା କାଳ । ଦୁଇଟି ଟ୍ରକ ମଧ୍ୟରେ ପେଶି ହୋଇଯାଇଥିଲା ପୁରା ପରିବାର । ଗ୍ରାମରେ ଥିବା ବୁଢା ବାପ ହୀରାଲାଲଙ୍କୁ ଛାଡି ପୁରା ପରିବାରର ୬ ଜଣଙ୍କୁ ନେଇ ଯାଇଥିଲା ଯମ ।

ଏପଟେ ବଡ଼ ଝିଅ ବାହାରିବା ପୂର୍ବରୁ ବାପାଙ୍କୁ ଫୋନ କରି କହିଥିଲା ଆମେ ଯାଉଛୁ ରୋଷେଇ କରି ରଖିଥିବ । ବୁଢା ବାପା ରୋଷେଇ କରି ଅନେଇ ବସିଥିଲା କେତେବେଳେ ଆସିବେ ସ୍ତ୍ରୀ, ପୁଅ ଝିଅ ଜୋଇଁ ଆଉ ନାତୁଣୀ । ସେ କି ଜାଣି ଥିଲା ଝିଅର ସେହି ଫୋନେ ଶେଷ ଫୋନେ ହେବ ବୋଲି ।

କେତେ ଖୁସିରେ ଅନେଇ ବସିଥିବା ବାପା ପାଖରେ ଯେତେବେଳେ ଏହି ଖବର ପହଞ୍ଚିଥିଲା, ଦୁଃଖର ପାହାଡ଼ ଖସି ପଡ଼ିଥିଲା । ଦୁର୍ଘଟଣାରେ ସ୍ତ୍ରୀ, ପୁଅ, ୨ ଝିଅ, ଜୋଇଁ ଏବଂ ନାତୁଣୀ ପ୍ରାଣ ହରାଇ ଥିବା ବେଳେ ହୀରାଲାଲଙ୍କ ସମ୍ପୂର୍ଣ୍ଣ ବଂଶ ୨ ଟ୍ରକ ମଧ୍ୟରେ ପେଶି ହୋଇଯାଇଥିଲେ । ଆଜି କେନ୍ଦୁଝର ତରମାକାନ୍ତରେ ସ୍ତ୍ରୀ, ପୁଅ ଆଉ ସାନ ଝିଅର ମୃତ ଦେହ ପହଞ୍ଚି ଥିବା ବେଳେ ସେଠାରେ ଶୋକାକୋଳ ପରିସ୍ଥିତି ଦେଖାଯାଇଥିଲା । ଅନ୍ୟ ୩ ଜଣଙ୍କ ମୃତ ଦେହ ସେମାନଙ୍କ ବଲାଣିସ୍ଥିତ ଗ୍ରାମରେ ଦାହ କରାଯାଇଥିଲା ।

The post ଦୁର୍ଘଟଣା ବୁଡାଇଦେଲା ବଂଶ, ବେସାହାରା ହୋଇଗଲେ ବୃଦ୍ଧ ବାପା appeared first on KNews Odisha.