ଦୁର୍ଘଟଣାରେ ଚାଲିଗଲା ସରପଞ୍ଚଙ୍କ ଜୀବନ

ଯାଜପୁର : ଦୁର୍ଘଟଣାରେ ସରପଞ୍ଚଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଚୋରମୁହାଁ ପଞ୍ଚାୟତର ସରପଞ୍ଚ ପ୍ରଦ୍ୟୁମ୍ନ ମହାନ୍ତି । ଆଜି ସେ ବାଇକରେ ଯାଉଥିବା ସମୟରେ ଗୋକର୍ଣ୍ଣେଶ୍ୱର-କାଏମା ନଦୀ ବନ୍ଧ ରାସ୍ତାର ଭୁବନ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଭାରସାମ୍ୟ ହରାଇ ନଦୀ ବନ୍ଧ ତଳକୁ ଖସି ପଡ଼ିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ୧୦୮ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ହେଁ […] The post ଦୁର୍ଘଟଣାରେ ଚାଲିଗଲା ସରପଞ୍ଚଙ୍କ ଜୀବନ appeared first on KNews Odisha.

ଦୁର୍ଘଟଣାରେ ଚାଲିଗଲା ସରପଞ୍ଚଙ୍କ ଜୀବନ
jajpur

ଯାଜପୁର : ଦୁର୍ଘଟଣାରେ ସରପଞ୍ଚଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଚୋରମୁହାଁ ପଞ୍ଚାୟତର ସରପଞ୍ଚ ପ୍ରଦ୍ୟୁମ୍ନ ମହାନ୍ତି । ଆଜି ସେ ବାଇକରେ ଯାଉଥିବା ସମୟରେ ଗୋକର୍ଣ୍ଣେଶ୍ୱର-କାଏମା ନଦୀ ବନ୍ଧ ରାସ୍ତାର ଭୁବନ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଭାରସାମ୍ୟ ହରାଇ ନଦୀ ବନ୍ଧ ତଳକୁ ଖସି ପଡ଼ିଥିଲେ।

ସ୍ଥାନୀୟ ଲୋକେ ଏହା ଦେଖି ୧୦୮ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏପଟେ ଧର୍ମଶାଳା ପୋଲିସ ଖବର ପାଇ ଶବକୁ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି । ତେବେ ଯୁବ ସରପଞ୍ଚଙ୍କ ଏହି ଆକସ୍ମିକ ମୃତ୍ୟୁ ଖବର ପାଇବା ପରେ ଧର୍ମଶାଳା ମେଡ଼ିକାଲ ପରିସର ଲୋକାରଣ୍ୟ ହେବା ସହ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

 

The post ଦୁର୍ଘଟଣାରେ ଚାଲିଗଲା ସରପଞ୍ଚଙ୍କ ଜୀବନ appeared first on KNews Odisha.