ଦେବଗଡ଼ରେ ଖୋଲିଲା ଧାନ ମଣ୍ଡି, ଜିଲ୍ଲାରୁ ୬ ଲକ୍ଷ କ୍ବିଣ୍ଟାଲ ଧାନ ସଂଗ୍ରହ ନେଇ ରହିଛି ଲକ୍ଷ୍ୟ

ଦେବଗଡ଼: ନିୟନ୍ତ୍ରିତ ବଜାର କମିଟି, ଦେବଗଡ଼ ଓ କଂସର ସେବା ସମବାୟ ସମିତିର ମିଳିତ ଆୟୋଜନରେ ଶୁକ୍ରବାର ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକ କଂସରଠାରେ ଚଳିତ ବର୍ଷର ପ୍ରଥମ ଧାନମଣ୍ଡି ଶୁଭାରମ୍ଭ କରାଯାଇଛି। ଦେବଗଡ଼ ଉପଜିଲ୍ଲାପାଳ ପରୀକ୍ଷିତ ସାହୁ ମୁଖ୍ୟ ଅତିଥି ଯୋଗଦେଇ ମଣ୍ଡିକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଚଳିତବର୍ଷ ଦେବଗଡ଼ ଜିଲ୍ଲାର ୩୬ଟି ସେବା ସମବାୟ ସମିତି ଓ ଚାରୋଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୪୯ଟି ଧାନ କ୍ରୟ କେନ୍ଦ୍ରରେ ଧାନ କିଣାଯିବ। ଚଳିତବର୍ଷ ଜିଲ୍ଲାର ମୋଟ ୧୯,୬୫୨ ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜୀକରଣ କରିଥିବାବେଳେ ଜିଲ୍ଲାରୁ ୫ ଲକ୍ଷ ୭ ହଜାର ୨୯ କ୍ବିଣ୍ଟାଲ ଧାନ ସଂଗ୍ରହ କରିବାର ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ସରକାର ଚଳିତବର୍ଷ ଇନପୁଟ ସବସିଡି କୁଇଣ୍ଟାଲ ପିଛା ୮୦୦ ଟଙ୍କା ରଖିଥିବା ବେଳେ ଦେବଗଡ଼ ଜିଲ୍ଲାର ଚାଷୀମାନେ ପ୍ରାୟ ୫୨ କୋଟି ଟଙ୍କାର ଇନପୁଟ ସବ୍‌ସିଡି ଲାଭ କରିପାରିବେ। ଚଳିତବର୍ଷ ପ୍ରଥମ ଥର ପାଇଁ ରାଜ୍ୟ ସରକାର ଟୋକେନ ଅବଧିର ସମୟସୀମା ବୃଦ୍ଧି କରିବାର ଅଧିକାର ଜିଲ୍ଲାପାଳମାନଙ୍କୁ ଦେଇଛନ୍ତି। ଅବସରରେ ଦେବଗଡ଼ ଜିଲ୍ଲା ସିଏସଓ ରଞ୍ଜନ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସମବାୟ ସମିତିର ଉପ ନିବନ୍ଧକ ମୋନିକା ରାୟ, ଜିଲ୍ଲା ଧାନ କ୍ରୟ କମିଟିର ସଦସ୍ୟ ପ୍ରମୋଦ କୁମାର ଝାଙ୍କର, ରଞ୍ଜିତ କୁମାର ପଟେଲ, କଂସର ପ୍ୟାକ୍ସର

ଦେବଗଡ଼ରେ ଖୋଲିଲା ଧାନ ମଣ୍ଡି, ଜିଲ୍ଲାରୁ ୬ ଲକ୍ଷ କ୍ବିଣ୍ଟାଲ ଧାନ ସଂଗ୍ରହ ନେଇ ରହିଛି ଲକ୍ଷ୍ୟ

ଦେବଗଡ଼: ନିୟନ୍ତ୍ରିତ ବଜାର କମିଟି, ଦେବଗଡ଼ ଓ କଂସର ସେବା ସମବାୟ ସମିତିର ମିଳିତ ଆୟୋଜନରେ ଶୁକ୍ରବାର ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକ କଂସରଠାରେ ଚଳିତ ବର୍ଷର ପ୍ରଥମ ଧାନମଣ୍ଡି ଶୁଭାରମ୍ଭ କରାଯାଇଛି। ଦେବଗଡ଼ ଉପଜିଲ୍ଲାପାଳ ପରୀକ୍ଷିତ ସାହୁ ମୁଖ୍ୟ ଅତିଥି ଯୋଗଦେଇ ମଣ୍ଡିକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଚଳିତବର୍ଷ ଦେବଗଡ଼ ଜିଲ୍ଲାର ୩୬ଟି ସେବା ସମବାୟ ସମିତି ଓ ଚାରୋଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୪୯ଟି ଧାନ କ୍ରୟ କେନ୍ଦ୍ରରେ ଧାନ କିଣାଯିବ। 

ଚଳିତବର୍ଷ ଜିଲ୍ଲାର ମୋଟ ୧୯,୬୫୨ ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜୀକରଣ କରିଥିବାବେଳେ ଜିଲ୍ଲାରୁ ୫ ଲକ୍ଷ ୭ ହଜାର ୨୯ କ୍ବିଣ୍ଟାଲ ଧାନ ସଂଗ୍ରହ କରିବାର ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ସରକାର ଚଳିତବର୍ଷ ଇନପୁଟ ସବସିଡି କୁଇଣ୍ଟାଲ ପିଛା ୮୦୦ ଟଙ୍କା ରଖିଥିବା ବେଳେ ଦେବଗଡ଼ ଜିଲ୍ଲାର ଚାଷୀମାନେ ପ୍ରାୟ ୫୨ କୋଟି ଟଙ୍କାର ଇନପୁଟ ସବ୍‌ସିଡି ଲାଭ କରିପାରିବେ। ଚଳିତବର୍ଷ ପ୍ରଥମ ଥର ପାଇଁ ରାଜ୍ୟ ସରକାର ଟୋକେନ ଅବଧିର ସମୟସୀମା ବୃଦ୍ଧି କରିବାର ଅଧିକାର ଜିଲ୍ଲାପାଳମାନଙ୍କୁ ଦେଇଛନ୍ତି। 

ଅବସରରେ ଦେବଗଡ଼ ଜିଲ୍ଲା ସିଏସଓ ରଞ୍ଜନ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସମବାୟ ସମିତିର ଉପ ନିବନ୍ଧକ ମୋନିକା ରାୟ, ଜିଲ୍ଲା ଧାନ କ୍ରୟ କମିଟିର ସଦସ୍ୟ ପ୍ରମୋଦ କୁମାର ଝାଙ୍କର, ରଞ୍ଜିତ କୁମାର ପଟେଲ, କଂସର ପ୍ୟାକ୍ସର ସଭାପତି ପ୍ରସନ୍ନ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ।