ଦେଶର ଏକମାତ୍ର ଟ୍ରେନରେ ଯାତ୍ରୀମାନଙ୍କୁ ମାଗଣାରେ ମିଳେ ଖାଇବା, ରେଲୱେ ଦେଉନଥାଏ ତେବେ ଖର୍ଚ୍ଚ କେଉଁଠୁ ଆସୁଛି?
ନୂଆଦିଲ୍ଲୀ: ଭାରତରେ ଟ୍ରେନରେ ଖାଦ୍ୟ ପାଇଁ ଆପଣଙ୍କୁ ଟିକେଟ ସହିତ ତା’ର ମୂଲ୍ୟ ମଧ୍ୟ ପ୍ରଦାନ କରିବାକୁ ପଡ଼ିଥାଏ। ଯଦି ଆପଣ ଏହା ନକରନ୍ତି, ତେବେ ଖାଦ୍ୟ କିଣିବା ପାଇଁ ଅଲଗା ଟଙ୍କା ଦେବାକୁ ପଡ଼ିଥାଏ। କିନ୍ତୁ ଦେଶରେ ଏକ ଟ୍ରେନ ଏପରି ଅଛି ଯାହା ମାଗଣାରେ ସକାଳର ଜଳଖିଆ, ମଧ୍ୟାହ୍ନ ଏବଂ ରାତି ଖାଇବା ଦିଆଯାଇଥାଏ। ଆପଣ ଜାଣନ୍ତି କି ରେଲୱେ ଏଥିପାଇଁ ଟଙ୍କା ଦେଇନଥାଏ, ତେବେ ଏହାର ମୂଲ୍ୟ କିଏ ପ୍ରଦାନ କରୁଛି? ଆସନ୍ତୁ […] The post ଦେଶର ଏକମାତ୍ର ଟ୍ରେନରେ ଯାତ୍ରୀମାନଙ୍କୁ ମାଗଣାରେ ମିଳେ ଖାଇବା, ରେଲୱେ ଦେଉନଥାଏ ତେବେ ଖର୍ଚ୍ଚ କେଉଁଠୁ ଆସୁଛି? appeared first on Dharitri Odia News.
ନୂଆଦିଲ୍ଲୀ: ଭାରତରେ ଟ୍ରେନରେ ଖାଦ୍ୟ ପାଇଁ ଆପଣଙ୍କୁ ଟିକେଟ ସହିତ ତା’ର ମୂଲ୍ୟ ମଧ୍ୟ ପ୍ରଦାନ କରିବାକୁ ପଡ଼ିଥାଏ। ଯଦି ଆପଣ ଏହା ନକରନ୍ତି, ତେବେ ଖାଦ୍ୟ କିଣିବା ପାଇଁ ଅଲଗା ଟଙ୍କା ଦେବାକୁ ପଡ଼ିଥାଏ। କିନ୍ତୁ ଦେଶରେ ଏକ ଟ୍ରେନ ଏପରି ଅଛି ଯାହା ମାଗଣାରେ ସକାଳର ଜଳଖିଆ, ମଧ୍ୟାହ୍ନ ଏବଂ ରାତି ଖାଇବା ଦିଆଯାଇଥାଏ। ଆପଣ ଜାଣନ୍ତି କି ରେଲୱେ ଏଥିପାଇଁ ଟଙ୍କା ଦେଇନଥାଏ, ତେବେ ଏହାର ମୂଲ୍ୟ କିଏ ପ୍ରଦାନ କରୁଛି? ଆସନ୍ତୁ ଜାଣିବା।
