ଦେଶ ବାହାରକୁ ଡାଟା ପଠାଇ ପାରିବେ ନାହିଁ କୌଣସି କମ୍ପାନି, ସରକାର ଆଣିବେ ନିୟମ
ନୂଆଦିଲ୍ଲୀ: କମ୍ପାନିଗୁଡ଼ିକ ପାଇଁ କେନ୍ଦ୍ର ସରକାର ଖୁବଶୀଘ୍ର ଏକ ନିୟମ ଆଣିବାକୁ ଯାଉଛନ୍ତି । ଏହା ଅନୁସାରେ କୌଣସି କମ୍ପାନି ଦେଶର ଡାଟାକୁ ବାହାରକୁ ପଠାଇପାରିବେ ନାହିଁ । ଏହି ନିୟମ ଦେଶୀୟ କମ୍ପାନି ସହ ଦେଶରେ ଥିବା ବିଦେଶୀ କମ୍ପାନି ଉପରେ ବି ଲାଗୁ ହେବ । ଡିଜିଟାଲ୍ ପର୍ସନାଲ୍ ଡାଟା ପ୍ରୋଟେକ୍ସ (DPDP) ଆକ୍ଟର ବିଧେୟକ ଅନୁସାରେ ସରକାର ଦେଶର ଡାଟା ବାହାରକୁ ପଠାଇବା ଉପରେ ରୋକ ଲଗାଇବା ପାଇଁ ନିର୍ଦ୍ଦେଶ ଜାରି କରିପାରନ୍ତି । ଡ୍ରାଫ୍ଟର ଏହି ନିୟମ ଉପରେ ମତାମତ ପାଇଁ ଜାନୁଆରୀ ୩ରେ ସାର୍ବଜାନୀନ କରାଯାଇଛି ଏବଂ ଫେବ୍ରୁଆରୀ ୧୮ ସୁଦ୍ଧା ଏହା ଉପରେ ମତମତ ଦେବା ପାଇଁ କୁହାଯାଇଛି ।ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ଆକ୍ଟର ଡ୍ରାଫ୍ଟ ନିୟମ ୧୪ ଅଧିନରେ ଭାରତ ବାହାରକୁ କୌଣସି ପ୍ରକାର ଡାଟା ଟ୍ରାନ୍ସଫର କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଆଦେଶ ଅଧିନରେ ଆସିବ । ଏହି ନିୟମ ଅନୁସାରେ ବ୍ୟକ୍ତିଗତ ସୂଚନାକୁ ଦେଶ ବାହାରକୁ ପଠାଇବାର ଅଧିକାର କେନ୍ଦ୍ର ସରକାରଙ୍କ ଅଧିନରେ ରହିବ । ତେବେ ଏହି ରୁଲ୍ ୧୪ କେଉଁ ଆଧାରରେ କସରକାର ଏପରି ଆଦେଶ ଜାରି କରିବେ ତାହା ସ୍ପଷ୍ଟ କରିନାହିଁ । ଉଲ୍ଲେଖଯୋଗ୍ୟ ଯେ ଡିପିଡିପି ଆକ୍ଟର ଧାରା ୧୭(୨) ସରକାରଙ୍କୁ ବିଶେଷ ପରିସ୍ଥିତିରେ ଡାଟା ଟ୍ରାନ୍ସଫର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଅନୁମତି ଦେଉଛି ।ନିୟମ ୧୪ର ଆବଶ୍ୟକତା କଣ ?ଡିପିଡିପି ଆକ୍ଟର ଗୋଟିଏ ଧାରା ଅନୁସାରେ ଡାଟା ଟ୍ରାନ୍ସଫର
