୯୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜିର୍ଜିଆ ମେଲୋନୀ, ଜାଣନ୍ତୁ କାହିଁକି?
ରୋମ ୨୧।୩: ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ତାଙ୍କର ଡିପ୍ ଫେକ୍ ଅଡଲ୍ଟ ଭିଡିଓ କରିବା ଓ ଅନଲାଇନରେ ପ୍ରସାରଣ ନିମନ୍ତେ ୧୦୦,୦୦୦ୟୁରୋ ଅର୍ଥାତ ୯୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି। ମାମଲାର ତଦନ୍ତକାରୀମାନେ ଦାବି କରିଛନ୍ତି ଯେ ୨ ଜଣ ମେଲୋନୀଙ୍କ ଚେହେରାକୁ କୌଣସି ଅନ୍ୟ ବ୍ୟକ୍ତିଙ୍କ ଶରୀରରେ ଲଗାଇ ଏହାର ଅଶ୍ଲୀଳ ଭିଡିଓ କରିବା ପରେ ଇଣ୍ଟରନେଟ୍ ରେ ଅପଲୋଡ କରିଦେଇଛନ୍ତି। ଏଥି ପାଇଁ ଜଣେ ୪୦ ବର୍ଷ ବୟଷ୍କ ବ୍ୟକ୍ତି ଓ ତାଙ୍କର ୭୩ ବର୍ଷ ବୟଷ୍କ ପିତାଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ରୁଜୁ ହୋଇଛି। ଇଟାଲୀରେ ମାନହାନୀର କେତେକ ମାମଲାକୁ ଅପରାଧିକ ବିଚାର କରାଯାଏ। ଏଭଳି ମାନହାନୀ ମୋକଦ୍ଦମାରେ ଜେଲ୍ ଭଳି ଦଣ୍ଡ ମଧ୍ୟ ରହିଛି। ଏଥିରେ ଡିପଫେକ୍ ଅଡଲ୍ଟ ଭିଡିଓ ମାମଲାରେ ମେଲୋନୀ ଜୁଲାଇ ୨ ତାରିଖରେ କୋର୍ଟରେ ସାକ୍ଷୀ ଦେବେ। ଅଭିଯୋଗରେ କୁହାଯାଇଛି ଯେ ଭିଡିଓ ଆମେରିକାର ଏକ ୱେବସାଇଟ୍ରେ ଅପଲୋଡ କରାଯାଇଥିଲା ଓ କିଛି ମାସରେ ଲକ୍ଷଲକ୍ଷଥର ଦେଖାଯାଇଛି। ଇଟାଲୀୟ ପ୍ରଧାନମନ୍ତ୍ରୀଙ୍କ ଲ ଟିମ୍ କହିଛନ୍ତି ଯେ ମେଲୋନୀ କ୍ଷତିପୂରଣ ବାବଦେ ପାଇବାକୁ ଥିବା ଟଙ୍କା ପୁରୁଷ ହିଂସାର ଶିକାର ମହିଳାଙ୍କ ସହାୟତା ନିମନ୍ତେ ଦାନ କରିବେ। ମେଲୋନୀଙ୍କ ଓକିଲ ମାରିୟା ଗିଉଲିୟା ମାରଗିୟୋ କହିଛନ୍ତି ଯେ କ୍ଷତିପୂରଣ ଦାବି ସେହି ମହିଳାଙ୍କୁ ଏକ ବାର୍ତ୍ତା ଦେବ ଯେଉଁମାନେ ଏପରି ଦୂରୁପଯୋଗର ଶିକାର ଓ ଅଭିଯୋଗ କରିବାକୁ ଭୟ କରନ
