ଶ୍ରାବଣର ପ୍ରତ୍ୟେକ ସୋମବାର ସ୍କୁଲ ରହିବ ଛୁଟି

ଲକ୍ଷ୍ନୌ,୨୨।୭: ଶ୍ରାବଣର ପ୍ରତ୍ୟେକ ସୋମବାର ସ୍କୁଲ ଛୁଟି ରହିବ ବୋଲି ଘୋଷଣା କରାଯାଇଛି। ବାରାଣାସୀ ସହର ଅଞ୍ଚଳରେ ଏବଂ କାଉଡି ରୁଟ୍‌ରେ ପଡୁଥିବା ୧ ରୁ ୧୨ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ। ଏହା ବଦଳରେ ରବିବାର କ୍ଲାସ କରାଯିବ। କିଛି ଘରୋଇ ବିଦ୍ୟାଳୟ ଅଛି ଯାହା ରବିବାର ଏବଂ ସୋମବାର ମଧ୍ୟ ବନ୍ଦ ରହିବ। ଶ୍ରାବଣରେ ଭକ୍ତଙ୍କ ଭିଡ ଏବଂ ଛାତ୍ରୀଛାତ୍ରମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି […] The post ଶ୍ରାବଣର ପ୍ରତ୍ୟେକ ସୋମବାର ସ୍କୁଲ ରହିବ ଛୁଟି appeared first on Dharitri Odia News.

ଶ୍ରାବଣର ପ୍ରତ୍ୟେକ ସୋମବାର ସ୍କୁଲ ରହିବ ଛୁଟି

ଲକ୍ଷ୍ନୌ,୨୨।୭: ଶ୍ରାବଣର ପ୍ରତ୍ୟେକ ସୋମବାର ସ୍କୁଲ ଛୁଟି ରହିବ ବୋଲି ଘୋଷଣା କରାଯାଇଛି। ବାରାଣାସୀ ସହର ଅଞ୍ଚଳରେ ଏବଂ କାଉଡି ରୁଟ୍‌ରେ ପଡୁଥିବା ୧ ରୁ ୧୨ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ। ଏହା ବଦଳରେ ରବିବାର କ୍ଲାସ କରାଯିବ। କିଛି ଘରୋଇ ବିଦ୍ୟାଳୟ ଅଛି ଯାହା ରବିବାର ଏବଂ ସୋମବାର ମଧ୍ୟ ବନ୍ଦ ରହିବ।

ଶ୍ରାବଣରେ ଭକ୍ତଙ୍କ ଭିଡ ଏବଂ ଛାତ୍ରୀଛାତ୍ରମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଶ୍ରାବଣ ମାସରେ ୯୦ ଲକ୍ଷରୁ ଏକ କୋଟି ଭକ୍ତ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିରକୁ ଦର୍ଶନ ଓ ପୂଜା ପାଇଁ ଆସିବେ ବୋଲି ଅନୁମାନ କରାଯାଉଛି।

The post ଶ୍ରାବଣର ପ୍ରତ୍ୟେକ ସୋମବାର ସ୍କୁଲ ରହିବ ଛୁଟି appeared first on Dharitri Odia News.