ଦେଶର ଏହି ସ୍ଥାନରେ ଅଛି ଦ୍ୱିତୀୟ ଅଯୋଧ୍ୟା, ପୂଜା ପାଉଛନ୍ତି ଶ୍ରୀରାମଙ୍କ ବଂଶଧର
ବେଗୁସରାଇ,୧୨।୧: ୟୁପିର ଅଯୋଧ୍ୟାରେ ଜାନୁଆରୀ ୨୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଏଥିପାଇଁ ଦେଶରୁ ଏବଂ ଦେଶ ବାହାରୁ ଅଯୋଧ୍ୟାରେ ଲକ୍ଷଲକ୍ଷ ଲୋକଙ୍କ ଜନସାମଗମ ଦେଖିବାକୁ ମିଳିବ। କିନ୍ତୁ ଦେଶରେ ଆଉ ଏକ ଅଯୋଧ୍ୟା ବିଷୟରେ ଜାଣିଛନ୍ତି କି? ଉତ୍ତର ପ୍ରଦେଶର ଅଯୋଧ୍ୟାରେ ସରଯୂ ନଦୀ ତଟରେ ସ୍ଥିତ ଅଯୋଧ୍ୟା ପରେ ଆଉ ଏକ ଦ୍ୱିତୀୟ ଅଯୋଧ୍ୟା ଦେଶରେ ରହିଛି। ଯେଉଁଠାରେ ଶ୍ରୀରାମ ନୁହନ୍ତି ରାମଙ୍କ ବଂଶଧର ପୂଜା ପାଉଛନ୍ତି। ଏହା ମଧ୍ୟ ଏକ ପ୍ରକାର […] The post ଦେଶର ଏହି ସ୍ଥାନରେ ଅଛି ଦ୍ୱିତୀୟ ଅଯୋଧ୍ୟା, ପୂଜା ପାଉଛନ୍ତି ଶ୍ରୀରାମଙ୍କ ବଂଶଧର appeared first on Dharitri Odia News.
ବେଗୁସରାଇ,୧୨।୧: ୟୁପିର ଅଯୋଧ୍ୟାରେ ଜାନୁଆରୀ ୨୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଏଥିପାଇଁ ଦେଶରୁ ଏବଂ ଦେଶ ବାହାରୁ ଅଯୋଧ୍ୟାରେ ଲକ୍ଷଲକ୍ଷ ଲୋକଙ୍କ ଜନସାମଗମ ଦେଖିବାକୁ ମିଳିବ। କିନ୍ତୁ ଦେଶରେ ଆଉ ଏକ ଅଯୋଧ୍ୟା ବିଷୟରେ ଜାଣିଛନ୍ତି କି? ଉତ୍ତର ପ୍ରଦେଶର ଅଯୋଧ୍ୟାରେ ସରଯୂ ନଦୀ ତଟରେ ସ୍ଥିତ ଅଯୋଧ୍ୟା ପରେ ଆଉ ଏକ ଦ୍ୱିତୀୟ ଅଯୋଧ୍ୟା ଦେଶରେ ରହିଛି। ଯେଉଁଠାରେ ଶ୍ରୀରାମ ନୁହନ୍ତି ରାମଙ୍କ ବଂଶଧର ପୂଜା ପାଉଛନ୍ତି। ଏହା ମଧ୍ୟ ଏକ ପ୍ରକାର ତୀର୍ଥକ୍ଷେତ୍ର ଭାବେ ଜଣାଶୁଣା। ଯାହା ଏବେ ଲୁକ୍କାୟିତବସ୍ଥାରେ ଅଛି।
