ମୋଦି ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଲେ ପପୁ ଯାଦବ
ନୂଆଦିଲ୍ଲୀ,୫।୫: ଜମ୍ମୁ କଶ୍ମୀରର ପୁଞ୍ଚ ଜିଲା ଅନ୍ତର୍ଗତ ଭାରତୀୟ ବାୟୁସେନା କନଭେନ ଉପରେ ଆତଙ୍କବାଦୀ ଆକ୍ରମଣକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏହି ଆତଙ୍କବାଦୀ ଆକ୍ରମଣ ଉପରେ କଂଗ୍ରେସ ନେତା ପପୁ ଯାଦବ ଅତ୍ୟନ୍ତ ବିପଜ୍ଜନକ ଷଡଯନ୍ତ୍ରକୁ ନେଇ ମୋଦି ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ଭାଜପା ସରକାରଙ୍କୁ ଟାର୍ଗେଟ କରି ପପୁ ଯାଦବ କହିଛନ୍ତି, ଏହା ମ୍ୟାଚ ଫିକ୍ସିଂ ମାମଲା ପରି ଲାଗୁଛି। ଗତ ନିର୍ବାଚନରେ ମଧ୍ୟ ପୁଲୱାମା ଘଟଣାରେ ଅନେକ ସାହସୀ ସୈନିକ […] The post ମୋଦି ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଲେ ପପୁ ଯାଦବ appeared first on Dharitri Odia News.
ନୂଆଦିଲ୍ଲୀ,୫।୫: ଜମ୍ମୁ କଶ୍ମୀରର ପୁଞ୍ଚ ଜିଲା ଅନ୍ତର୍ଗତ ଭାରତୀୟ ବାୟୁସେନା କନଭେନ ଉପରେ ଆତଙ୍କବାଦୀ ଆକ୍ରମଣକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏହି ଆତଙ୍କବାଦୀ ଆକ୍ରମଣ ଉପରେ କଂଗ୍ରେସ ନେତା ପପୁ ଯାଦବ ଅତ୍ୟନ୍ତ ବିପଜ୍ଜନକ ଷଡଯନ୍ତ୍ରକୁ ନେଇ ମୋଦି ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ଭାଜପା ସରକାରଙ୍କୁ ଟାର୍ଗେଟ କରି ପପୁ ଯାଦବ କହିଛନ୍ତି, ଏହା ମ୍ୟାଚ ଫିକ୍ସିଂ ମାମଲା ପରି ଲାଗୁଛି। ଗତ ନିର୍ବାଚନରେ ମଧ୍ୟ ପୁଲୱାମା ଘଟଣାରେ ଅନେକ ସାହସୀ ସୈନିକ ଶହୀଦ ହୋଇଥିଲେ ଏବଂ ଏଥର ନିର୍ବାଚନ ସମୟରେ ସୈନିକଙ୍କ ଉପରେ ଆକ୍ରମଣ କେନ୍ଦ୍ରରେ ବସିଥିବା ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏହି ଘଟଣାରେ କେନ୍ଦ୍ର ସରକାରଙ୍କୁ ସିଧାସଳଖ ଆକ୍ରମଣ କରି ପପୁ ଯାଦବ କହିଛନ୍ତି, ନିର୍ବାଚନ ଆଗକୁ ବଢି ଚାଲିବ, କିନ୍ତୁ ରାଜନୀତି ପାଇଁ ଦେଶର ସେବାରେ ନିୟୋଜିତ ସୈନିକମାନଙ୍କ ଶହୀଦ ଉପରେ କୌଣସି ରାଜନୀତି ହେବା ଉଚିତ ନୁହେଁ। ଦେଶରେ ମୋଦି ଲହର ଶେଷ ହୋଇଛି। କେନ୍ଦ୍ରରେ ଏନଡିଏ ସରକାର ଗଠନ ଆଗକୁ ହେବ ନାହିଁ। ପ୍ରଧାନମନ୍ତ୍ରୀ ମୋଦିଙ୍କ ପତନ ନିଶ୍ଚିତ ବୋଲି କଂଗ୍ରେସ ନେତା ଦାବି କରିଛନ୍ତି।
The post ମୋଦି ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଲେ ପପୁ ଯାଦବ appeared first on Dharitri Odia News.