ଦେଶରେ ବଢୁଛି ଧନୀ ଗରିବ ତାରତମ୍ୟ, କମୁଛି ଲୋକଙ୍କ କ୍ରୟଶକ୍ତି

ଭୁବନେଶ୍ବର: ଦେଶରେ ବଢୁଛି ଧନୀ ଗରିବ ତାରତମ୍ୟ । କମୁଛି ଲୋକଙ୍କ କ୍ରୟଶକ୍ତି । ପୁଣି ଥରେ ଏହି କଥାକୁ ସ୍ପଷ୍ଟ କରିଛି ଜାତୀୟ ନମୁନା ସର୍ଭେକ୍ଷଣ ରିପୋର୍ଟ । ସଦ୍ୟ ପ୍ରକାଶିତ ରିପୋର୍ଟ ସ୍ପଷ୍ଟ କରିଛି ଗ୍ରାମାଞ୍ଚଳରେ ରୋଜଗାର ଅଭାବରୁ ପରିବାର ପିଛା ୪୫ ଟଙ୍କାରୁ କମ୍ ଖର୍ଚ୍ଚ କରିପାରୁଛନ୍ତି ଲୋକେ । ସହରାଞ୍ଚଳରେ ଗରିବଙ୍କ ବ୍ୟୟ ପରିବାର ପିଛା ମାତ୍ର ୬୭ ଟଙ୍କାରେ ସୀମିତ। ଦେଶ ପ୍ରଗତି ପଥରେ ଆଗେଇଛି ବୋଲି କେନ୍ଦ୍ର ସରକାର […]

ଦେଶରେ ବଢୁଛି ଧନୀ ଗରିବ ତାରତମ୍ୟ, କମୁଛି ଲୋକଙ୍କ କ୍ରୟଶକ୍ତି
Untitled 1 49

ଭୁବନେଶ୍ବର: ଦେଶରେ ବଢୁଛି ଧନୀ ଗରିବ ତାରତମ୍ୟ । କମୁଛି ଲୋକଙ୍କ କ୍ରୟଶକ୍ତି । ପୁଣି ଥରେ ଏହି କଥାକୁ ସ୍ପଷ୍ଟ କରିଛି ଜାତୀୟ ନମୁନା ସର୍ଭେକ୍ଷଣ ରିପୋର୍ଟ । ସଦ୍ୟ ପ୍ରକାଶିତ ରିପୋର୍ଟ ସ୍ପଷ୍ଟ କରିଛି ଗ୍ରାମାଞ୍ଚଳରେ ରୋଜଗାର ଅଭାବରୁ ପରିବାର ପିଛା ୪୫ ଟଙ୍କାରୁ କମ୍ ଖର୍ଚ୍ଚ କରିପାରୁଛନ୍ତି ଲୋକେ । ସହରାଞ୍ଚଳରେ ଗରିବଙ୍କ ବ୍ୟୟ ପରିବାର ପିଛା ମାତ୍ର ୬୭ ଟଙ୍କାରେ ସୀମିତ। ଦେଶ ପ୍ରଗତି ପଥରେ ଆଗେଇଛି ବୋଲି କେନ୍ଦ୍ର ସରକାର ଡିଣ୍ଡିମ ପିଟୁଥିବାବେଳେ ଏନଏସଏସଓ ରିପୋର୍ଟ ଭାରତ ସରକାରଙ୍କ ଦାବିକୁ ଏକ ପ୍ରକାର ପାଣିଚିଆ କରିଦେଇଛି ।

