ଦୁର୍ଘଟଣାରେ ଚାଲିଗଲା ଯୁବ ବ୍ୟବସାୟୀଙ୍କ ଜୀବନ
ଧର୍ମଶାଳା,୨ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ବଜାରର ପ୍ରତିଷ୍ଠିତ ବ୍ୟବସାୟୀ ଉମାକାନ୍ତ ପାତ୍ର (ପପୁ) ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ବାଇକ୍ ଯୋଗେ ଯାଜପୁର ଟାଉନ ବାସଭବନରୁ ଜାରକା ବଜାରରେ ଥିବା ନିଜ ବ୍ୟବସାୟସ୍ଥଳକୁ ଆସୁଥିବା ବେଳେ ଷୋହଳ ନମ୍ବର ଜାତୀୟ ରାଜପଥର ଗୋପାଳପୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ପ୍ରଥମେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଭୁବନେଶ୍ବରସ୍ଥିତ ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। […] The post ଦୁର୍ଘଟଣାରେ ଚାଲିଗଲା ଯୁବ ବ୍ୟବସାୟୀଙ୍କ ଜୀବନ appeared first on Dharitri Odia News.
ଧର୍ମଶାଳା,୨ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ବଜାରର ପ୍ରତିଷ୍ଠିତ ବ୍ୟବସାୟୀ ଉମାକାନ୍ତ ପାତ୍ର (ପପୁ) ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ବାଇକ୍ ଯୋଗେ ଯାଜପୁର ଟାଉନ ବାସଭବନରୁ ଜାରକା ବଜାରରେ ଥିବା ନିଜ ବ୍ୟବସାୟସ୍ଥଳକୁ ଆସୁଥିବା ବେଳେ ଷୋହଳ ନମ୍ବର ଜାତୀୟ ରାଜପଥର ଗୋପାଳପୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ପ୍ରଥମେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଭୁବନେଶ୍ବରସ୍ଥିତ ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯାଜପୁର ଜିଲା ତଥା ଜାରକା ବଜାରରେ ଥିବା ତ୍ରିବେଣୀ ଡ୍ରେସ୍ ହାଉସର ପପୁ ବିଶିଷ୍ଟ ବ୍ୟବସାୟୀ ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ। କିଛି ଦିନ ହେବ ଜାରକା ସ୍କୁଲ ନିକଟରେ ଜିଡିପି ଟେକ୍ ଷ୍ଟାଇଲ ନାମରେ ଆଉ ଏକ ବ୍ୟବସାୟ ପ୍ରତିଷ୍ଠାନ ଆରମ୍ଭ କରିଥିଲେ। ଏହି ଖବର ଶୁଣିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
The post ଦୁର୍ଘଟଣାରେ ଚାଲିଗଲା ଯୁବ ବ୍ୟବସାୟୀଙ୍କ ଜୀବନ appeared first on Dharitri Odia News.