ଦେଶୀ ଗାଈକୁ ‘ରାଜ୍ୟମାତା’ର ମାନ୍ୟତା ଦେଲେ ଏକନାଥ ସରକାର
ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଏକନାଥ ସିନ୍ଦେ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସରକାର ଗାଈକୁ ‘ରାଜ୍ୟମାତା’ର ମାନ୍ୟତା ଦେଇଛନ୍ତି। ଏନେଇ ମହାୟୁତି ସରକାର ଘୋଷଣା କରିଛନ୍ତି। ସୋମବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନ ପୂର୍ବରୁ ସିନ୍ଦେ ସରକାରଙ୍କ ଏହା ଏକ ବଡ଼ ନିଷ୍ପତ୍ତି ବୋଲି ବିବେଚନା କରାଯାଉଛି। ବୈଦିକ କାଳରୁ ଭାରତୀୟ ଧର୍ମା ଓ ସଂସ୍କୃତିରେ ଗାଈର ସମ୍ମାନନୀୟ ଭୂମିକା ରହିଆସିଛି । ପୁଣି ମାନବ […]

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଏକନାଥ ସିନ୍ଦେ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସରକାର ଗାଈକୁ ‘ରାଜ୍ୟମାତା’ର ମାନ୍ୟତା ଦେଇଛନ୍ତି। ଏନେଇ ମହାୟୁତି ସରକାର ଘୋଷଣା କରିଛନ୍ତି। ସୋମବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନ ପୂର୍ବରୁ ସିନ୍ଦେ ସରକାରଙ୍କ ଏହା ଏକ ବଡ଼ ନିଷ୍ପତ୍ତି ବୋଲି ବିବେଚନା କରାଯାଉଛି।
ବୈଦିକ କାଳରୁ ଭାରତୀୟ ଧର୍ମା ଓ ସଂସ୍କୃତିରେ ଗାଈର ସମ୍ମାନନୀୟ ଭୂମିକା ରହିଆସିଛି । ପୁଣି ମାନବ ଖାଦ୍ୟରେ ଗାଈକ୍ଷୀରର ଉପଯୋଗିତା, ଆୟୁର୍ବେଦ ଔଷଧ, ପଞ୍ଚଗବ୍ୟ ଚିକିତ୍ସା ପ୍ରଣାଳୀ ଏବଂ ଜୈବିକ କୃଷି ପ୍ରଣାଳୀରେ ଦେଶୀ ଗୋବର ଓ ଗୋମୂତ୍ରର ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଦୃଷ୍ଟିରେ ରଖି ଦେଶୀ ଗାଈମାନଙ୍କୁ “ରାଜ୍ୟମାତା ଗୋମାତା” ଘୋଷଣା କରିବାକୁ ଅନୁମୋଦନ ମିଳିଛି ।