ନୂଆଦିଲ୍ଲୀ: କମ୍ପାନିଗୁଡ଼ିକ ପାଇଁ କେନ୍ଦ୍ର ସରକାର ଖୁବଶୀଘ୍ର ଏକ ନିୟମ ଆଣିବାକୁ ଯାଉଛନ୍ତି । ଏହା ଅନୁସାରେ କୌଣସି କମ୍ପାନି ଦେଶର ଡାଟାକୁ ବାହାରକୁ ପଠାଇପାରିବେ ନାହିଁ । ଏହି ନିୟମ ଦେଶୀୟ କମ୍ପାନି ସହ ଦେଶରେ ଥିବା ବିଦେଶୀ କମ୍ପାନି ଉପରେ ବି ଲାଗୁ ହେବ । ଡିଜିଟାଲ୍ ପର୍ସନାଲ୍ ଡାଟା ପ୍ରୋଟେକ୍ସ (DPDP) ଆକ୍ଟର ବିଧେୟକ ଅନୁସାରେ ସରକାର ଦେଶର ଡାଟା ବାହାରକୁ ପଠାଇବା ଉପରେ ରୋକ ଲଗାଇବା ପାଇଁ ନିର୍ଦ୍ଦେଶ ଜାରି କରିପାରନ୍ତି । ଡ୍ରାଫ୍ଟର ଏହି ନିୟମ ଉପରେ ମତାମତ ପାଇଁ ଜାନୁଆରୀ ୩ରେ ସାର୍ବଜାନୀନ କରାଯାଇଛି ଏବଂ ଫେବ୍ରୁଆରୀ ୧୮ ସୁଦ୍ଧା ଏହା ଉପରେ ମତମତ ଦେବା ପାଇଁ କୁହାଯାଇଛି ।
ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ଆକ୍ଟର ଡ୍ରାଫ୍ଟ ନିୟମ ୧୪ ଅଧିନରେ ଭାରତ ବାହାରକୁ କୌଣସି ପ୍ରକାର ଡାଟା ଟ୍ରାନ୍ସଫର କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଆଦେଶ ଅଧିନରେ ଆସିବ । ଏହି ନିୟମ ଅନୁସାରେ ବ୍ୟକ୍ତିଗତ ସୂଚନାକୁ ଦେଶ ବାହାରକୁ ପଠାଇବାର ଅଧିକାର କେନ୍ଦ୍ର ସରକାରଙ୍କ ଅଧିନରେ ରହିବ । ତେବେ ଏହି ରୁଲ୍ ୧୪ କେଉଁ ଆଧାରରେ କସରକାର ଏପରି ଆଦେଶ ଜାରି କରିବେ ତାହା ସ୍ପଷ୍ଟ କରିନାହିଁ । ଉଲ୍ଲେଖଯୋଗ୍ୟ ଯେ ଡିପିଡିପି ଆକ୍ଟର ଧାରା ୧୭(୨) ସରକାରଙ୍କୁ ବିଶେଷ ପରିସ୍ଥିତିରେ ଡାଟା ଟ୍ରାନ୍ସଫର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଅନୁମତି ଦେଉଛି ।
ନିୟମ ୧୪ର ଆବଶ୍ୟକତା କଣ ?
ଡିପିଡିପି ଆକ୍ଟର ଗୋଟିଏ ଧାରା ଅନୁସାରେ ଡାଟା ଟ୍ରାନ୍ସଫର ଉପରେ ସରକାର ରୋକ ଲଗାଇପାରିବେ । କିନ୍ତୁ ନୂଆ ନିୟମ ସରକାରଙ୍କୁ ଅଧିକ କ୍ଷମତା ଦେବ । ଏହା ଜରିଆରେ ସରକାର ବିନା କୌଣସି ଦେଶର ବ୍ଲାକ୍ ଲିଷ୍ଟ ପ୍ରସ୍ତୁତ କରିବା ପୂର୍ବରୁ ହିଁ ଆଦେଶ ଜାରି କରି ଡାଟା ଟ୍ରାନ୍ସଫର ଉପରେ ରୋକ୍ ଲଗାଇପାରିବେ ।