BSNLର ବଦଳିବ ରୂପରେଖ, ଦୂରସଂଚାର ବିଭାଗ ପାଇଁ ସରକାର ଖୋଲିଲେ ରାଜକୋଷ, ୧.୨୮ ଲକ୍ଷ କୋଟି ଟଙ୍କା ଆବଣ୍ଟନ

ନୂଆଦିଲ୍ଲୀ: କେନ୍ଦ୍ରୀୟ ବଜେଟରେ ଚଳିତ ଥର ଦୂରସଂଚାର ପରିଯୋଜନା ଏବଂ ସରକାରୀ କମ୍ପାନି ପାଇଁ ୧.୨୮ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଏଥିରୁ ଅଧିକାଂଶ ରାଶି ସାର୍ବଜନୀନ କ୍ଷେତ୍ରର କମ୍ପାନି ବିଏସଏନଏଲ୍ ପାଇଁ ନିର୍ଦ୍ଧାରିତ କରାଯାଇଛି । ମୋଟ ପ୍ରସ୍ତାବିତ ଆବଣ୍ଟନରୁ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ବିଏସଏନଏଲ୍ ଏବଂ ଏମଟିଏନଏଲରେ ବିନିଯୋଗ କରାଯିବ । ଯେଉଁଥିରେ ବିଏସ୍‌ଏନଏଲ୍‌ରେ ଟେକ୍ନୋଲଜି ଅପଡେଟ୍ ଏବଂ ପୁନର୍ଗଠନ ପାଇଁ ୮୨,୯୧୬ କୋଟି ଟଙ୍କା ନିବେଶ ସାମିଲ ରହିଛି । ବଜେଟ୍ ଘୋଷଣା ଅନୁସାରେ, ବଜେଟ୍ ଅନୁମାନ ୨୦୨୪-୨୫ରେ ଟେଲିକମ୍ ବିଭାଗ ପାଇଁ ୧,୨୮,୯୧୫.୪୩ କୋଟି ଟଙ୍କା (୧,୧୧,୯୧୫.୪୩ କୋଟି ଟଙ୍କା ଏବଂ ୧୭,୦୦୦ କୋଟି ଟଙ୍କା ସାମିଲ ରହିଛି) । ୧୭ ହଜାର କୋଟି ଟଙ୍କାର ଅତିରିକ୍ତ ପ୍ରାବଧାନ ୟୁନିଭର୍ସଲ ସର୍ଭିସ୍ ଅବ୍ଲିଗେସନ ଫଣ୍ଡ ଅଧିନରେ ଉପଲବ୍ଧ ବଳକା ରାଶିକୁ ପୂରଣ କରାଯାଇଥାଏ ଏବଂ ଏହାକୁ ଦୂରସଂଚାର ସେବା ପ୍ରଦାନକାରୀକୁ କ୍ଷତିପୂରଣ, ଭାରତନେଟ୍ ଏବଂ ଅନୁସନ୍ଧାନ ଏବଂ ବିକାଶ ପରି ଯୋଜନା ପାଇଁ କରାଯିବ ।ବଜେଟରେ ଦୂରସଂଚାର ବିଭାଗର କର୍ମଚାରୀଙ୍କ ପେନସନ ଲାଭ ପାଇଁ ୧୭,୫୧୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଯେଉଁଥିରେ ବିଏସ୍‌ଏନ୍‌ଏଲ ଏବଂ ଏମ୍‌ଟିଏନ୍‌ଏଲ କର୍ମଚାରୀ ସାମିଲ ଅଛନ୍ତି । ଆବଣ୍ଟନ ବ୍ୟତୀତ ସରକାର ଘରୋଇ ଦୂରସଂଚାର ଉପକରଣ ବିନିର୍ମାଣକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ରୀୟ ବଜେଟ୍ ୨୦୨୪-୨୫ରେ

BSNLର ବଦଳିବ ରୂପରେଖ, ଦୂରସଂଚାର ବିଭାଗ ପାଇଁ ସରକାର ଖୋଲିଲେ ରାଜକୋଷ, ୧.୨୮ ଲକ୍ଷ କୋଟି ଟଙ୍କା ଆବଣ୍ଟନ

