୧୩ ବର୍ଷ ପରେ ରଣଜୀ ଖେଳିବେ ବିରାଟ କୋହଲି: ଡିଡିସିଏ ସ୍ବତନ୍ତ୍ର ବ୍ୟବସ୍ଥା

ନୂଆଦିଲ୍ଲୀ,୨୫।୧:ଟିମ ଇଣ୍ଡିଆର ଅନେକ ଷ୍ଟାର ଖେଳାଳି ବର୍ତ୍ତମାନ ରଣଜୀ ଟ୍ରଫିରେ ଖେଳୁଛନ୍ତି। ଜାନୁଆରୀ ୨୩ ତାରିଖରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ରେ ରୋହିତ ଶର୍ମା, ଶୁଭମନ ଗିଲ, ରିଷଭ ପନ୍ତ, ଯଶସ୍ବୀ ଜୟସ୍ବାଲ ଏବଂ ରବିନ୍ଦ୍ର ଜାଡେଜା ଅଂଶଗ୍ରହଣ କରିଥିଲେ। କିନ୍ତୁ ଫିଟନେସ ଅଭାବରୁ କେଏଲ ରାହୁଲ ଏବଂ ବିରାଟ କୋହଲି ଖେଳି ନ ଥିଲେ। ବିରାଟ ଜାନୁଆରୀ ୩୦ରୁ ଆରମ୍ଭ ହେବାକୁ ଥିବା ମ୍ୟାଚରେ ଖେଳିବେ। ଏଥିପାଇଁ ଡିଡିସିଏ ସ୍ବତନ୍ତ୍ର ପ୍ରସ୍ତୁତି କରିଛି। ପୂର୍ବତନ ଟିମ […] The post ୧୩ ବର୍ଷ ପରେ ରଣଜୀ ଖେଳିବେ ବିରାଟ କୋହଲି: ଡିଡିସିଏ ସ୍ବତନ୍ତ୍ର ବ୍ୟବସ୍ଥା appeared first on Dharitri Odia News.

୧୩ ବର୍ଷ ପରେ ରଣଜୀ ଖେଳିବେ ବିରାଟ କୋହଲି: ଡିଡିସିଏ ସ୍ବତନ୍ତ୍ର ବ୍ୟବସ୍ଥା

ନୂଆଦିଲ୍ଲୀ,୨୫।୧:ଟିମ ଇଣ୍ଡିଆର ଅନେକ ଷ୍ଟାର ଖେଳାଳି ବର୍ତ୍ତମାନ ରଣଜୀ ଟ୍ରଫିରେ ଖେଳୁଛନ୍ତି। ଜାନୁଆରୀ ୨୩ ତାରିଖରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ରେ ରୋହିତ ଶର୍ମା, ଶୁଭମନ ଗିଲ, ରିଷଭ ପନ୍ତ, ଯଶସ୍ବୀ ଜୟସ୍ବାଲ ଏବଂ ରବିନ୍ଦ୍ର ଜାଡେଜା ଅଂଶଗ୍ରହଣ କରିଥିଲେ। କିନ୍ତୁ ଫିଟନେସ ଅଭାବରୁ କେଏଲ ରାହୁଲ ଏବଂ ବିରାଟ କୋହଲି ଖେଳି ନ ଥିଲେ। ବିରାଟ ଜାନୁଆରୀ ୩୦ରୁ ଆରମ୍ଭ ହେବାକୁ ଥିବା ମ୍ୟାଚରେ ଖେଳିବେ। ଏଥିପାଇଁ ଡିଡିସିଏ ସ୍ବତନ୍ତ୍ର ପ୍ରସ୍ତୁତି କରିଛି।
ପୂର୍ବତନ ଟିମ ଇଣ୍ଡିଆ ଅଧିନାୟକ ଏବଂ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଜାନୁଆରୀ ୩୦ରୁ ରେଲୱେ ବିପକ୍ଷରେ ମ୍ୟାଚ ଖେଳିବେ। ଏହି ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯିବ। ବିରାଟ ତାଙ୍କ ଘରୋଇ ଦଳ ଦିଲ୍ଲୀ ପାଇଁ ଖେଳିବେ। ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ ପାଇଁ ଦିଲ୍ଲୀ ଏବଂ ଜିଲା କ୍ରିକେଟ ସଂଘ (ଡିଡିସିଏ) ସ୍ବତନ୍ତ୍ର ପ୍ରସ୍ତୁତି କରିଛି।

