ଦେଶରେ ରହିଛି ଅଜବ ନିୟମ, ଏଠାରେ ନାଲି କଲମରେ ଲେଖିବା ମନା

ନୂଆଦିଲ୍ଲୀ ୦୮।୦୩:ଦୁନିଆର ଅନେକ ଦେଶରେ ଭିନ୍ନ ମାନ୍ୟତା ଏବଂ ଅନ୍ଧ ବିଶ୍ବାସ ରହିଛି । ଜାଣନ୍ତି କି ଏମିତି କିଛି ଦେଶ ରହିଛି ଯେଉଁଠାରେ ନାଲି କଲମରେ ଲେଖିବା ମନା । ବିଶ୍ବାସ ରହିଛି ଯେ ଯଦି କେହି ନାଲି କଲମର ବ୍ୟବହାର କରନ୍ତି ତେବେ ମୃତ୍ୟୁ ସୁନିଶ୍ଚିତ । ଶୁଣିବାକୁ ନିଶ୍ଚୟ ଅଜବ ଲାଗୁଥାଇ ପାରେ, କିନ୍ତୁ ଏକଥାକୁ ମାନିଥାନ୍ତି ପର୍ତ୍ତୁଗାଲ, ଦକ୍ଷିଣ କୋରିଆ ଏବଂ ଜାପାନ ପରି ଦେଶ । ଏଠାରେ ନାଲି ରଙ୍ଗର କଲମରେ ଲେଖିବା ନିଷେଧ । ବାସ୍ତବରେ ଦକ୍ଷିଣ କୋରିଆରେ ଏକ ଅନ୍ଧବିଶ୍ୱାସ ରହିଛି । କୁହାଯାଏ ଏଠାରେ ଯଦି କେହି ନାଲି କଲମରେ ଲେଖନ୍ତି ତେବେ ସେ ମରିଯିବେ । କିନ୍ତୁ ଏହା ପଛରେ କେତେ ସତ୍ୟତା ରହିଛି ତାହା ଅଜଣା । ଦକ୍ଷିଣ କୋରିଆରେ ଲାଲ୍ କାଳୀରେ ଲେଖିବା ଅଶୁଭ ବୋଲି ବିବେଚନା କରାଯାଏ । ଏଠାକାର   ସମାଜରେ ନାଲି କାଳୀକୁ ଖରାପ ବୋଲି କହୁଯାଏ । ଏମିତିକି ପିଲାମାନଙ୍କ ଠାରୁ ଦୂରରେ ରଖାଯାଏ ନାଲି ରଙ୍ଗର କଲମ । ବିଶ୍ୱାସ ଅଛି ଯେ ଯଦି କେହି ନାଲି କଲମରେ କାହାର ନାଁ ଲେଖିଦିଅନ୍ତି, ତେବେ ସେହି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥାଏ । ଏହି କାରଣରୁ ଏଠାକାର ଲୋକମାନେ ନାଲି କଲମ ବ୍ୟବହାର କରନ୍ତିନି। କେବଳ ଏତିକି ନୁହେଁ, ଏଠାକାର ଲୋକେ ଘରକୁ ମଧ୍ୟ ନାଲି କଲମ ଆଣନ୍ତିନି । ଏହି ଦେଶର ଲୋକମାନେ ଶତାବ୍ଦୀ ଧରି ଏହି ଅନ୍ଧବିଶ୍ୱାସକୁ ମାନି ଆସୁଛନ୍ତି ।ରିପୋର୍ଟ ଅନୁଯାୟୀ, ନାଲି କଲମ ଲେଖିବା ଯୋଗୁଁ କେହି ମରନ୍ତିନି । କିନ

ଦେଶରେ ରହିଛି ଅଜବ ନିୟମ, ଏଠାରେ ନାଲି କଲମରେ ଲେଖିବା ମନା

ନୂଆଦିଲ୍ଲୀ ୦୮।୦୩:ଦୁନିଆର ଅନେକ ଦେଶରେ ଭିନ୍ନ ମାନ୍ୟତା ଏବଂ ଅନ୍ଧ ବିଶ୍ବାସ ରହିଛି । ଜାଣନ୍ତି କି ଏମିତି କିଛି ଦେଶ ରହିଛି ଯେଉଁଠାରେ ନାଲି କଲମରେ ଲେଖିବା ମନା । ବିଶ୍ବାସ ରହିଛି ଯେ ଯଦି କେହି ନାଲି କଲମର ବ୍ୟବହାର କରନ୍ତି ତେବେ ମୃତ୍ୟୁ ସୁନିଶ୍ଚିତ । 

ଶୁଣିବାକୁ ନିଶ୍ଚୟ ଅଜବ ଲାଗୁଥାଇ ପାରେ, କିନ୍ତୁ ଏକଥାକୁ ମାନିଥାନ୍ତି ପର୍ତ୍ତୁଗାଲ, ଦକ୍ଷିଣ କୋରିଆ ଏବଂ ଜାପାନ ପରି ଦେଶ । ଏଠାରେ ନାଲି ରଙ୍ଗର କଲମରେ ଲେଖିବା ନିଷେଧ । ବାସ୍ତବରେ ଦକ୍ଷିଣ କୋରିଆରେ ଏକ ଅନ୍ଧବିଶ୍ୱାସ ରହିଛି । କୁହାଯାଏ ଏଠାରେ ଯଦି କେହି ନାଲି କଲମରେ ଲେଖନ୍ତି ତେବେ ସେ ମରିଯିବେ । କିନ୍ତୁ ଏହା ପଛରେ କେତେ ସତ୍ୟତା ରହିଛି ତାହା ଅଜଣା । 

