ଦେବସ୍ନାନ ପୂର୍ଣ୍ଣିମାକୁ ଆଉ ତିନି ଦିନ, ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି

ପୁରୀ:  ଆଉ ମାତ୍ର ଚାରି ଦିନ ପରେ ଅନୁଷ୍ଠିତ ହେବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡି ସ୍ନାନ ବେଦୀକୁ ଆସିବେ ଚତୁର୍ଦ୍ଧା ବିଗ୍ରହ। ଏଥିପାଇଁ ତିନି ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଶୃଙ୍ଖଳିତ ସ୍ନାନ ଯାତ୍ରା ଓ ରଥଯାତ୍ରା ପାଇଁ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦଇତାପତି ନିଯୋଗ ସହ ବୈଠକ କରିଛନ୍ତି। ଜଳ ଲାଗି, ହାତୀବେଶ ସମୟରେ ଯେଭଳି ଶୃଙ୍ଖଳା ରକ୍ଷା ହେବ ସେ ନେଇ ବିଶେଷ ଗୁରୁତ୍ବ ଦିଆଯାଇଛି। ଆଉ ଚାରି ଦିନ ପରେ ଅର୍ଥାତ୍ ଜୁନ ୨୨ ରେ ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ। ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ଏହି ଅବସରରେ। ଏଥିପାଇଁ ପୁରୀ ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଜି ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ବୈଠକ କରିଛନ୍ତି।ଶୃଙ୍ଖଳିତ ସ୍ନାନଯାତ୍ରା ଆୟୋଜନ ନେଇ ମୁଖ୍ୟତଃ ବୈଠକରେ ଆଲୋଚନା କରାଯାଇଛି। ସେହିପରି ପହଣ୍ଡି, ଜଳଲାଗି, ହାତୀବେଶ ସମୟରେ ଯେଭଳି ଶୃଙ୍ଖଳା ରକ୍ଷା ହେବ ସେ ନେଇ ଗୁରୁତ୍ଵ ଦିଆଯାଇଛି। ଭକ୍ତମାନେ ସ୍ନାନମଣ୍ଡପରେ ଗୋଟିଏ ପାର୍ଶ୍ଵ ଦେଇ ପ୍ରବେଶ ଓ ଅନ୍ୟ ପାର୍ଶ୍ଵ ଦେଇ ପ୍ରସ୍ଥାନ କରିବେ। ସ୍ନାନ ମଣ୍ଡପରେ ସିସିଟିଭି କ୍ୟାମେରା ସହ ଖୁବ୍ କମ୍ ସମୟରେ କିଭଳି ଅଧିକ ଭକ୍ତ ଦର୍ଶନ କରିପାରିବେ ସେ ନେଇ ନିଷ୍ପତ୍ତି ହୋଇଛି।ସେହିପରି ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଯେଭଳି କୌଣସି ସେବାୟ

ଦେବସ୍ନାନ ପୂର୍ଣ୍ଣିମାକୁ ଆଉ ତିନି ଦିନ, ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି

ପୁରୀ:  ଆଉ ମାତ୍ର ଚାରି ଦିନ ପରେ ଅନୁଷ୍ଠିତ ହେବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡି ସ୍ନାନ ବେଦୀକୁ ଆସିବେ ଚତୁର୍ଦ୍ଧା ବିଗ୍ରହ। ଏଥିପାଇଁ ତିନି ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଶୃଙ୍ଖଳିତ ସ୍ନାନ ଯାତ୍ରା ଓ ରଥଯାତ୍ରା ପାଇଁ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦଇତାପତି ନିଯୋଗ ସହ ବୈଠକ କରିଛନ୍ତି। ଜଳ ଲାଗି, ହାତୀବେଶ ସମୟରେ ଯେଭଳି ଶୃଙ୍ଖଳା ରକ୍ଷା ହେବ ସେ ନେଇ ବିଶେଷ ଗୁରୁତ୍ବ ଦିଆଯାଇଛି। 

