ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଲା କୃଷକ ସଙ୍ଗଠନ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କାନରେ ପଡୁନି ଅନ୍ନଦାତାଙ୍କ ଚିତ୍କାର। ଚତୁର୍ଥ ଦିନରେ ଆନ୍ଦୋଳନ। ଏମଏସପି ସମେତ ବିଭିନ୍ନ ଦାବିରେ ଅଟଳ... The post ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଲା କୃଷକ ସଙ୍ଗଠନ appeared first on .
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କାନରେ ପଡୁନି ଅନ୍ନଦାତାଙ୍କ ଚିତ୍କାର। ଚତୁର୍ଥ ଦିନରେ ଆନ୍ଦୋଳନ। ଏମଏସପି ସମେତ ବିଭିନ୍ନ ଦାବିରେ ଅଟଳ ଚାଷୀ ଆଜି ସାରା ଦେଶରେ କରିବେ ଆନ୍ଦୋଳନ। ଗତକାଲି ୩ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ, ନିତ୍ଯାନନ୍ଦ ରାୟ ଓ ଅର୍ଜୁନ ମୁଣ୍ଡାଙ୍କ ସହ ଚାଷୀ ନେତାଙ୍କ ଆଲୋଚନା ପରେ ସମାଧାନର ସୂତ୍ର ବାହାରି ପାରିନଥିଲା।
ବିଭିନ୍ନ କୃଷିପ୍ରଧାନ ରାଜ୍ୟରେ ଆନ୍ଦୋଳନର ପ୍ରଭାବ ଜୋରଦାର ପଡିବା ଆଶଙ୍କା କରାଯାଉଛି। ଆନ୍ଦୋଳନରେ ୨୦୦ରୁ ଅଧିକ ସଂଗଠନ ସାମିଲ ଥିବାରୁ ଏହାର ସଫଳ ହେବା ଆଶା ରହିଛି। ଆନ୍ଦୋଳନକୁ ଦୃଷ୍ଟିରେ ରଖି ପଞ୍ଜାବ ଓ ହରିଆଣା ଶମ୍ଭୁ ସୀମାରେ କଡା ନିରାପତ୍ତା ବ୍ଯବସ୍ଥା କରାଯାଇଛି। ଦିଲ୍ଲୀ ବି ରହିଛି ଆଲର୍ଟରେ।
ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ଯ ଲାଗି ଆଇନଗତ ଗ୍ଯାରେଣ୍ଟି, ସ୍ବାମୀନାଥନ କମିଶନ ସୁପାରିସ କାର୍ଯ୍ୟକାରୀ, ଚାଷୀ ଓ କୃଷି ଶ୍ରମିକଙ୍କୁ ପେନସନ, ଚାଷୀଙ୍କ ଉପରୁ ଋଣ ଛାଡ଼, ଲଖିମପୁର ଖେରି ହିଂସା ଘଟଣାରେ ପୀଡିତଙ୍କୁ ନ୍ୟାୟ ଆଦି ଦାବିରେ ଜାରି ରହିଛି ଆନ୍ଦୋଳନ। ସଂଯୁକ୍ତ କିଷାନ ମୋର୍ଚ୍ଚା, କିଷାନ ମଜଦୁର ମୋର୍ଚ୍ଚା, କିଷାନ ମଜଦୁର ସଂଘର୍ଷ କମିଟି ସମେତ ୨୦୦ରୁ ଅଧିକ ସଂଗଠନ ଆନ୍ଦୋଳନରେ ସାମିଲ ଅଛନ୍ତି।
The post ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଲା କୃଷକ ସଙ୍ଗଠନ appeared first on .