ଦେଶରେ ଅଭିବୃଦ୍ଧି ସହିତ ତାଳ ଦେଇ ବଢୁନି ଲୋକଙ୍କ ମୁଣ୍ଡପିଛା ଆୟ । ସବକା ସାଥ୍ ସବକା ବିକାଶ କେଉଁଠି ? ଏ ନେଇ ଆଇନା ଦେଖାଇଛି ଖୋଦ ଜାତୀୟ ନମୁନା ସର୍ଭେକ୍ଷଣ ରିପୋର୍ଟ । ସଦ୍ୟ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି ୨୦୧୧-୧୨ରୁ ୨୦୨୨-୨୩ ଭିତରେ ଧନୀ ଓ ଗରିବଙ୍କ ଭିତରେ ତାରତମ୍ୟ କମିବା ପରିବର୍ତ୍ତେ ଦିନକୁ ଦିନ ବଢି ଚାଲିଛି । ରିପୋର୍ଟ ଅନୁସାରେ ମୋଟ ଜନସଂଖ୍ୟାର ୫ ପ୍ରତିଶତ ଉତ୍କଟ ଦାରିଦ୍ର୍ୟ ଭିତରେ ଗତି କରୁଛନ୍ତି । ସେମାନଙ୍କ ଦିନକୁ ବ୍ୟୟ ମାତ୍ର ୪୫ ଟଙ୍କାରୁ କମ୍ । ଅଥଚ ଗ୍ରାମାଞ୍ଚଳ ଧନୀଙ୍କ ଦୈନିକ ବ୍ୟୟ ପରିମାଣ ୩୫୦ ଟଙ୍କା । ସେହିପରି ରୋଜଗାର ସଂକୁଚିତ ହେବାରୁ ସହରାଞ୍ଚଳରେ ଲୋକଙ୍କ କ୍ରୟ ଶକ୍ତି କମି ଚାଲିଛି । ସହରାଞ୍ଚଳରେ ଗରିବ ମାତ୍ର ୬୭ ଟଙ୍କା ଖର୍ଚ୍ଚ କରିପାରୁଥିବାବେଳ ଧନୀଙ୍କ ହାରାହାରି ଖର୍ଚ୍ଚ ୬୯୫ ଟଙ୍କା । ଏଥିପାଇଁ କେନ୍ଦ୍ର ସରକାରଙ୍କ ଆର୍ଥିକ ପରିଚାଳନା ଦାୟୀ ବୋଲି ଅଭିଯୋଗ ହୋଇଛି ।

ଗ୍ରାମାଞ୍ଚଳ ଲୋକଙ୍କ ଖର୍ଚ୍ଚ କମ୍ ନେଇ କିଛି ଭିନ୍ନ ମତ ବି ପ୍ରକାଶ ପାଇଛି । ଗ୍ରାମାଞ୍ଚଳରେ ଲୋକଙ୍କ ଅର୍ଥ ସଞ୍ଚୟ ପାଇଁ କେନ୍ଦ୍ର ସରକାର ସେପରି ଯୋଜନା କରିନାହାନ୍ତି । ଅନ୍ୟପଟେ ଓଡ଼ିଶା ଭଳି ରାଜ୍ୟ ସ୍ବାସ୍ଥ୍ୟ, ଶିକ୍ଷା ଓ ସହରାଞ୍ଚଳ ଗରିବଙ୍କ ରୋଜଗାର ପାଇଁ ବହୁ ଯୋଜନା ପ୍ରଣୟନ କରିଛନ୍ତି । ମାଗଣା ରାସନ୍ ପ୍ରଦାନ ଯୋଗୁଁ ସେମାନଙ୍କ ଖର୍ଚ୍ଚ ବି କମୁଛି । ଅନ୍ୟପଟେ ସଚେତନତା ଅଭାବରୁ ଗାଁର ଗରିବ ଲୋକ ଖର୍ଚ୍ଚ କରିପାରୁନାହାନ୍ତି । ଓଡ଼ିଶା ସରକାର ଲୋକଙ୍କ ମୁଣ୍ଡପିଛା ଆୟ ବୃଦ୍ଧି କରିବା ସହିତ ଦାରିଦ୍ର୍ୟ ହ୍ରାସ କରିବାରେ ଦେଶରେ ରେକର୍ଡ କରିଛନ୍ତି ।