କାଳିନ୍ଦୀ ଏକ୍ସପ୍ରେସ୍ରେ ବିସ୍ଫୋରଣ ଉଦ୍ୟମ ମାମଲାରେ ୧୨ ସନ୍ଦିଗ୍ଧ ଅଟକ
କାନପୁର: ଉତ୍ତରପ୍ରଦେଶ କାନପୁର ନଗର ଜିଲ୍ଲାର ଶିବରାଜପୁର ପୁଲିସ ଭିୱାନୀ ଅଭିମୁଖେ ଯାଉଥିବା କାଳିନ୍ଦୀ ଏକ୍ସପ୍ରେସକୁ ଲାଇନଚ୍ୟୁତ ଓ ବିସ୍ଫୋରଣ ଉଦ୍ୟମ କରିବା ଅଭିଯୋଗରେ ଅଜ୍ଞାତ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ସୂଚନାଯୋଗ୍ୟ, କାନପୁର-କାସଗଞ୍ଜ ମାର୍ଗରେ ବରରାଜପୁରରୁ ଉଟ୍ରିପୁରା ମଧ୍ୟରେ ରେଳ ଧାରଣାରେ ରଖାଯାଇଥିବା ଏକ ଏଲ୍ପିଜି-ଭର୍ତ୍ତି ଗ୍ୟାସ ସିଲିଣ୍ଡରକୁ ଟ୍ରେନ୍ର ଲୋକୋଇଞ୍ଜିନ ଧକ୍କା ଦେଇଥିଲା। ରେଳ ଧାରଣା ନିକଟରୁ ଏକ ପେଟ୍ରୋଲ ବୋମା (ମୋଲୋଟୋଭ କକଟେଲ) ମଧ୍ୟ ମିଳିଥିଲା। ରେଳ କର୍ମଚାରୀଙ୍କ ଲିଖିତ […]

କାନପୁର: ଉତ୍ତରପ୍ରଦେଶ କାନପୁର ନଗର ଜିଲ୍ଲାର ଶିବରାଜପୁର ପୁଲିସ ଭିୱାନୀ ଅଭିମୁଖେ ଯାଉଥିବା କାଳିନ୍ଦୀ ଏକ୍ସପ୍ରେସକୁ ଲାଇନଚ୍ୟୁତ ଓ ବିସ୍ଫୋରଣ ଉଦ୍ୟମ କରିବା ଅଭିଯୋଗରେ ଅଜ୍ଞାତ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ସୂଚନାଯୋଗ୍ୟ, କାନପୁର-କାସଗଞ୍ଜ ମାର୍ଗରେ ବରରାଜପୁରରୁ ଉଟ୍ରିପୁରା ମଧ୍ୟରେ ରେଳ ଧାରଣାରେ ରଖାଯାଇଥିବା ଏକ ଏଲ୍ପିଜି-ଭର୍ତ୍ତି ଗ୍ୟାସ ସିଲିଣ୍ଡରକୁ ଟ୍ରେନ୍ର ଲୋକୋଇଞ୍ଜିନ ଧକ୍କା ଦେଇଥିଲା। ରେଳ ଧାରଣା ନିକଟରୁ ଏକ ପେଟ୍ରୋଲ ବୋମା (ମୋଲୋଟୋଭ କକଟେଲ) ମଧ୍ୟ ମିଳିଥିଲା। ରେଳ କର୍ମଚାରୀଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ପୁଲିସ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରିଛି। ଘଟଣାର ତଦନ୍ତ ପାଇଁ ୬ଟି ଟିମ୍ ଗଠନ କରାଯାଇଥିବା ବେଳେ ୧୨ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଗ୍ୟାସ୍ ସିଲିଣ୍ଡର, ମୋଲୋଟୋଭ କକଟେଲ ଓ ଲମ୍ବା ତେଲଭିଜା କନା ସଳିତା ଡେଟୋନେଟର ଭାବେ କାମ କରିଥାନ୍ତା ଏବଂ ଭୟଙ୍କର ବିସ୍ଫୋରଣ ହୋଇଥାନ୍ତା ବୋଲି ଅନୁସନ୍ଧାନକାରୀମାନେ କହିଛନ୍ତି।