ଦେବେନ୍ଦ୍ର ଫଡନାଭିସ ହେଉଛନ୍ତି ମାଷ୍ଟର ମାଇଣ୍ଡ: ସଞ୍ଜୟଙ୍କ ବଡ ଅଭିଯୋଗ
ମୁମ୍ବାଇ,୧।୯: ମହାରାଷ୍ଟ୍ରର ସିନ୍ଧୁଦର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ରାଜନୈତିକ ଉଷ୍ମତା ତୀବ୍ର ରହିଛି। ବିରୋଧୀ କ୍ରମାଗତ ଭାବେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାଜପାକୁ ଘେରି ରହିଛନ୍ତି। ଏହି ପରିପ୍ରେକ୍ଷୀରେ ମୁମ୍ବାଇରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶିବସେନା (ୟୁବିଟି) ଏମପି ସଞ୍ଜୟ ରାଉତ ମଧ୍ୟ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଦେବେନ୍ଦ୍ର ଫଡନାଭିସ ସବୁକିଛି ପଛରେ ମାଷ୍ଟରମାଇଣ୍ଡ ଏବଂ ମହାରାଷ୍ଟ୍ରରେ ଏହା ହେଉଛି ସମସ୍ୟା। ସମଗ୍ର ଦେଶ ଏବଂ ପ୍ରଧାନମନ୍ତ୍ରୀ […] The post ଦେବେନ୍ଦ୍ର ଫଡନାଭିସ ହେଉଛନ୍ତି ମାଷ୍ଟର ମାଇଣ୍ଡ: ସଞ୍ଜୟଙ୍କ ବଡ ଅଭିଯୋଗ appeared first on Dharitri Odia News.
ମୁମ୍ବାଇ,୧।୯: ମହାରାଷ୍ଟ୍ରର ସିନ୍ଧୁଦର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ରାଜନୈତିକ ଉଷ୍ମତା ତୀବ୍ର ରହିଛି। ବିରୋଧୀ କ୍ରମାଗତ ଭାବେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାଜପାକୁ ଘେରି ରହିଛନ୍ତି। ଏହି ପରିପ୍ରେକ୍ଷୀରେ ମୁମ୍ବାଇରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶିବସେନା (ୟୁବିଟି) ଏମପି ସଞ୍ଜୟ ରାଉତ ମଧ୍ୟ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଦେବେନ୍ଦ୍ର ଫଡନାଭିସ ସବୁକିଛି ପଛରେ ମାଷ୍ଟରମାଇଣ୍ଡ ଏବଂ ମହାରାଷ୍ଟ୍ରରେ ଏହା ହେଉଛି ସମସ୍ୟା। ସମଗ୍ର ଦେଶ ଏବଂ ପ୍ରଧାନମନ୍ତ୍ରୀ ମୋଦି ଏହା ଜାଣିଛନ୍ତି, ସେଥିପାଇଁ ତାଙ୍କୁ କ୍ଷମା ମାଗିବାକୁ ପଡ଼ିଲା। କିନ୍ତୁ ପ୍ରଶ୍ନ ହେଉଛି, କ୍ଷମା ମାଗିବା ଦ୍ୱାରା ଏହି ସମସ୍ୟାର ସମାଧାନ ହେବ କି ବୋଳଇ ସେ ପ୍ରଶ୍ନ କରିଛନ୍ତି।
ସଞ୍ଜୟ ରାଉତ ଆହୁରି କହିଛନ୍ତି ଯେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ମାତ୍ର ସାତ ମାସ ମଧ୍ୟରେ ଭୁଶୁଡି ପଡିଛି, ତେଣୁ ଆମେ ଚୁପ ରହିବା ଉଚିତ କି। ଆଜି ଆମେ ଶିବାଜୀ ମହାରାଜଙ୍କ ସମ୍ମାନାର୍ଥେ ବିରୋଧ କରିବାକୁ ଯାଉଛୁ। ରାଉତ କହିଛନ୍ତି ଦେବେନ୍ଦ୍ର ଫଡନାଭିସ, ତୁମେ ମହାରାଷ୍ଟ୍ରର ଭିଲେନ।
The post ଦେବେନ୍ଦ୍ର ଫଡନାଭିସ ହେଉଛନ୍ତି ମାଷ୍ଟର ମାଇଣ୍ଡ: ସଞ୍ଜୟଙ୍କ ବଡ ଅଭିଯୋଗ appeared first on Dharitri Odia News.