ଏହି ଟ୍ରେନରେ ଜେନେରାଲରୁ ଆରମ୍ଭ କରି ଏସି ବଗି ପର୍ଯ୍ୟନ୍ତ ଯାତ୍ରୀମାନଙ୍କୁ ମାଗଣା ଖାଦ୍ୟ ମିଳିଥାଏ। ଏହି ଟ୍ରେନର ନାମ ହେଉଛି ସଚଖଣ୍ଡ ଏକ୍ସପ୍ରେସ (୧୨୭୧୫)। ଏହି ଟ୍ରେନ ପଞ୍ଜାବର ଅମୃତସରରୁ ମହାରାଷ୍ଟ୍ରର ନାନଦେଡ଼ ପର୍ଯ୍ୟନ୍ତ ଯାଇଥାଏ। ଟ୍ରେନଟି ୨୦୦୦ କିଲୋମିଟର ଯାତ୍ରା କରିଥାଏ।
ସଚଖଣ୍ଡ ଏକ୍ସପ୍ରେସ ଅମୃତସରର ଶ୍ରୀ ହରମନ୍ଦିର ସାହେବ ଏବଂ ନାନଦେଡ଼ର ଶ୍ରୀ ହଜୁର ସାହେବଙ୍କୁ ସଂଯୋଗ କରିଥାଏ। ଶିଖ ଧର୍ମର ୧୦ମ ଗୁରୁ ଗୋବିନ୍ଦ ସିଂହଙ୍କର ନାନଦେଡ଼ରେ ଦେହାନ୍ତ ହୋଇଥିଲା। ଏହି କାରଣରୁ ଏହି ସ୍ଥାନର ବିଶେଷ ମହତ୍ତ୍ୱ ରହିଛି।
ଏହି ଟ୍ରେନ ୩୯ଟି ଷ୍ଟେସନରେ ଅଟକିଥାଏ। ଏହି ଯାତ୍ରା ପ୍ରାୟ ୩୩ ଘଣ୍ଟାରେ ଶେଷ ହୋଇଥାଏ। ଏହି ସମୟରେ ଭୋପାଳ, ନୂଆଦିଲ୍ଲୀ, ପରଭନୀ, ଜାଲନା, ଔରଙ୍ଗାବାଦ ଏବଂ ମରାଠୱାଡ଼ା ଷ୍ଟେସନଗୁଡ଼ିକରେ ମାଗଣା ଲଙ୍ଗର ମିଳିଥାଏ।
ଖାଦ୍ୟର ମେନୁ ଯାତ୍ରା ସମୟରେ ବଦଳିଥାଏ। ଖାଦ୍ୟ ମଧ୍ୟରେ ଦାଲ ଖିଚଡ଼ି, ଆଳୁ-ଫୁଲଗୋବି ତରକାରୀ, ଛୋଲେ ଦାଲ ଏବଂ କଢ଼ି ଚାଉଳ ଥାଏ।
ଏହି ସମୟରେ ଖାଦ୍ୟ ଶୁଦ୍ଧ, ସାତ୍ତ୍ୱିକ ଏବଂ ଶିଖ ପରମ୍ପରା ଅନୁଯାୟୀ ହୋଇଥାଏ। ଏହାର ସମ୍ପୂର୍ଣ୍ଣ ଖର୍ଚ୍ଚ ଗୁରୁଦ୍ୱାରଗୁଡ଼ିକରୁ ମିଳୁଥିବା ଦାନରୁ ପୂରଣ ହୋଇଥାଏ।
ଏହି ସମୟରେ ଯାତ୍ରୀମାନେ ଲଙ୍ଗରର ଆନନ୍ଦ ଉଠାଇବା ପାଇଁ ନିଜର ବାସନ ସାଙ୍ଗରେ ନେଇ ଯାଇଥାନ୍ତି, କାରଣ ଖାଦ୍ୟ ପରିବେଷଣ ବାସନରେ କରାଯାଇଥାଏ।
The post ଦେଶର ଏକମାତ୍ର ଟ୍ରେନରେ ଯାତ୍ରୀମାନଙ୍କୁ ମାଗଣାରେ ମିଳେ ଖାଇବା, ରେଲୱେ ଦେଉନଥାଏ ତେବେ ଖର୍ଚ୍ଚ କେଉଁଠୁ ଆସୁଛି? appeared first on Dharitri Odia News.