ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବାରୁ ୬ବର୍ଷର ଛାତ୍ରୀଙ୍କୁ ହତ୍ୟା କଲେ ପ୍ରଧାନଶିକ୍ଷକ

ଦାହୁଦ୍‌: ଗୁଜରାଟର ଏକ ସରକାରୀ ସ୍କୁଲରେ ଏକ ଜଘନ୍ୟ କାଣ୍ଡ ଘଟିଛି। ସ୍କୁଲରେ ପଢ଼ୁଥିବା ୬ ବର୍ଷ ବୟସର ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରି ବିଫଳ ହେବାରୁ ପ୍ରଧାନଶିକ୍ଷକ ଛାତ୍ରୀଜଣଙ୍କ ପାଟି ଓ ମୁହଁକୁ ଚିପି ହତ୍ୟା କରିଛନ୍ତି। ସିଂହୱାଡ୍‌ ତାଲୁକ ଅଧୀନ ସରକାରୀ ସ୍କୁଲ ପରିସରରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଏସ୍‌ପି ରାଜଦୀପସିନ୍‌ ଜାଲା ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଛାତ୍ରୀଜଣକ ନିଜ ମା’ଙ୍କ ସହ ସ୍କୁଲ ଯିବାକୁ ଅପେକ୍ଷା […]

ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବାରୁ ୬ବର୍ଷର ଛାତ୍ରୀଙ୍କୁ ହତ୍ୟା କଲେ ପ୍ରଧାନଶିକ୍ଷକ

ଦାହୁଦ୍‌: ଗୁଜରାଟର ଏକ ସରକାରୀ ସ୍କୁଲରେ ଏକ ଜଘନ୍ୟ କାଣ୍ଡ ଘଟିଛି। ସ୍କୁଲରେ ପଢ଼ୁଥିବା ୬ ବର୍ଷ ବୟସର ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରି ବିଫଳ ହେବାରୁ ପ୍ରଧାନଶିକ୍ଷକ ଛାତ୍ରୀଜଣଙ୍କ ପାଟି ଓ ମୁହଁକୁ ଚିପି ହତ୍ୟା କରିଛନ୍ତି। ସିଂହୱାଡ୍‌ ତାଲୁକ ଅଧୀନ ସରକାରୀ ସ୍କୁଲ ପରିସରରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଏସ୍‌ପି ରାଜଦୀପସିନ୍‌ ଜାଲା ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଛାତ୍ରୀଜଣକ ନିଜ ମା’ଙ୍କ ସହ ସ୍କୁଲ ଯିବାକୁ ଅପେକ୍ଷା କରିଥିଲେ। ପ୍ରାୟ ୧୦ଟା ୨୦ ମିନିଟ ସମୟରେ, ସ୍କୁଲର ପ୍ରଧାନଶିକ୍ଷକ ଗୋବିନ୍ଦ ନଟ ସେହି ରାସ୍ତାଦେଇ ନିଜ କାର୍‌ରେ ଯାଉଥିଲେ। ଛାତ୍ରୀଙ୍କ ମା’ ତାଙ୍କୁ ନିଜ ଝିଅକୁ ସାଥିରେ ସ୍କୁଲକୁ ନେଇଯିବାକୁ ଅନୁରୋଧ କରିଥିଲେ। ଏଣୁ ପ୍ରଧାନ ଶିକ୍ଷକଙ୍କୁ ନେଇ ପଚରାଉଚରା କରାଯାଇଥିଲା। ପଚରାଉଚରାରେ ପ୍ରଥମେ ଛାତ୍ରୀଜଣକୁ ସ୍କୁଲରେ ନେଇ ଛାଡ଼ିଦେଇଥିବା କଥା ପ୍ରଧାନ ଶିକ୍ଷକ କହିଥିଲେ। ପରବର୍ତ୍ତୀ ସମୟରେ ସେ ନିଜର ଅପରାଧ ସ୍ବୀକାର କରିଥିଲେ। ରାସ୍ତାରେ ଗଲାବେଳେ ସେ କାର୍‌ରେ ହିଁ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏଥିରେ ଛାତ୍ରୀଜଣକ ଚିତ୍କାର କରିବାରୁ ସେ ନିଜର ହାତରେ ଛାତ୍ରୀଙ୍କ ମୁହଁକୁ ଚାପି ଧରିଥିଲେ। ଏଥିରେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା। କାର୍‌ରେ ଛାତ୍ରୀଙ୍କ ମୃତଦେହ ରଖି ସ୍କୁଲକୁ ଚାଲିଯାଇଥିଲେ। ଅପରାହ୍‌ଣ ୫ଟାରେ ସ୍କୁଲ ଛୁଟି ହେବାପରେ ଛାତ୍ରୀଙ୍କ ମୃତଦେହକୁ ନେଇ ସ୍କୁଲ କୋଠା ପଛପଟେ ପକାଇ ଦେଇଥିଲେ। ଏହାପରେ ଛାତ୍ରୀଙ୍କ ଚପଲ ଓ ସ୍କୁଲ ବ୍ୟାଗ୍‌ ନେଇ କ୍ଲାସରୁମ୍‌ରେ ରଖିଦେଇଥିଲେ। ପୁଲିସ୍ ସଂପୃକ୍ତ ପ୍ରଧାନଶିକ୍ଷକଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି।