ଦୁର୍ଘଟଣାକୁ ଅପେକ୍ଷା କରିଥିଲା ତ୍ରୁଟି

ନୂଆଦିଲ୍ଲୀ,୧୭ା୭(ପି.ଟି.): ପଶ୍ଚିମବଙ୍ଗର ଦାର୍ଜିଲିଂ ଜିଲାରେ ଜୁନ୍‌ ୧୭ରେ କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌ ଏକ ମାଲ୍‌ଗାଡ଼ିକୁ ଧକ୍କା ଦେବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା। ବିଭିନ୍ନ ସ୍ତରରେ ତ୍ରୁଟି ଦୁର୍ଘଟଣା ଯେପରି ଅପେକ୍ଷା କରିଥିଲା ବୋଲି ରେଲଓ୍ବେ ସୁରକ୍ଷା କମିଶନର (ସିଆର୍‌ଏସ୍‌) କହିଛନ୍ତି। ସ୍ବୟଂକ୍ରିୟ ସିଗ୍‌ନାଲ ଜୋନ୍‌ଗୁଡ଼ିକରେ ଟ୍ରେନ୍‌ ଚଳାଚଳ ପରିଚାଳନାରେ ବିଭିନ୍ନ ସ୍ତରରେ ତ୍ରୁଟି ରହିବା ସହ ଲୋକୋ ପାଇଲଟ୍‌ ଏବଂ ଷ୍ଟେଶନମାଷ୍ଟରମାନଙ୍କ ମଧ୍ୟରେ ପର୍ଯ୍ୟାପ୍ତ ଯୋଗାଯୋଗ ହୋଇପାରି ନ ଥିବା ସିଆର୍‌ଏସ୍‌ଙ୍କ ତଦନ୍ତ ରିପୋର୍ଟରେ କୁହାଯାଇଛି। ସ୍ବୟଂକ୍ରିୟ […] The post ଦୁର୍ଘଟଣାକୁ ଅପେକ୍ଷା କରିଥିଲା ତ୍ରୁଟି appeared first on Dharitri Odia News.

ଦୁର୍ଘଟଣାକୁ ଅପେକ୍ଷା କରିଥିଲା ତ୍ରୁଟି

ନୂଆଦିଲ୍ଲୀ,୧୭ା୭(ପି.ଟି.): ପଶ୍ଚିମବଙ୍ଗର ଦାର୍ଜିଲିଂ ଜିଲାରେ ଜୁନ୍‌ ୧୭ରେ କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌ ଏକ ମାଲ୍‌ଗାଡ଼ିକୁ ଧକ୍କା ଦେବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା। ବିଭିନ୍ନ ସ୍ତରରେ ତ୍ରୁଟି ଦୁର୍ଘଟଣା ଯେପରି ଅପେକ୍ଷା କରିଥିଲା ବୋଲି ରେଲଓ୍ବେ ସୁରକ୍ଷା କମିଶନର (ସିଆର୍‌ଏସ୍‌) କହିଛନ୍ତି। ସ୍ବୟଂକ୍ରିୟ ସିଗ୍‌ନାଲ ଜୋନ୍‌ଗୁଡ଼ିକରେ ଟ୍ରେନ୍‌ ଚଳାଚଳ ପରିଚାଳନାରେ ବିଭିନ୍ନ ସ୍ତରରେ ତ୍ରୁଟି ରହିବା ସହ ଲୋକୋ ପାଇଲଟ୍‌ ଏବଂ ଷ୍ଟେଶନମାଷ୍ଟରମାନଙ୍କ ମଧ୍ୟରେ ପର୍ଯ୍ୟାପ୍ତ ଯୋଗାଯୋଗ ହୋଇପାରି ନ ଥିବା ସିଆର୍‌ଏସ୍‌ଙ୍କ ତଦନ୍ତ ରିପୋର୍ଟରେ କୁହାଯାଇଛି। ସ୍ବୟଂକ୍ରିୟ ଟ୍ରେନ୍‌ ସୁରକ୍ଷା ବ୍ୟବସ୍ଥା (କବଚ) କାର୍ଯ୍ୟକାରିତାକୁ ସର୍ବାଧିକ ପ୍ରାଥମିକତା ଦେବା ପାଇଁ ସିଆର୍‌ଏସ୍‌ ସୁପାରିସ

କରିଛନ୍ତି। ସିଗ୍‌ନାଲରେ ତ୍ରୁଟି ରହିଥିବାରୁ ଟି/ଏ ୯୧୨ ଜରିଆରେ ସିଗ୍‌ନାଲ ଅତିକ୍ରମ କରିବାକୁ ମାଲ୍‌ବାହୀ ଟ୍ରେନ୍‌ର ଲୋକୋ ପାଇଲଟ୍‌ଙ୍କୁ ଭୁଲ୍‌ ସୂଚନା ଦିଆଯାଇଥିଲା। ତ୍ରୁଟିପୂର୍ଣ୍ଣ ସିଗ୍ନାଲ ଅତିକ୍ରମ କଲାବେଳେ ଟ୍ରେନ୍‌ର ବେଗ କେତେ ରହିବ ତାହା ପେପର ଅଥରିଟି ଦର୍ଶାଇ ନ ଥିଲେ। ଉପଯୁକ୍ତ କର୍ତ୍ତୃତ୍ୱ ନ ଥିବା ଏବଂ ପର୍ଯ୍ୟାପ୍ତ ସୂଚନା ଅଭାବରୁ ଏଭଳି ଏକ ଦୁର୍ଘଟଣା ଘଟିଲା ବୋଲି ସିଆର୍‌ଏସ୍‌ କହିଛନ୍ତି। ସିଗ୍ନାଲରେ ତ୍ରୁଟି ଥିବାବେଳେ ଉକ୍ତ ସେକ୍ସନ ମଧ୍ୟରେ କାଞ୍ଚନଜଙ୍ଗା, ମାଲ୍‌ବାହୀ ଟ୍ରେନ୍‌ ସମେତ ୭ଟି ଟ୍ରେନ୍‌ ଅତିକ୍ରମ କରିଥିଲେ। ତେବେ କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌ର ଲୋକୋ ପାଇଲଟ୍‌ ଅନୁମୋଦିତ ବେଗ ୧୫ କିଲୋମିଟର ଅନୁପାଳନ କରିଥିବାବେଳେ ଅନ୍ୟମାନେ ଏହାର ଉଲ୍ଲଂଘନ କରିଥିଲେ।

The post ଦୁର୍ଘଟଣାକୁ ଅପେକ୍ଷା କରିଥିଲା ତ୍ରୁଟି appeared first on Dharitri Odia News.