ରାଜ୍ଯ ଓ ଦଳ ପାଇଁ ଭଲ କାମ କରିଛନ୍ତି ପାଣ୍ଡିଆନ: ନବୀନ ପଟ୍ଟନାୟକ
ଭୁବନେଶ୍ବର: ବିଜେଡିରୁ ଇସ୍ତଫା ଦେଇଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ଙ୍କ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ମୁହଁ ଖୋଲିଛନ୍ତି। ନବୀନ ନିବାସରେ ବିଜେଡି ସୁପ୍ରିମୋ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଭି କେ ପାଣ୍ଡିଆନ୍ ଉଭୟ ରାଜ୍ୟ ଓ ଦଳ ପାଇଁ ଭଲ କାମ କରିଛନ୍ତି। ସେ ଗତ ୧୦ ମାସ ହେଲା ବିଜେଡିରୁ ଇସ୍ତଫା ଦେଇସାରଛନ୍ତି। ବର୍ତ୍ତମାନ ସମୟରେ ବିଜେଡିର କୌଣସି କାର୍ଯ୍ୟରେ ସଂଶ୍ଲିଷ୍ଟ ନାହାନ୍ତି। ପଣ୍ଡିଆନଙ୍କୁ ସମାଲୋଚନା କରୁଥିବା ନେତାଙ୍କୁ ଟାର୍ଗେଟ କରିଛନ୍ତି […]

ଭୁବନେଶ୍ବର: ବିଜେଡିରୁ ଇସ୍ତଫା ଦେଇଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ଙ୍କ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ମୁହଁ ଖୋଲିଛନ୍ତି। ନବୀନ ନିବାସରେ ବିଜେଡି ସୁପ୍ରିମୋ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଭି କେ ପାଣ୍ଡିଆନ୍ ଉଭୟ ରାଜ୍ୟ ଓ ଦଳ ପାଇଁ ଭଲ କାମ କରିଛନ୍ତି। ସେ ଗତ ୧୦ ମାସ ହେଲା ବିଜେଡିରୁ ଇସ୍ତଫା ଦେଇସାରଛନ୍ତି। ବର୍ତ୍ତମାନ ସମୟରେ ବିଜେଡିର କୌଣସି କାର୍ଯ୍ୟରେ ସଂଶ୍ଲିଷ୍ଟ ନାହାନ୍ତି। ପଣ୍ଡିଆନଙ୍କୁ ସମାଲୋଚନା କରୁଥିବା ନେତାଙ୍କୁ ଟାର୍ଗେଟ କରିଛନ୍ତି ନବୀନ ପଟ୍ଟନାୟକ।
ୱାକ୍ଫ ବିଲକୁ ନେଇ ବିଜେଡି ରାଜନୀତିରେ ସୃଷ୍ଟି ହୋଇଛି କନ୍ଦଳ। ଗତ କିଛି ଦିନ ଧରି ରାଜ୍ୟ ରାଜନୀତି ଉଠୁଛି ପଡୁଛି।ପାଣ୍ଡିଆନଙ୍କୁ ଆକ୍ରମଣ କରୁଥିବା ନେତାଙ୍କୁ ନବୀନଙ୍କ କଡ଼ା ଜବାବ ଦେବା ପରେ ରାଜନୀତି ଆହୁରି ସରଗରମ ହୋଇଛି। ପାଣ୍ଡିଆନଙ୍କୁ ସମାଲୋଚନା କରିଥିବା ପ୍ରଭାତ ତ୍ରିପାଠୀଙ୍କ ପ୍ରତି କଡ଼ା ମନ୍ତବ୍ୟ ଦେଇଛନ୍ତି ନବୀନ। ପ୍ରଭାତ ତ୍ରିପାଠୀ ପୂର୍ବରୁ ଦଳରୁ ବିଦା ହୋଇଥିବା କହିଲେ ନବୀନ। ଚିଟଫଣ୍ଡ ମାମଲାରେ ପୂର୍ବରୁ ପ୍ରଭାତ ଜେଲ୍ ଯାଇଛନ୍ତି, ଦଳରୁ ବିଦା ହୋଇଛନ୍ତି । ପ୍ରଭାତ ତ୍ରିପାଠୀ ବିଜେଡିର କିଛି ନୁହଁନ୍ତି ବୋଲି କହିଲେ ନବୀନ ପଟ୍ଟନାୟକ।