ଦେଶ ପାଳୁଛି ଗଣତନ୍ତ୍ର ଦିବସ

ନୂଆଦିଲ୍ଲୀ,୨୬ା୧: ଗଣତନ୍ତ୍ର ଦିବସ ପାଇଁ ସାରା ଦେଶରେ ଉତ୍ସାହ ଦେଖାଦେଇଛି। କଶ୍ମୀରରୁ କନ୍ୟାକୁମାରୀ ଯାଏ ସବୁଠି ତ୍ରିରଙ୍ଗାରେ ରଙ୍ଗାୟିତ । ଶୁକ୍ରବାର ଦେଶ ପାଳୁଛି ୭୫ତମ ଗଣତନ୍ତ୍ର ଦିବସ। ଏହି ଅବସରରେ ଦିଲ୍ଲୀ କର୍ତ୍ତବ୍ୟ ପଥରେ ଭାରତୀୟ ସେନା ତାଙ୍କର ସେନା ଶୌର୍ଯ୍ୟ, ସାମର୍ଥ ଏବଂ ବୀରତ୍ୱ ପ୍ରଦର୍ଶନ କରିବେ। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପରେଡର ଅଭିବାଦନ ଗ୍ରହଣ କରିବେ । ସାଧାରଣତନ୍ତ୍ର ଦିବସ ପରେଡ ସକାଳ ୧୦.୩୦ରୁ ଆରମ୍ଭ ହୋଇ ପ୍ରାୟ ୯୦ […] The post ଦେଶ ପାଳୁଛି ଗଣତନ୍ତ୍ର ଦିବସ appeared first on Dharitri Odia News.

ଦେଶ ପାଳୁଛି ଗଣତନ୍ତ୍ର ଦିବସ

ନୂଆଦିଲ୍ଲୀ,୨୬ା୧: ଗଣତନ୍ତ୍ର ଦିବସ ପାଇଁ ସାରା ଦେଶରେ ଉତ୍ସାହ ଦେଖାଦେଇଛି। କଶ୍ମୀରରୁ କନ୍ୟାକୁମାରୀ ଯାଏ ସବୁଠି ତ୍ରିରଙ୍ଗାରେ ରଙ୍ଗାୟିତ । ଶୁକ୍ରବାର ଦେଶ ପାଳୁଛି ୭୫ତମ ଗଣତନ୍ତ୍ର ଦିବସ। ଏହି ଅବସରରେ
ଦିଲ୍ଲୀ କର୍ତ୍ତବ୍ୟ ପଥରେ ଭାରତୀୟ ସେନା ତାଙ୍କର ସେନା ଶୌର୍ଯ୍ୟ, ସାମର୍ଥ ଏବଂ ବୀରତ୍ୱ ପ୍ରଦର୍ଶନ କରିବେ। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପରେଡର ଅଭିବାଦନ ଗ୍ରହଣ କରିବେ ।

ସାଧାରଣତନ୍ତ୍ର ଦିବସ ପରେଡ ସକାଳ ୧୦.୩୦ରୁ ଆରମ୍ଭ ହୋଇ ପ୍ରାୟ ୯୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ। ପରେଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏଥର ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ସାଧାରଣତନ୍ତ୍ର ଦିବସ ପାଇଁ କଡ଼ା ସୁରକ୍ଷା ବଳୟରେ ରାଜଧାନୀ ଦିଲ୍ଲୀ। ୮ହଜାରରୁ ଅଧିକ ଫୋର୍ସ ମୁତୟନ କରାଯାଇଛି।

 

The post ଦେଶ ପାଳୁଛି ଗଣତନ୍ତ୍ର ଦିବସ appeared first on Dharitri Odia News.