ଆଉ ଚାରି ଦିନ ପରେ ଅର୍ଥାତ୍ ଜୁନ ୨୨ ରେ ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ। ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ଏହି ଅବସରରେ। ଏଥିପାଇଁ ପୁରୀ ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଜି ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ବୈଠକ କରିଛନ୍ତି।ଶୃଙ୍ଖଳିତ ସ୍ନାନଯାତ୍ରା ଆୟୋଜନ ନେଇ ମୁଖ୍ୟତଃ ବୈଠକରେ ଆଲୋଚନା କରାଯାଇଛି। ସେହିପରି ପହଣ୍ଡି, ଜଳଲାଗି, ହାତୀବେଶ ସମୟରେ ଯେଭଳି ଶୃଙ୍ଖଳା ରକ୍ଷା ହେବ ସେ ନେଇ ଗୁରୁତ୍ଵ ଦିଆଯାଇଛି। ଭକ୍ତମାନେ ସ୍ନାନମଣ୍ଡପରେ ଗୋଟିଏ ପାର୍ଶ୍ଵ ଦେଇ ପ୍ରବେଶ ଓ ଅନ୍ୟ ପାର୍ଶ୍ଵ ଦେଇ ପ୍ରସ୍ଥାନ କରିବେ। ସ୍ନାନ ମଣ୍ଡପରେ ସିସିଟିଭି କ୍ୟାମେରା ସହ ଖୁବ୍ କମ୍ ସମୟରେ କିଭଳି ଅଧିକ ଭକ୍ତ ଦର୍ଶନ କରିପାରିବେ ସେ ନେଇ ନିଷ୍ପତ୍ତି ହୋଇଛି।ସେହିପରି ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଯେଭଳି କୌଣସି ସେବାୟତ ଠିଆ ହୋଇ ଦର୍ଶନରେ  ବାଧା ସୃଷ୍ଟି କରିବେ ନାହିଁ ସେ ନେଇ ସବୁ ସେବାୟତଙ୍କ ଭିତରେ ସମନ୍ଵୟ ରକ୍ଷା କରାଯିବ ବୋଲି ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି। 

Also read: ଭୁବନେଶ୍ବର ତହସିଲ ଅଚାନକ ପରିଦର୍ଶନ କଲେ ରାଜସ୍ବ ମନ୍ତ୍ରୀ, ପିସି କାରବାର କଲେ ଲୋକ ଜେଲ୍ ଯିବେ

ସେହିପରି ସ୍ନାନଯାତ୍ରା ପାଇଁ ମାର୍କେଟ ଛକରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଉଛି। ଭକ୍ତ ମାନେ ସୁନ୍ଦର ଭାବେ ଯେଭଳି ମହାପ୍ରଭୁଙ୍କୁ ସ୍ନାନ ମଣ୍ଡପରେ ଦର୍ଶନ କରିପାରିବେ ସେନେଇ ଗୁରୁତ୍ବ ଦେଇଛି ପୋଲିସ ପ୍ରଶାସନ। ଟ୍ରାଫିକ ବ୍ୟବସ୍ଥାକୁ ନଜରରେ ରଖି ସହରର ବିଭିନ୍ନ ସ୍ଥାନରେ ପାର୍କିଂ ସ୍ଥଳ କରାଯାଇଛି। ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ପୋଲିସ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। 

ବିଗତ ବର୍ଷ ତୁଳନାରେ ଚଳିତ ଦ୍ବିଗୁଣା ଭକ୍ତଙ୍କ ସମାଗମ ହେବା ନେଇ ଆକଳନ କରାଯାଇଛି। ତେବେ ସ୍ନାନ ପୂର୍ଣ୍ଣିମା ପାଇଁ ସୁରକ୍ଷା ଦାୟିତ୍ବରେ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ଏଥିସହ ୪ ଜଣ ଏସପି ରାଙ୍କ୍ ଅଫିସର, ୧୨ ଜଣ ଅତରିକ୍ତ ଏସପି, ୩୦ ରୁ ଉର୍ଦ୍ଧ୍ବ ଇନସପେକ୍ଟର ମଧ୍ୟ ମୁତୟନ ହେବେ। ଭକ୍ତମାନେ ସିଂହଦ୍ଵାର ଦେଇ ପ୍ରବେଶ କରି ମହାପ୍ରଭୁଙ୍କ ଦୁର୍ଲଭ ହାତୀବେଶ ଦର୍ଶନ କରି ଉତ୍ତର ଦ୍ୱାର ବାଟେ ପ୍ରସ୍ଥାନ କରିବେ। ତେବେ ଶୃଙ୍ଖଳିତ ସ୍ନାନଯାତ୍ରା ପାଇଁ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ଅଛି ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁରୀ ଏସପି।

ସ୍ନାନ ପୂର୍ଣ୍ଣମୀ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୁଡାନ୍ତ ହୋଇସାରିଥିବା ବେଳେ ସ୍ନାନ ବେଦୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତମାନେ ବ୍ୟାକୁଳତାର ସହ ଅପେକ୍ଷା କରିଛନ୍ତି। ସେପଟେ ଆସନ୍ତାକାଲି ଗଜପତି ମହାରାଜା ଦିବ୍ୟସିଂହ ଦେବ ଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ ବୋଲି କହିଛନ୍ତି ଜିଲ୍ଲାପାଳ।