ନୂଆଦିଲ୍ଲୀ: କେନ୍ଦ୍ରୀୟ ବଜେଟରେ ଚଳିତ ଥର ଦୂରସଂଚାର ପରିଯୋଜନା ଏବଂ ସରକାରୀ କମ୍ପାନି ପାଇଁ ୧.୨୮ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଏଥିରୁ ଅଧିକାଂଶ ରାଶି ସାର୍ବଜନୀନ କ୍ଷେତ୍ରର କମ୍ପାନି ବିଏସଏନଏଲ୍ ପାଇଁ ନିର୍ଦ୍ଧାରିତ କରାଯାଇଛି । ମୋଟ ପ୍ରସ୍ତାବିତ ଆବଣ୍ଟନରୁ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ବିଏସଏନଏଲ୍ ଏବଂ ଏମଟିଏନଏଲରେ ବିନିଯୋଗ କରାଯିବ । ଯେଉଁଥିରେ ବିଏସ୍‌ଏନଏଲ୍‌ରେ ଟେକ୍ନୋଲଜି ଅପଡେଟ୍ ଏବଂ ପୁନର୍ଗଠନ ପାଇଁ ୮୨,୯୧୬ କୋଟି ଟଙ୍କା ନିବେଶ ସାମିଲ ରହିଛି । 

ବଜେଟ୍ ଘୋଷଣା ଅନୁସାରେ, ବଜେଟ୍ ଅନୁମାନ ୨୦୨୪-୨୫ରେ ଟେଲିକମ୍ ବିଭାଗ ପାଇଁ ୧,୨୮,୯୧୫.୪୩ କୋଟି ଟଙ୍କା (୧,୧୧,୯୧୫.୪୩ କୋଟି ଟଙ୍କା ଏବଂ ୧୭,୦୦୦ କୋଟି ଟଙ୍କା ସାମିଲ ରହିଛି) । ୧୭ ହଜାର କୋଟି ଟଙ୍କାର ଅତିରିକ୍ତ ପ୍ରାବଧାନ ୟୁନିଭର୍ସଲ ସର୍ଭିସ୍ ଅବ୍ଲିଗେସନ ଫଣ୍ଡ ଅଧିନରେ ଉପଲବ୍ଧ ବଳକା ରାଶିକୁ ପୂରଣ କରାଯାଇଥାଏ ଏବଂ ଏହାକୁ ଦୂରସଂଚାର ସେବା ପ୍ରଦାନକାରୀକୁ କ୍ଷତିପୂରଣ, ଭାରତନେଟ୍ ଏବଂ ଅନୁସନ୍ଧାନ ଏବଂ ବିକାଶ ପରି ଯୋଜନା ପାଇଁ କରାଯିବ ।

ବଜେଟରେ ଦୂରସଂଚାର ବିଭାଗର କର୍ମଚାରୀଙ୍କ ପେନସନ ଲାଭ ପାଇଁ ୧୭,୫୧୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଯେଉଁଥିରେ ବିଏସ୍‌ଏନ୍‌ଏଲ ଏବଂ ଏମ୍‌ଟିଏନ୍‌ଏଲ କର୍ମଚାରୀ ସାମିଲ ଅଛନ୍ତି । ଆବଣ୍ଟନ ବ୍ୟତୀତ ସରକାର ଘରୋଇ ଦୂରସଂଚାର ଉପକରଣ ବିନିର୍ମାଣକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ରୀୟ ବଜେଟ୍ ୨୦୨୪-୨୫ରେ ମଦରବୋର୍ଡ (ପ୍ରିଣ୍ଟେଡ ସର୍କିଟ୍ ବୋର୍ଡ) ଉପରେ ଆମଦାନୀ ଶୁଳ୍କ ୫ ପ୍ରତିଶତ ବଦ୍ଧି କରିବା ପାଇଁ ପ୍ରସ୍ତାବ ଦିଆଯାଇଛି ।