ରୋମ ୨୧।୩: ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ତାଙ୍କର ଡିପ୍ ଫେକ୍ ଅଡଲ୍ଟ ଭିଡିଓ କରିବା ଓ ଅନଲାଇନରେ ପ୍ରସାରଣ ନିମନ୍ତେ ୧୦୦,୦୦୦ୟୁରୋ ଅର୍ଥାତ ୯୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି। ମାମଲାର ତଦନ୍ତକାରୀମାନେ ଦାବି କରିଛନ୍ତି ଯେ ୨ ଜଣ ମେଲୋନୀଙ୍କ ଚେହେରାକୁ କୌଣସି ଅନ୍ୟ ବ୍ୟକ୍ତିଙ୍କ ଶରୀରରେ ଲଗାଇ ଏହାର ଅଶ୍ଲୀଳ ଭିଡିଓ କରିବା ପରେ ଇଣ୍ଟରନେଟ୍ ରେ ଅପଲୋଡ କରିଦେଇଛନ୍ତି। ଏଥି ପାଇଁ ଜଣେ ୪୦ ବର୍ଷ ବୟଷ୍କ ବ୍ୟକ୍ତି ଓ ତାଙ୍କର ୭୩ ବର୍ଷ ବୟଷ୍କ ପିତାଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ରୁଜୁ ହୋଇଛି।
ଇଟାଲୀରେ ମାନହାନୀର କେତେକ ମାମଲାକୁ ଅପରାଧିକ ବିଚାର କରାଯାଏ। ଏଭଳି ମାନହାନୀ ମୋକଦ୍ଦମାରେ ଜେଲ୍ ଭଳି ଦଣ୍ଡ ମଧ୍ୟ ରହିଛି। ଏଥିରେ ଡିପଫେକ୍ ଅଡଲ୍ଟ ଭିଡିଓ ମାମଲାରେ ମେଲୋନୀ ଜୁଲାଇ ୨ ତାରିଖରେ କୋର୍ଟରେ ସାକ୍ଷୀ ଦେବେ। ଅଭିଯୋଗରେ କୁହାଯାଇଛି ଯେ ଭିଡିଓ ଆମେରିକାର ଏକ ୱେବସାଇଟ୍ରେ ଅପଲୋଡ କରାଯାଇଥିଲା ଓ କିଛି ମାସରେ ଲକ୍ଷଲକ୍ଷଥର ଦେଖାଯାଇଛି। ଇଟାଲୀୟ ପ୍ରଧାନମନ୍ତ୍ରୀଙ୍କ ଲ ଟିମ୍ କହିଛନ୍ତି ଯେ ମେଲୋନୀ କ୍ଷତିପୂରଣ ବାବଦେ ପାଇବାକୁ ଥିବା ଟଙ୍କା ପୁରୁଷ ହିଂସାର ଶିକାର ମହିଳାଙ୍କ ସହାୟତା ନିମନ୍ତେ ଦାନ କରିବେ।
ମେଲୋନୀଙ୍କ ଓକିଲ ମାରିୟା ଗିଉଲିୟା ମାରଗିୟୋ କହିଛନ୍ତି ଯେ କ୍ଷତିପୂରଣ ଦାବି ସେହି ମହିଳାଙ୍କୁ ଏକ ବାର୍ତ୍ତା ଦେବ ଯେଉଁମାନେ ଏପରି ଦୂରୁପଯୋଗର ଶିକାର ଓ ଅଭିଯୋଗ କରିବାକୁ ଭୟ କରନ୍ତିନି। ତେବେ ଆସନ୍ତୁ ଜାଣିବା ଡିପ୍ ଫେକ୍ କ’ଣ? ଏହା ଏକପ୍ରକାର ସିନ୍ଥେଟିକ୍ ମିଡିଆ। ଯାହା ଭିଡିଓ ଏବଂ ଅଡିଓ କଣ୍ଟେଣ୍ଟକୁ ହେରଫେର କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସୀ (ଏଆଇ)ର ବ୍ୟବହାର କରିଥାଏ। ଡିପଫେକ୍ ଶବ୍ଦମୂଳ ରୂପେ ୨୦୧୭ମସିହା ଶେଷ ବେଳକୁ ସାମ୍ନାକୁ ଆସିଥିଲା। ରେଡିଟ୍ ରେ ଏହି ନାମର ଜନୈକ ୟୁଜର ଓପନ ସୋର୍ସ ଫେସ୍ ସ୍ୱାପିଙ୍ଗ ଟେକ୍ନୋଲଜି ଦ୍ୱାରା ତିଆରି କରିଥିବା ଅଶ୍ଳୀଳ ଭିଡିଓ ସେୟାର କରିବା ପାଇଁ ଏହାକୁ ବ୍ୟବହାର କରିଥିଲେ।