ଦେଶର ଆଇନ ସୁରକ୍ଷାରେ ଓକିଲଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
ଟିଟିଲାଗଡ଼,୨୮ା୪(ଶରତ ମିଶ୍ର/ତୀର୍ଥଙ୍କର ପଟେଲ): ସୋମବାର ଟିଟିଲାଗଡ ଓକିଲ ସଂଘ ପକ୍ଷରୁ ସ୍ଥାନୀୟ କୋର୍ଟ ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ତଥା ଓକିଲ ଦିବସ ପାଳିତ ହୋଇଯାଇଛି l ଓକିଲ ସଂଘ ସଭାପତି ସଞ୍ଜୟ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି ଭାବରେ ଯୋଗଦେଇ ଦେଶର ଆଇନ ସୁରକ୍ଷାରେ ଓକିଲଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କହିଥିଲେ l ମୁଖ୍ୟବକ୍ତା ଭାବେ ଓଡିଶା ବାର୍ କାଉନସିଲ ସଦସ୍ୟ ଦେବଦତ୍ତ ମିଶ୍ର ଯୋଗଦେଇ […] The post ଦେଶର ଆଇନ ସୁରକ୍ଷାରେ ଓକିଲଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ appeared first on Dharitri Odia News.
ଟିଟିଲାଗଡ଼,୨୮ା୪(ଶରତ ମିଶ୍ର/ତୀର୍ଥଙ୍କର ପଟେଲ): ସୋମବାର ଟିଟିଲାଗଡ ଓକିଲ ସଂଘ ପକ୍ଷରୁ ସ୍ଥାନୀୟ କୋର୍ଟ ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ତଥା ଓକିଲ ଦିବସ ପାଳିତ ହୋଇଯାଇଛି l ଓକିଲ ସଂଘ ସଭାପତି ସଞ୍ଜୟ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି ଭାବରେ ଯୋଗଦେଇ ଦେଶର ଆଇନ ସୁରକ୍ଷାରେ ଓକିଲଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କହିଥିଲେ l
ମୁଖ୍ୟବକ୍ତା ଭାବେ ଓଡିଶା ବାର୍ କାଉନସିଲ ସଦସ୍ୟ ଦେବଦତ୍ତ ମିଶ୍ର ଯୋଗଦେଇ ଉତ୍କଳ ଗୌରବ ମଧୁସୂଦନ ଦାସ ଓକିଲଙ୍କ ସ୍ବାଭିମାନର ପ୍ରତୀକ ଥିଲେ ବୋଲି କହିଥିଲେ l ବିଶିଷ୍ଟ ଆଇନଜୀବୀ ପ୍ରହଲ୍ଲାଦ ଅଗ୍ରୱାଲ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ମଧୁବାବୁଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସବ୍ଜଜ୍ ରବି କିରଣ ସ୍ବାଇଁ, ବିଶିଷ୍ଟ ଆଇନଜୀବୀ ରାଧାକାନ୍ତ ପାଢ଼ୀ, ମୋହନଲାଲ ଜୈନ ପ୍ରମୁଖ ବକ୍ତବ୍ୟ ରଖିଥିଲେ l
ଏହି ଅବସରରେ ଆଇନଜୀବୀ ସ୍ବର୍ଗତ ହରେକୃଷ୍ଣ ବେହେରାଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ପୁଅ ବରିଷ୍ଠ ଆଇନଜୀବୀ ସୁମନ୍ତ ବେହେରାଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟସ୍ତରରେ ଅନୁଷ୍ଠିତ ପରିବେଶ ସୁରକ୍ଷା ସନ୍ଦର୍ଭ ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ଆଦ୍ୟାଶା ଦୀକ୍ଷିତ, ଦ୍ୱିତୀୟ ପ୍ରତୀକ୍ଷା ପଣ୍ଡା ତଥା ଯୁଗ୍ମ ଭାବରେ ତୃତୀୟ ହୋଇଥିବା ଶ୍ରିୟା ପଟ୍ଟନାୟକ ଏବଂ ବିନାୟକ ସାହୁଙ୍କୁ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ l
ସଂଘ ଉପସଭାପତି ପ୍ରୀତମ ପଣ୍ଡା, କାଳୀ ପ୍ରସାଦ ମୁଖାର୍ଜୀ, ଶ୍ୟାମାପ୍ରସାଦ ଗରିଆ, ସୁମନ୍ତ ବେହେରା, ପଙ୍କଜ ପାଢ଼ୀ, ଡମ୍ବରୁଧର କର୍ମୀ, ଜୟରାଜ ସାହୁ, ରାଜଦୀପ ପଟ୍ଟନାୟକ, ତୁଳସୀ ସାହୁ, ପ୍ରଦୀପ ମହାନ୍ତି, ବୀରେନ୍ଦ୍ର ବାଗ, ସନ୍ଧ୍ୟା ଥାପା, ଦେବେନ୍ଦ୍ର ମିଶ୍ର, ସଞ୍ଜୀବ ପାଢ଼ୀ, ରାଜେଶ ବାବୁ, ବୀରେନ୍ଦ୍ର ବାଗ ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ସଂଘ ସମ୍ପାଦକ ମହେଶ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l
The post ଦେଶର ଆଇନ ସୁରକ୍ଷାରେ ଓକିଲଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ appeared first on Dharitri Odia News.