ସମାନ ଚେହେରା ଯୋଗୁ ଚୋରି କରି ପୁଲିସକୁ ଭୁଆଁ ବୁଲାଉଥିଲେ ଜାଆଁଳା ଭାଇ: କିଏ ଚୋର ଦ୍ୱନ୍ଦ୍ୱରେ ପଡ଼ୁଥିଲା ପୁଲିସ

ନୂଆଦିଲ୍ଲୀ: ସମାନ ଚେହେରା ଥିବାରୁ ଚୋରି କରି ପୁସିସକୁ ଭୁଆଁ ବୁଲାଉଥିଲେ ଜାଆଁଳା ଭାଇ। ଦୁଇ ଜଣ ଦେଖିବାକୁ ଏକାପରି ହୋଇଥିବାରୁ ପ୍ରକୃତରେ କିଏ ଚୋରି ଦ୍ୱନ୍ଦ୍ୱରେ ଧରିପାରୁ ନଥିଲା ପୁଲିସ୍। ହେଲେ ଚୋରକୁ ସବୁବେଳେ ଅନ୍ଧାର ରାତି ଆସେନି।  ଦୁଇ ଭାଇ ଏବେ ହାଜତରେ। ଦୁଇ ଭାଇଙ୍କ ଚୋରି କରିବାର ଶୈଳୀ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ଯୋଜନା ମୁତାବକ ଜଣେ ଭାଇ ଚୋରି କଲେ ଅନ୍ୟ ଜଣେ ଭାଇ ଠିକ୍ ସେହି ସମାନ ସମୟରେ ସିସିଟିଭି ଲାଗିଥିବା ଏକ ସ୍ଥାନରେ ଘୂରିବୁଲି ନିଜକୁ ଭିଡିଓ ଫୁଟେଜ୍‌ କଏଦ କରୁଥିଲା। ଆଉ ପୁଲିସ ଧରିଲେ ଏହି ଭିଡିଓ ଫୁଟେଜ୍ ଦେଖାଇ କହୁଥିଲା ଦେଖନ୍ତୁ ଆଜ୍ଞା, ସେଦିନ ଚୋରି ସମୟରେ ମୁଁ ଏଠି କାମ କରୁଥିଲି। ପୁଲିସ ଫୁଟେଜ୍ ଦେଖିଲା ପରେ ଦ୍ୱନ୍ଦ୍ୱରେ ପଡ଼ିଯାଉଥିଲା। ତେବେ ଦୁଇ ଯାଆଁଳା ଭାଇ ଡିସେମ୍ବର ୨୩ ତାରିଖରେ ମାଉଗଞ୍ଜ ସହରରେ ଖାଲି ପଡ଼ିଥିବା ଏକ ଘରେ ଚୋରି କରିବାକୁ ଧସେଇ ପଶିଥିଲେ। ଦୁଇଭାଇ ଘରର କବାଟ ତାଡ଼ି ଘରେ ପଶି ଲାକ୍ଷାଧିକ ଟଙ୍କାର ମୁଲ୍ୟବାନ ଜିନିଷ, ଅଳଙ୍କାର ଓ ଟଙ୍କା ଚୋରି କରି ନେଇଥିଲେ। ଏହି ଘଟଣା ପରେ ପୁଲିସ ଆକ୍ସନ ମୋଡରେ ଖାନତଲାସି ଅଭିଯାନ ଆରମ୍ଭ କରିଦେଇଥିଲା। ପରେ ଏହି ଚୋରି ପାଇଁ ସୌରଭ ବର୍ମାଙ୍କ ସମେତ ତିନିଜଣଙ୍କୁ ଗିରଫ କରିଥିଲା। ତେବେ ସଞ୍ଜିବ ନିଜଆଡୁ ଥାନାରେ ପହଞ୍ଚି ସେ ଚୋରି କରିଥିବା କଥା ଗ୍ରହଣ କରିବା ସହ ସୌରଭଙ୍କୁ ପୁଲିସ ଭୁଲରେ ଉଠେଇ ଆଣିଥିବା କଥା କହିଥିଲା। ଏହି

ସମାନ ଚେହେରା ଯୋଗୁ ଚୋରି କରି ପୁଲିସକୁ ଭୁଆଁ ବୁଲାଉଥିଲେ ଜାଆଁଳା ଭାଇ: କିଏ ଚୋର ଦ୍ୱନ୍ଦ୍ୱରେ ପଡ଼ୁଥିଲା ପୁଲିସ

ନୂଆଦିଲ୍ଲୀ: ସମାନ ଚେହେରା ଥିବାରୁ ଚୋରି କରି ପୁସିସକୁ ଭୁଆଁ ବୁଲାଉଥିଲେ ଜାଆଁଳା ଭାଇ। ଦୁଇ ଜଣ ଦେଖିବାକୁ ଏକାପରି ହୋଇଥିବାରୁ ପ୍ରକୃତରେ କିଏ ଚୋରି ଦ୍ୱନ୍ଦ୍ୱରେ ଧରିପାରୁ ନଥିଲା ପୁଲିସ୍। ହେଲେ ଚୋରକୁ ସବୁବେଳେ ଅନ୍ଧାର ରାତି ଆସେନି।  ଦୁଇ ଭାଇ ଏବେ ହାଜତରେ। ଦୁଇ ଭାଇଙ୍କ ଚୋରି କରିବାର ଶୈଳୀ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ 