ସ୍ଥାନଟି ହେଉଛି ବିହାରର ବେଗୁସରାଇ। ବେଗୁସରାଇର ଗଙ୍ଗା ନଦୀ କୂଳରେ ଦେଶର ଏହି ଦ୍ୱିତୀୟ ଅଯୋଧ୍ୟା ରହିଛି। ଏହି ଅଯୋଧ୍ୟା ଗାଁର ମହତ୍ତ୍ୱ କେଉଁ ଐତିହାସିକ ଓ ଧାର୍ମିକ ମହତ୍ତ୍ୱ ଠାରୁ କମ୍ ନୁହେଁ। ଅଯୋଧ୍ୟାରେ ରାମ ମନ୍ଦିର ଉଦ୍ଘାଟନୀ ଉତ୍ସବ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଏହି ଛୋଟ ଗାଁର ଲୋକ ମଧ୍ୟ ଏନେଇ ଜୋରସୋରରେ ଉତ୍ସବ ପାଳନରେ ଲାଗି ପଡିଛନ୍ତି।
ତେବେ ଗାଁର ନାମକରଣକୁ ନେଇ ଲୋକଙ୍କର ଅଲଗା ଅଲଗା ମତ ରହିଛି। ଗାଁର ଗୁରୁଜନମାନେ କହିଛନ୍ତି ଯେ, ଗଙ୍ଗା ନଦୀ କୁଳରେ ଏହି ଗାଁ ଥିବାରୁ ବହୁ ସାଧୁସନ୍ଥ ଜଳମାର୍ଗଦେଇ ଯାତାୟତ କରୁଥିଲେ ା ମୋଗଲ ଶାସନ ସମୟରେ ମିର୍ଜା ଓ ପେଗାମ୍ବର ନାମକ ଦୁଇ ଭାଇଙ୍କ ମଧ୍ୟରେ ବଚସା ଯୋଗୁଁ ଗାଁ ଭାଗଭାଗ ହୋଇଯାଇଥିଲା। ପରେ ଏହାର ନାଁ ଅଧ୍ୟା ରଖାଯାଇଥିଲା। ପୁଣି ପରେ ନାମ ପରିବର୍ତ୍ତନ ହୋଇ ଅଜ ନାଁ ନାମିତ ହେଲା।
ଭଗବାନ ଶ୍ରୀରାମଙ୍କ ପିତାମହ ଅଜଙ୍କ ନାମନୁସାରେ ଗାଁକୁ ଅଜଧ୍ୟା କୁହାଯାଉଥିଲା। ଏଠାରେ ଅଜଙ୍କୁ ଖୁବ୍ ମାନିବା ସହ ଇଷ୍ଟ ଦେବତା ଭାବେ ପୂଜାର୍ଚ୍ଚନା କରାଯାଏ। ଯାହା ଏବେ ଯାଏଁ ପ୍ରଚଳିତ। ଇଂରେଜ ଶାସନ ସମୟରେ ଅଯୋଧ୍ୟାରୁ ଫେରୁଥିବା ସାଧୁ-ସନ୍ଥଙ୍କ ଗୋଷ୍ଠୀ ଆସି ଏହି ଗାଁରେ ରହିଥିଲେ। ଯେତେବେଳେ ସେମାନେ ଗାଁର ନାଁ ଅଜଧ୍ୟା ବୋଲି ଗାଁ ଲୋକଙ୍କ ଠାରୁ ଶୁଣିବାକୁ ପାଇଲେ ସେମାନେ ନାମ ପରିବର୍ତ୍ତନ କରି ଏହାକୁ ଅଯୋଧ୍ୟା କରିଦେଇଥିଲେ।
ସନ୍ଥଙ୍କନୁସାରେ, ୟୁପିର ସରଯୂ ନଦୀ କୂଳରେ ଥିବା ରାମଲଲାଙ୍କ ଅଯୋଧ୍ୟା ପରି ବିହାରର ଗଙ୍ଗା କୂଳରେ ଥିବା ଏହି ଗାଁର ନାଁ ମଧ୍ୟ ଅଯୋଧ୍ୟା ରହିବା ଉଚିତ୍। ଯେଉଁଠି ଖୋଦ୍ ଶ୍ରୀରାମଙ୍କ ବଂଶଧର ପୂଜା ପାଉଛନ୍ତି।
The post ଦେଶର ଏହି ସ୍ଥାନରେ ଅଛି ଦ୍ୱିତୀୟ ଅଯୋଧ୍ୟା, ପୂଜା ପାଉଛନ୍ତି ଶ୍ରୀରାମଙ୍କ ବଂଶଧର appeared first on Dharitri Odia News.