ତେବେ ଡିଡିସିଏ ଏହି ମ୍ୟାଚ୍‌ରେ ପ୍ରାୟ ୧୦ ହଜାର ଦର୍ଶକଙ୍କୁ ମାଗଣା ପ୍ରବେଶ ଦେବାକୁ ଯୋଜନା କରିଛି। ଦର୍ଶକଙ୍କ ପାଇଁ ନର୍ଥ ଏଣ୍ଡ ଏବଂ ପୁରୁଣା କ୍ଲବ ହାଉସ ଖୋଲାଯିବ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯିବ। ସମସ୍ତ ଦର୍ଶକ ମାଗଣାରେ ଏହି ମ୍ୟାଚ ଉପଭୋଗ କରିପାରିବେ।
ବିସିସିଆଇର ନୂତନ ନିର୍ଦ୍ଦେଶାବଳୀରେ କୁହାଯାଇଥିଲା ଯେ, ଭାରତର ବରିଷ୍ଠ ଖେଳାଳିମାନଙ୍କୁ ମଧ୍ୟ ଘରୋଇ କ୍ରିକେଟ ଖେଳିବାକୁ ପଡିବ। ଏହା ପରେ, ଅନେକ ଷ୍ଟାର ଖେଳାଳିଙ୍କୁ ରଣଜୀ ଟ୍ରଫିରେ ଖେଳିବାର ଦେଖାଯାଇଥିଲା। ଏବେ ବିରାଟଙ୍କୁ ମଧ୍ୟ ଖେଳୁଥିବାର ଦେଖାଯିବ। ବିରାଟ ଶେଷ ଥର ପାଇଁ ୨୦୧୨ରେ ରଣଜୀ ମ୍ୟାଚ ଖେଳିଥିଲେ। ବିରାଟ ଡିଡିସିଏକୁ କହିଥିଲେ ଯେ. ତାଙ୍କ ବେକରେ ଯନ୍ତ୍ରଣା ଥିବାରୁ ସେ ଜାନୁଆରୀ ୨୩ରୁ ଖେଳାଯିବାକୁ ଥିବା ମ୍ୟାଚ ଖେଳିପାରିବେ ନାହିଁ, କିନ୍ତୁ ସେ କହିଥିଲେ ଯେ ସେ ଜାନୁଆରୀ ୩୦ରୁ ଆରମ୍ଭ ହେବାକୁ ଥିବା ମ୍ୟାଚ ପାଇଁ ଉପଲବ୍ଧ।

ଏବେ ଏହା ପ୍ରାୟ ନିଶ୍ଚିତ ହୋଇଗଲାଣି ଯେ, ବିରାଟ କୋହଲି ୧୩ ବର୍ଷ ପରେ ରଣଜୀ ମ୍ୟାଚ ଖେଳିବେ। ଡିଡିସିଏ ସଭାପତି ରୋହନ ଜେଟଲି ନିଜେ ଅନେକ ଗଣମାଧ୍ୟମ ସଂଗଠନକୁ କହିଥିଲେ ଯେ ବିରାଟଙ୍କ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଉଛି। ଏଥିରୁ ସ୍ପଷ୍ଟ ଯେ ବିରାଟ ଜାନୁଆରୀ ୩୦ରୁ ଅରୁଣ ଜେଟଲି ଷ୍ଟାଡିୟମରେ ରେଳବାଇ ବିପକ୍ଷରେ ମ୍ୟାଚ ଖେଳିବେ।

The post ୧୩ ବର୍ଷ ପରେ ରଣଜୀ ଖେଳିବେ ବିରାଟ କୋହଲି: ଡିଡିସିଏ ସ୍ବତନ୍ତ୍ର ବ୍ୟବସ୍ଥା appeared first on Dharitri Odia News.