ଯୋଜନା ମୁତାବକ ଜଣେ ଭାଇ ଚୋରି କଲେ ଅନ୍ୟ ଜଣେ ଭାଇ ଠିକ୍ ସେହି ସମାନ ସମୟରେ ସିସିଟିଭି ଲାଗିଥିବା ଏକ ସ୍ଥାନରେ ଘୂରିବୁଲି ନିଜକୁ ଭିଡିଓ ଫୁଟେଜ୍‌ କଏଦ କରୁଥିଲା। ଆଉ ପୁଲିସ ଧରିଲେ ଏହି ଭିଡିଓ ଫୁଟେଜ୍ ଦେଖାଇ କହୁଥିଲା ଦେଖନ୍ତୁ ଆଜ୍ଞା, ସେଦିନ ଚୋରି ସମୟରେ ମୁଁ ଏଠି କାମ କରୁଥିଲି। ପୁଲିସ ଫୁଟେଜ୍ ଦେଖିଲା ପରେ ଦ୍ୱନ୍ଦ୍ୱରେ ପଡ଼ିଯାଉଥିଲା। 

ତେବେ ଦୁଇ ଯାଆଁଳା ଭାଇ ଡିସେମ୍ବର ୨୩ ତାରିଖରେ ମାଉଗଞ୍ଜ ସହରରେ ଖାଲି ପଡ଼ିଥିବା ଏକ ଘରେ ଚୋରି କରିବାକୁ ଧସେଇ ପଶିଥିଲେ। ଦୁଇଭାଇ ଘରର କବାଟ ତାଡ଼ି ଘରେ ପଶି ଲାକ୍ଷାଧିକ ଟଙ୍କାର ମୁଲ୍ୟବାନ ଜିନିଷ, ଅଳଙ୍କାର ଓ ଟଙ୍କା ଚୋରି କରି ନେଇଥିଲେ। ଏହି ଘଟଣା ପରେ ପୁଲିସ ଆକ୍ସନ ମୋଡରେ ଖାନତଲାସି ଅଭିଯାନ ଆରମ୍ଭ କରିଦେଇଥିଲା। ପରେ ଏହି ଚୋରି ପାଇଁ ସୌରଭ ବର୍ମାଙ୍କ ସମେତ ତିନିଜଣଙ୍କୁ ଗିରଫ କରିଥିଲା। ତେବେ ସଞ୍ଜିବ ନିଜଆଡୁ ଥାନାରେ ପହଞ୍ଚି ସେ ଚୋରି କରିଥିବା କଥା ଗ୍ରହଣ କରିବା ସହ ସୌରଭଙ୍କୁ ପୁଲିସ ଭୁଲରେ ଉଠେଇ ଆଣିଥିବା କଥା କହିଥିଲା। 

ଏହି ଘଟଣାକୁ ନେଇ ପୋଲିସ ମଧ୍ୟ ଦ୍ୱନ୍ଦରେ ପଡ଼ିଯାଇଥିଲା। ତେବେ ପରେ ଏହାକୁ ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ପରେ ପୋଲିସ ସାମ୍ନାରେ ଦୁଇଭାଇ ନିଜ ଭୁଲ ମାନିଥିଲେ। ଦୁଇାଭାଇଙ୍କ କାହାଣୀ ପୁଲିସକୁ ମଧ୍ୟ ଚମକାଇ ଦେଇଥିଲା। ଏକାଭଳି ଦିଶିବା ପାଇଁ ଦୁହେଁ ଏକାଭଳି ଚୁଟି କାଟିବା ସହ ଏକା ଭଳି ଡ୍ରେସ ପିନ୍ଧୁଥିଲେ। ମାତ୍ର ନିଜର ପରିଚୟ ଗୋପନ ରଖିବାକୁ ଦୁଇ ଭାଇ ଅଲଗା ଅଲଗା ରହୁଥିଲେ। ଏଣୁ ସେ ଦୁହିଁଙ୍କ ବିଷୟରେ କାହା ପାଖରେ ମଧ୍ୟ କିଛି ଖବର ନଥିଲା। ଦୁହେଁ ପରସ୍ପରଙ୍କ ଭାଇ ବୋଲି କେବଳ ସେମାନଙ୍କ ଗ୍ରାମବାସୀ ବ୍ୟତିତ ଆଉକାହା ପାଖରେ କିଛିବି ଖବର ନଥିଲା। ଏହାର ସୁଯୋଗ ନେଇ ସେମାନେ ସହରରେ ଚୋରି ଡକାୟତି କରୁଥିଲେ। ଶେଷରେ ସେମାନଙ୍କୁ ଧରିବାକୁ ସଫଳ ହୋଇଛି ପୁଲିସ।