ମୟୂରଭଞ୍ଜରେ ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ଦମ୍ପତିଙ୍କ ଜୀବନ

କରଞ୍ଜିଆ,୧୨।୧: ମୟୂରଭଞ୍ଜ ଜିଲା କେନ୍ଦୁମୁଣ୍ଡି ଜଙ୍ଗଲ ନିକଟ ୫୩ନମ୍ବର ରାଜ୍ୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କୁକୁଡ଼ା ବୋଝେଇ ଭ୍ୟାନ୍‌ ଧକ୍କାରେ ସ୍ତ୍ରୀ-ସ୍ବାମୀଙ୍କ ମୃତ୍ୟୁ ଘଟିଛି। ଏନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି। ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛି। ମିଳିଥିବା ସୂଚନା ମୁତାବକ, ଏକ ବାଇକ୍‌ ଯୋଗେ ସ୍ତ୍ରୀ-ସ୍ବାମୀ ୫୩ ନମ୍ବର ରାଜ୍ୟ ରାଜପଥରେ ଯାଉଥିଲେ। ହେଲେ କେନ୍ଦୁମୁଣ୍ଡି ଜଙ୍ଗଲ ନିକଟରେ ଏକ କୁକୁଡ଼ା ବୋଝେଇ ଭ୍ୟାନ୍‌ ଭାରସାମ୍ୟ ହରାଇ ବାଇକ୍‌କୁ […] The post ମୟୂରଭଞ୍ଜରେ ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ଦମ୍ପତିଙ୍କ ଜୀବନ appeared first on Dharitri Odia News.

ମୟୂରଭଞ୍ଜରେ ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ଦମ୍ପତିଙ୍କ ଜୀବନ

କରଞ୍ଜିଆ,୧୨।୧: ମୟୂରଭଞ୍ଜ ଜିଲା କେନ୍ଦୁମୁଣ୍ଡି ଜଙ୍ଗଲ ନିକଟ ୫୩ନମ୍ବର ରାଜ୍ୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କୁକୁଡ଼ା ବୋଝେଇ ଭ୍ୟାନ୍‌ ଧକ୍କାରେ ସ୍ତ୍ରୀ-ସ୍ବାମୀଙ୍କ ମୃତ୍ୟୁ ଘଟିଛି। ଏନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି। ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛି।

ମିଳିଥିବା ସୂଚନା ମୁତାବକ, ଏକ ବାଇକ୍‌ ଯୋଗେ ସ୍ତ୍ରୀ-ସ୍ବାମୀ ୫୩ ନମ୍ବର ରାଜ୍ୟ ରାଜପଥରେ ଯାଉଥିଲେ। ହେଲେ କେନ୍ଦୁମୁଣ୍ଡି ଜଙ୍ଗଲ ନିକଟରେ ଏକ କୁକୁଡ଼ା ବୋଝେଇ ଭ୍ୟାନ୍‌ ଭାରସାମ୍ୟ ହରାଇ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ଦମ୍ପତି ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ତ୍ରୀ-ସ୍ବାମୀଙ୍କ ମୃତ୍ୟୁ ଘଟିଥିଲା। ପରିବାର ଲୋକଙ୍କୁ କ୍ଷତିପୂରଣ ସହ ଗାଡି ଡ୍ରାଇଭରଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଦାବିରେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

The post ମୟୂରଭଞ୍ଜରେ ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ଦମ୍ପତିଙ୍କ ଜୀବନ appeared first on Dharitri Odia News.