ଦେଢ଼ ଶହ ଫୁଟ ଉଚ୍ଚ ଟାୱାରରୁ ଖସିପଡ଼ି ଚାଳିଗଲା ଯୁବକଙ୍କ ଜୀବନ
ପାଟଣାଗଡ଼,୧୨।୧: ବଲାଙ୍ଗୀର ଜିଲା ବେଲପଡ଼ା ଥାନା ନୁନହାଡ଼ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଦେଢ଼ ଶହ ଫୁଟ ଉଚ୍ଚ ଏକ ଟେଲିଫୋନ ଟାୱାରରୁ ଖସିପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ବେଲପଡ଼ା ଥାନା ନୁନହାଡ଼ ଗ୍ରାମର ବୋଲି ଜଣାପଡିଛି। ମିଳିଥିବା ସୂଚନା ମୁତାବକ, କୌଣସି କାରଣକୁ ନେଇ ଯୁବକ ଜଣକ ଦେଢ଼ ଶହ ଫୁଟ ଉଚ୍ଚ ଟେଲିଫୋନ ଟାୱାରକୁ ଚଢି ଯାଇଥିଲେ। ଏହାଦେଖି ବଡ଼ଭାଇକୁ ବଞ୍ଚାଇବା ପାଇଁ ସାନ ଭାଇ […] The post ଦେଢ଼ ଶହ ଫୁଟ ଉଚ୍ଚ ଟାୱାରରୁ ଖସିପଡ଼ି ଚାଳିଗଲା ଯୁବକଙ୍କ ଜୀବନ appeared first on Dharitri Odia News.
ପାଟଣାଗଡ଼,୧୨।୧: ବଲାଙ୍ଗୀର ଜିଲା ବେଲପଡ଼ା ଥାନା ନୁନହାଡ଼ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଦେଢ଼ ଶହ ଫୁଟ ଉଚ୍ଚ ଏକ ଟେଲିଫୋନ ଟାୱାରରୁ ଖସିପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ବେଲପଡ଼ା ଥାନା ନୁନହାଡ଼ ଗ୍ରାମର ବୋଲି ଜଣାପଡିଛି।
ମିଳିଥିବା ସୂଚନା ମୁତାବକ, କୌଣସି କାରଣକୁ ନେଇ ଯୁବକ ଜଣକ ଦେଢ଼ ଶହ ଫୁଟ ଉଚ୍ଚ ଟେଲିଫୋନ ଟାୱାରକୁ ଚଢି ଯାଇଥିଲେ। ଏହାଦେଖି ବଡ଼ଭାଇକୁ ବଞ୍ଚାଇବା ପାଇଁ ସାନ ଭାଇ ମଧ୍ୟ ଟାୱାର ଉପରକୁ ଚଢିଥିଲେ। ହେଲେ ସାନଭାଇର ଉଦ୍ୟମ ସତ୍ତ୍ବେ ବଡ଼ ଭାଇ ଟାୱାର ଉପରୁ ତଳକୁ ଖସିପଡ଼ି ଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
The post ଦେଢ଼ ଶହ ଫୁଟ ଉଚ୍ଚ ଟାୱାରରୁ ଖସିପଡ଼ି ଚାଳିଗଲା ଯୁବକଙ୍କ ଜୀବନ appeared first on Dharitri Odia News.