ବଳାତ୍କାର ଅଭିଯୋଗରେ ୪ ଫୁଟ୍ବଲର ଗିରଫ
ବ୍ୟୁନୋସ ଏୟାର୍ସ,୨୦ା୩ (ପି.ଟି.): ବଳାତ୍କାର ଅଭିଯୋଗରେ ଆର୍ଜେଣ୍ଟିନାର ୪ ଜଣ କ୍ଲବ ଫୁଟ୍ବଲରଙ୍କୁ ଗିରଫ କରାଯାଇଛି। ଭେଲେଜ ସାର୍ସଫିଲ୍ଡ କ୍ଲବର ୪ ଜଣ ଖେଳାଳିଙ୍କ ନାମରେ ଜଣେ ମହିଳା ବଳାତ୍କାର ଅଭିଯୋଗ ଆଣିଥିଲେ। ସୋମବାର ଏହି ଖେଳାଳିମାନଙ୍କୁ ପୋଲିସ ଗିରଫ କରିଛି। ମାମଲାର ତଦନ୍ତ ଜାରି ରହିଥିବା ବେଳେ ମାର୍ଚ୍ଚ ୮ ତାରିଖରେ କ୍ଲବ ପକ୍ଷରୁ ଗୋଲକିପର ସେବାଷ୍ଟିଆନ୍ ସୋସା, ଡିଫେଣ୍ଡର ବ୍ରାୟାନ କଫ୍ରେ, ମିଡ୍ଫିଲ୍ଡର ଜୋଶ ଇଗ୍ନାସିଓ ଫ୍ଲୋରେଣ୍ଟିନ ଓ ଷ୍ଟ୍ରାଇକର ଆବିଏଲ ଓସୋରିଓଙ୍କୁ ବାସନ୍ଦ […] The post ବଳାତ୍କାର ଅଭିଯୋଗରେ ୪ ଫୁଟ୍ବଲର ଗିରଫ appeared first on Dharitri Odia News.
ବ୍ୟୁନୋସ ଏୟାର୍ସ,୨୦ା୩ (ପି.ଟି.): ବଳାତ୍କାର ଅଭିଯୋଗରେ ଆର୍ଜେଣ୍ଟିନାର ୪ ଜଣ କ୍ଲବ ଫୁଟ୍ବଲରଙ୍କୁ ଗିରଫ କରାଯାଇଛି। ଭେଲେଜ ସାର୍ସଫିଲ୍ଡ କ୍ଲବର ୪ ଜଣ ଖେଳାଳିଙ୍କ ନାମରେ ଜଣେ ମହିଳା ବଳାତ୍କାର ଅଭିଯୋଗ ଆଣିଥିଲେ। ସୋମବାର ଏହି ଖେଳାଳିମାନଙ୍କୁ ପୋଲିସ ଗିରଫ କରିଛି। ମାମଲାର ତଦନ୍ତ ଜାରି ରହିଥିବା ବେଳେ ମାର୍ଚ୍ଚ ୮ ତାରିଖରେ କ୍ଲବ ପକ୍ଷରୁ ଗୋଲକିପର ସେବାଷ୍ଟିଆନ୍ ସୋସା, ଡିଫେଣ୍ଡର ବ୍ରାୟାନ କଫ୍ରେ, ମିଡ୍ଫିଲ୍ଡର ଜୋଶ ଇଗ୍ନାସିଓ ଫ୍ଲୋରେଣ୍ଟିନ ଓ ଷ୍ଟ୍ରାଇକର ଆବିଏଲ ଓସୋରିଓଙ୍କୁ ବାସନ୍ଦ କରାଯାଇଥିଲା। ବ୍ୟୁନୋସ ଏୟାର୍ସରୁ ୧୨୦୦ କିମି ଦୂରରେ ଅବସ୍ଥିତ ଟୁକୁମାନ ସହରର ଜଣେ ମହିଳା ଏହି ଅଭିଯୋଗ କରିଥିଲେ। ଭେଲେଜ ସାର୍ସଫିଲ୍ଡ ଏହି ସହରରେ ଆଟଲେଟିକୋ ଟୁକୁମାନ ବିପକ୍ଷରେ ଖେଳିଥିଲା। ମହିଳାଙ୍କ ଅଭିଯୋଗ ଅନୁସାରେ ସେ ମାର୍ଚ୍ଚ ୩ ତାରିଖରେ କ୍ଲବ୍ର ଖେଳାଳିଙ୍କ ସହ ବାହାରକୁ ଯାଇଥିଲେ। ସେଠାରେ ସମସ୍ତେ ମଦ୍ୟପାନ ମଧ୍ୟ କରିଥିଲେ। ନିଶାସକ୍ତ ଅବସ୍ଥାରେ ତାଙ୍କ ସହିତ ବଳାତ୍କାର କରାଯାଇଥିବା ଅଭିଯୋଗ ଆଣିଛନ୍ତି। ମହିଳାଙ୍କ ଓକିଲ କରିଥିବା ଅଭିଯୋଗ ଅନୁସାରେ ଗୋଲକିପର ସେବାଷ୍ଟିଆନ୍ ସୋସା ମହିଳା ଖେଳାଳିଙ୍କୁ ହୋଟେଲକୁ ଆମନ୍ତ୍ରଣ କରିଥିଲେ। ତେବେ ସୋସା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଆର୍ଜେଣ୍ଟିନା ଇତିହାସରେ ଭେଲେଜ ଏକ ଐତିହାସିକ କ୍ଲବ୍। ୧୦ ଥର ଜାତୀୟ ଟାଇଟଲ ଜିତିବା ସହ ୧୯୯୪ରେ କୋପା ଲିବର୍ଟାଡୋର୍ସ ଟ୍ରଫି ମଧ୍ୟ ଜିତିଥିଲା। ଗିରଫ ହୋଇଥିବା ୪ ଫୁଟ୍ବଲରଙ୍କ କଣ୍ଟ୍ରାକ୍ଟକୁ ସସ୍ପେଣ୍ଡ କରାଯାଇଥିବା କ୍ଲବ ସୂଚନା ଦେଇଛି।
The post ବଳାତ୍କାର ଅଭିଯୋଗରେ ୪ ଫୁଟ୍ବଲର ଗିରଫ appeared first on Dharitri Odia News.