କଟକର ବିଭିନ୍ନ ସ୍ଥାନରେ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ

କଟକ ୧୭।୪: ଆଜି ହେଉଛି ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ଏହି ଅବସରରେ କଟକର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବିଜୁ ପଟ୍ଟନାୟକ ଛକ ଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ କଟକ ଜିଲ୍ଲାପାଳ ଦତ୍ତତ୍ରେୟ ଭାଉ ସାହେବ୍ ସିନ୍ଧେ । ଏହାପରେ ଆନନ୍ଦ ଭବନ ଠାରେ ମଧ୍ୟ କଟକ ମେୟର, କମିଶନର, ଜିଲ୍ଲାପାଳ, କର୍ପୋରେଟର, ବିଜେଡି ନେତା ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷ ମାନେ ପହଞ୍ଚି ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ତାଙ୍କର ସ୍ମୃତିଚାରଣ କରିଥିଲେ । କଟକ ଗଡଗଡିଆ ମହାନଦୀ ଘାଟରେ କଟକ ଜିଲ୍ଲା ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଉତ୍ସବ ଉପଲକ୍ଷେ ତିଳତର୍ପଣ କରିଛନ୍ତି ଶତାଧିକ ନେତା ଓ କର୍ମୀ । ସାଂସଦ ଦେବାଶିଷ ସାମନ୍ତରାୟଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଟକ ବିଜେଡି ନଗର ସଭାପତି ମଧୂସୁଦନ ସାହୁ ଓ ବିଭିନ୍ନ ୱାର୍ଡର କର୍ପୋରେଟର ମାନେ ଯୋଗ ଦେଇଥିଲେ । ଏହି ଅବସରରେ ବିଜୁ ବାବୁଙ୍କ ସ୍ମୃତିଚାରଣ କରିଥିଲେ ନେତା ଓ କର୍ମୀ ।You Can Read:ପାରାଦୀପ ବନ୍ଦରରୁ ଗନ୍ତବ୍ୟସ୍ଥଳକୁ ଯାଇପାରିବ ପାନାମା କାର୍ଗୋ ଜାହାଜ, ଛାଡ଼ିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ 

କଟକର ବିଭିନ୍ନ ସ୍ଥାନରେ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ

କଟକ ୧୭ଆଜି ହେଉଛି ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ଏହି ଅବସରରେ କଟକର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବିଜୁ ପଟ୍ଟନାୟକ ଛକ ଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ କଟକ ଜିଲ୍ଲାପାଳ ଦତ୍ତତ୍ରେୟ ଭାଉ ସାହେବ୍ ସିନ୍ଧେ । ଏହାପରେ ଆନନ୍ଦ ଭବନ ଠାରେ ମଧ୍ୟ କଟକ ମେୟର, କମିଶନର, ଜିଲ୍ଲାପାଳ, କର୍ପୋରେଟର, ବିଜେଡି ନେତା ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷ ମାନେ ପହଞ୍ଚି ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ତାଙ୍କର ସ୍ମୃତିଚାରଣ କରିଥିଲେ । 

କଟକ ଗଡଗଡିଆ ମହାନଦୀ ଘାଟରେ କଟକ ଜିଲ୍ଲା ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଉତ୍ସବ ଉପଲକ୍ଷେ ତିଳତର୍ପଣ କରିଛନ୍ତି ଶତାଧିକ ନେତା ଓ କର୍ମୀ । ସାଂସଦ ଦେବାଶିଷ ସାମନ୍ତରାୟଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଟକ ବିଜେଡି ନଗର ସଭାପତି ମଧୂସୁଦନ ସାହୁ ଓ ବିଭିନ୍ନ ୱାର୍ଡର କର୍ପୋରେଟର ମାନେ ଯୋଗ ଦେଇଥିଲେ । ଏହି ଅବସରରେ ବିଜୁ ବାବୁଙ୍କ ସ୍ମୃତିଚାରଣ କରିଥିଲେ ନେତା ଓ କର୍ମୀ ।

You Can Read:

ପାରାଦୀପ ବନ୍ଦରରୁ ଗନ୍ତବ୍ୟସ୍ଥଳକୁ ଯାଇପାରିବ ପାନାମା କାର୍ଗୋ ଜାହାଜ, ଛାଡ଼ିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