‘ଦେଶର ବିକାଶରେ ଶ୍ରମିକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’
ଭଞ୍ଜନଗର,୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟିପିଏସ୍ଓଡିଏଲ୍ ପକ୍ଷରୁ ଗୁରୁବାର ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଏଥିରେ ଭଞ୍ଜନଗର ଏସ୍ଡିଓ (୧) ସୁଦୀପ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜିର ଦିବସ ସମ୍ପର୍କରେ କହିବା ସହ ବିକାଶ କ୍ଷେତ୍ରରେ ଶ୍ରମିକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଏଥିସହ କାର୍ଯ୍ୟକ୍ଷେତ୍ରରେ ଶ୍ରମିକମାନେ କିଭଳି ସୁରକ୍ଷିତ ଭାବେ କାମ କରିପାରିବେ ସେନେଇ କହିଥିଲେ। ଯେଉଁ ଶ୍ରମିକଙ୍କୁ ଯେଉଁ ଦାୟିତ୍ୱ ପ୍ରଦାନ କରାଯାଉଛି ତାହାକୁ ସେମାନେ ଠିକ୍ ଭାବେ […] The post ‘ଦେଶର ବିକାଶରେ ଶ୍ରମିକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’ appeared first on Dharitri Odia News.
ଭଞ୍ଜନଗର,୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟିପିଏସ୍ଓଡିଏଲ୍ ପକ୍ଷରୁ ଗୁରୁବାର
ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଏଥିରେ ଭଞ୍ଜନଗର ଏସ୍ଡିଓ (୧) ସୁଦୀପ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜିର ଦିବସ ସମ୍ପର୍କରେ କହିବା ସହ ବିକାଶ କ୍ଷେତ୍ରରେ ଶ୍ରମିକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଏଥିସହ କାର୍ଯ୍ୟକ୍ଷେତ୍ରରେ ଶ୍ରମିକମାନେ କିଭଳି ସୁରକ୍ଷିତ ଭାବେ କାମ କରିପାରିବେ ସେନେଇ କହିଥିଲେ। ଯେଉଁ ଶ୍ରମିକଙ୍କୁ ଯେଉଁ ଦାୟିତ୍ୱ ପ୍ରଦାନ କରାଯାଉଛି ତାହାକୁ ସେମାନେ ଠିକ୍ ଭାବେ କରିବାକୁ ପଡ଼ିବ। ସମସ୍ତ ଶ୍ରମିକଙ୍କୁ କିଭଳି ଇଏସ୍ଆଇ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ସେନେଇ ବକ୍ତାମାନେ କହିଥିଲେ। ଭେଜିପୁଟ ଯନ୍ତ୍ରୀ ଏ ରବୀନ୍ଦ୍ର, ଲାଇନମ୍ୟାନ୍ ବିନୋଦ କୁମାର ସାହୁ, ରାଜ କୁମାର ବେହେରା, ବନୋଜ ପୃଷ୍ଟି, ସତ୍ୟ ନାରାୟଣ ବେହେରା, ସୁପରଭାଇଜର ଦୀପକ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
The post ‘ଦେଶର ବିକାଶରେ ଶ୍ରମିକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’ appeared first on Dharitri Odia News.