ଓସ୍କାର ୨୦୨୫ରେ ଏଣ୍ଟ୍ରି କଲା ‘ଲାପତା ଲେଡିଜ୍’, ପୂରା ହେଲା କିରଣ ରାଓଙ୍କ ସ୍ଵପ୍ନ
ମୁମ୍ଵାଇ ୨୩।୦୯: ଓସ୍କାର ୨୦୨୫ରେ ଏଣ୍ଟ୍ରି କଲା ଲାପତା ଲେଡିଜ୍ । ଜବରଦସ୍ତ ହିଟ୍ ହେବା ପରେ ଆଉ ଏକ ସଫଳତା ହାସଲ କରିଛି । କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୯୭ତମ ଏକାଡେମୀ ପୁରସ୍କାରରେ ଭାରତର ପ୍ରତିନିଧିତ୍ୱ କରିବ ବୋଲି ଘୋଷଣା ହୋଇଛି। ଶ୍ରେଷ୍ଠ ହଲିଉଡ୍ ଫିଲ୍ମ କ୍ୟାଟେଗୋରୀ ପାଇଁ ଏହା ମନୋନୀତ ହୋଇଛି। ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆର ସଦସ୍ୟମାନେ ଏକାଡେମୀ ପୁରସ୍କାରରେ ଭାରତର ଅଫିସିଆଲ୍ ପ୍ରବେଶ ଘୋଷଣା କରିଛନ୍ତି।'Laapataa Ladies' is India's official entry to the Oscars in the Best Foreign Film Category 2025. pic.twitter.com/2gjzgzsDDJ— ANI (@ANI) September 23, 2024ଫିଲ୍ମ 'ଲାପତା ଲେଡିଜ୍' ୨୯ଟି ଫିଲ୍ମକୁ ପଛରେ ପକାଇ ଓସ୍କାର ପାଇଁ ମନୋନୀତ ହୋଇଛି। ଏହି ତାଲିକାରେ ବଲିଉଡର ବ୍ଲକବଷ୍ଟର ହିଟ୍ ଫିଲ୍ମ 'ଆନିମଲ', ମାଲୟାଲମ ଜାତୀୟ ପୁରସ୍କାର ବିଜେତା ଫିଲ୍ମ 'ଅଟ୍ଟମ୍' ଏବଂ କାନ୍ସ ବିଜେତା 'ଅଲ୍ ଓ୍ୱି ଇମାଜିନ୍ ଇଜ୍ ଲାଇଟ୍' ମଧ୍ୟ ରହିଥିଲା। ଆସାମର ନିର୍ଦ୍ଦେଶକ ଜାହାନୁ ବାରୁଆଙ୍କ ନେତୃତ୍ୱରେ ୧୩ ଜଣିଆ ଚୟନ କମିଟି ସର୍ବସମ୍ମତି ଅମୀର ଖାନ ଏବଂ କିରଣ ରାଓଙ୍କ ଦ୍ୱାରା ନିର୍ମିତ 'ଲାପତା ଲେଡିଜ୍'କୁ ଏକାଡେମୀ ପୁରସ୍କାରରେ ଶ୍ରେଷ୍ଠ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ବର୍ଗରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛି। କହିବାକୁ ଗଲେ ଅମୀର ଖାନ ପ୍ରଡକ୍ସନ୍ସରେ ନିର୍
ମୁମ୍ଵାଇ ୨୩।୦୯: ଓସ୍କାର ୨୦୨୫ରେ ଏଣ୍ଟ୍ରି କଲା ଲାପତା ଲେଡିଜ୍ । ଜବରଦସ୍ତ ହିଟ୍ ହେବା ପରେ ଆଉ ଏକ ସଫଳତା ହାସଲ କରିଛି । କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୯୭ତମ ଏକାଡେମୀ ପୁରସ୍କାରରେ ଭାରତର ପ୍ରତିନିଧିତ୍ୱ କରିବ ବୋଲି ଘୋଷଣା ହୋଇଛି। ଶ୍ରେଷ୍ଠ ହଲିଉଡ୍ ଫିଲ୍ମ କ୍ୟାଟେଗୋରୀ ପାଇଁ ଏହା ମନୋନୀତ ହୋଇଛି। ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆର ସଦସ୍ୟମାନେ ଏକାଡେମୀ ପୁରସ୍କାରରେ ଭାରତର ଅଫିସିଆଲ୍ ପ୍ରବେଶ ଘୋଷଣା କରିଛନ୍ତି।
'Laapataa Ladies' is India's official entry to the Oscars in the Best Foreign Film Category 2025. pic.twitter.com/2gjzgzsDDJ— ANI (@ANI) September 23, 2024
ଫିଲ୍ମ 'ଲାପତା ଲେଡିଜ୍' ୨୯ଟି ଫିଲ୍ମକୁ ପଛରେ ପକାଇ ଓସ୍କାର ପାଇଁ ମନୋନୀତ ହୋଇଛି। ଏହି ତାଲିକାରେ ବଲିଉଡର ବ୍ଲକବଷ୍ଟର ହିଟ୍ ଫିଲ୍ମ 'ଆନିମଲ', ମାଲୟାଲମ ଜାତୀୟ ପୁରସ୍କାର ବିଜେତା ଫିଲ୍ମ 'ଅଟ୍ଟମ୍' ଏବଂ କାନ୍ସ ବିଜେତା 'ଅଲ୍ ଓ୍ୱି ଇମାଜିନ୍ ଇଜ୍ ଲାଇଟ୍' ମଧ୍ୟ ରହିଥିଲା। ଆସାମର ନିର୍ଦ୍ଦେଶକ ଜାହାନୁ ବାରୁଆଙ୍କ ନେତୃତ୍ୱରେ ୧୩ ଜଣିଆ ଚୟନ କମିଟି ସର୍ବସମ୍ମତି ଅମୀର ଖାନ ଏବଂ କିରଣ ରାଓଙ୍କ ଦ୍ୱାରା ନିର୍ମିତ 'ଲାପତା ଲେଡିଜ୍'କୁ ଏକାଡେମୀ ପୁରସ୍କାରରେ ଶ୍ରେଷ୍ଠ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ବର୍ଗରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛି।
କହିବାକୁ ଗଲେ ଅମୀର ଖାନ ପ୍ରଡକ୍ସନ୍ସରେ ନିର୍ମିତ ଏହି ଫିଲ୍ମରେ ପ୍ରତିଭା ରାଣା, ସ୍ପର୍ଶ ଶ୍ରୀବାସ୍ତବ ଏବଂ ନୀତାଂଶି ଗୋୟଲ ମୁଖ୍ୟ କଳାକାର ରୂପେ ଅଭିନୟ କରିଛନ୍ତି। ଏହି ଫିଲ୍ମର ଅଭିନେତା ରବି କିଶନ ଏବଂ ଛାୟା କଦମ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।