ଦକ୍ଷିଣ କୋରିଆରେ ଲାଲ୍ କାଳୀରେ ଲେଖିବା ଅଶୁଭ ବୋଲି ବିବେଚନା କରାଯାଏ । ଏଠାକାର   ସମାଜରେ ନାଲି କାଳୀକୁ ଖରାପ ବୋଲି କହୁଯାଏ । ଏମିତିକି ପିଲାମାନଙ୍କ ଠାରୁ ଦୂରରେ ରଖାଯାଏ ନାଲି ରଙ୍ଗର କଲମ । ବିଶ୍ୱାସ ଅଛି ଯେ ଯଦି କେହି ନାଲି କଲମରେ କାହାର ନାଁ ଲେଖିଦିଅନ୍ତି, ତେବେ ସେହି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥାଏ । ଏହି କାରଣରୁ ଏଠାକାର ଲୋକମାନେ ନାଲି କଲମ ବ୍ୟବହାର କରନ୍ତିନି। 

କେବଳ ଏତିକି ନୁହେଁ, ଏଠାକାର ଲୋକେ ଘରକୁ ମଧ୍ୟ ନାଲି କଲମ ଆଣନ୍ତିନି । ଏହି ଦେଶର ଲୋକମାନେ ଶତାବ୍ଦୀ ଧରି ଏହି ଅନ୍ଧବିଶ୍ୱାସକୁ ମାନି ଆସୁଛନ୍ତି ।ରିପୋର୍ଟ ଅନୁଯାୟୀ, ନାଲି କଲମ ଲେଖିବା ଯୋଗୁଁ କେହି ମରନ୍ତିନି । କିନ୍ତୁ କୋରିଆ ସଂସ୍କୃତିରେ ମୃତ ବ୍ୟକ୍ତିଙ୍କ ନାଁକୁ ନାଲି କଲମ ଲେଖିବାର ପରମ୍ପରା ରହିଛି । ଏହି କାରଣରୁ ଲୋକମାନେ ଜୀବନ୍ତ ଲୋକଙ୍କ ନାଁ ଲେଖିବା ପାଇଁ ନାଲି କଲମ ବ୍ୟବହାର କରନ୍ତିନି।  

ରିପୋର୍ଟ ଅନୁଯାୟୀ, ବିଦ୍ୟାଳୟରେ ମଧ୍ୟ ପିଲାମାନଙ୍କୁ ନାଲି କଲମ ବ୍ୟବହାର କରିବାକୁ ମଧ୍ୟ ବାରଣ କରାଯାଇଛି । ବାସ୍ତବରେ ଦକ୍ଷିଣ କୋରିଆରେ ଭୁଲରେ ବି କାହା ନାଁ ନାଲି କଲମରେ ଲେଖାଯାଏନି ।  ତେବେ  ଏହା ଆଇନଗତ ନୁହେଁ । ଏହାବ୍ୟତୀତ ପର୍ତ୍ତୁଗାଲ ଏବଂ ଜାପାନରେ ନାଲି କଲମରେ ଲେଖିବା ଅଶୁଭ ବୋଲି ବିବେଚନା କରାଯାଏ । 

ଇତିହାସ ଅନୁଯାୟୀ ଦକ୍ଷିଣ କୋରିଆର ଜୋସେନ୍ ରାଜବଂଶର ରାଜା ସେଜୋଙ୍ଗଙ୍କ ଦ୍ୱିତୀୟ ପୁତ୍ର ଗ୍ରେଡ୍‌ ପ୍ରିନ୍ସ ସୁୟାଙ୍ଗ ଏକ ଷଡଯନ୍ତ୍ର କରିଥିଲେ । ସେ ଶତ୍ରୁମାନଙ୍କର ହିଟ୍‌ ଲିଷ୍ଟ ନାଲି ରଙ୍ଗର ବ୍ୟବହାର କରିଥିଲେ ।  ଆଉ ଏକ ତଥ୍ୟ ଅନୁଯାୟୀ କୋରିଆ ଯୁଦ୍ଧ ସମୟରେ ମୃତ୍ୟୁବରଣ କରିଥିବା ସୈନିକଙ୍କ ନାଁ ଲିଭାଇବା ପାଇଁ ନାଲି ରଙ୍ଗର ବ୍ୟବହାର କରାଯାଇଥିଲା । ଏହି କାରଣରୁ ନାଲି ରଙ୍ଗରେ ଲେଖିବାକୁ ଲୋକମାନେ ବାରଣ କରନ୍ତି ।  

You Can Read:

ରାଜନୀତିରେ ଏଣ୍ଟ୍ରି ମାରିବେ ମହମ୍ମଦ ଶାମୀ, ପଶ୍ଚିମବଙ୍ଗର ବଶିରହାଟ ଲୋକସଭା ଆସନରୁ ଲଢିବା ନେଇ ଚର୍ଚ୍ଚା