ଦେଶୀ ମଦ ଜବତ ଓ ପୋଚ ନଷ୍ଟ ଘଟଣାରେ ୨ ଗିରଫ
ଗୋପାଳପୁର : ଗତ ଅଗଷ୍ଟ ୨୪ ତାରିଖରେ ଗୋଳନ୍ଥରା ପୁଲିସ ପକ୍ଷରୁ ଇନ୍ଦ୍ରାକ୍ଷୀ ଅଞ୍ଚଳରେ ବେଆଇନ ଚୋରା ଦେଶୀ ମଦ ପ୍ରସ୍ତୁତ ଭାଟି ଚଢ଼ାଉବେଳେ ପୁଲିସକୁ ଚକମା ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଦୁଇ ଅଭିଯୁକ୍ତଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ଦୁଇ ଜଣ ଇନ୍ଦ୍ରାକ୍ଷୀ ଗ୍ରାମର ଘନଶ୍ୟାମ ସାହୁ ଏବଂ ରଞ୍ଜନ ସାହୁ ବୋଲି ପୁଲିସ ସୂଚନା ଦେଇଛି । ସୂଚନା ପ୍ରକାରେ ଇନ୍ଦ୍ରାକ୍ଷୀ ଅଞ୍ଚଳରେ ବେଆଇନ ଦେଶୀ ମଦ […]

ଗୋପାଳପୁର : ଗତ ଅଗଷ୍ଟ ୨୪ ତାରିଖରେ ଗୋଳନ୍ଥରା ପୁଲିସ ପକ୍ଷରୁ ଇନ୍ଦ୍ରାକ୍ଷୀ ଅଞ୍ଚଳରେ ବେଆଇନ ଚୋରା ଦେଶୀ ମଦ ପ୍ରସ୍ତୁତ ଭାଟି ଚଢ଼ାଉବେଳେ ପୁଲିସକୁ ଚକମା ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଦୁଇ ଅଭିଯୁକ୍ତଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ଦୁଇ ଜଣ ଇନ୍ଦ୍ରାକ୍ଷୀ ଗ୍ରାମର ଘନଶ୍ୟାମ ସାହୁ ଏବଂ ରଞ୍ଜନ ସାହୁ ବୋଲି ପୁଲିସ ସୂଚନା ଦେଇଛି । ସୂଚନା ପ୍ରକାରେ ଇନ୍ଦ୍ରାକ୍ଷୀ ଅଞ୍ଚଳରେ ବେଆଇନ ଦେଶୀ ମଦ ରନ୍ଧା ହେବା ସହ ଚୋରା ମଦ ଚାଲାଣ କରାଯାଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ପୁଲିସ ଟିମ ସହ ଚଢ଼ାଉ କରିଥିଲେ । ପୁଲିସକୁ ଦେଖି ଦେଶୀ ମଦ ରୋଷଇ କରୁଥିବା ବ୍ୟକ୍ତିମାନେ ଫେରାର ହେବାରେ ସକ୍ଷମ ହୋଇଥିଲେ । ପୁଲିସ ସେଠାରେ ୮୦୦ ଲିଟର ପୋଚ ନଷ୍ଟ କରିବା ସହ ପ୍ରସ୍ତୁତ ହୋଇ ରହିଥିବା ୫୦ ଲିଟର ଦେଶୀ ମଦ ଓ ରୋଷେଇ ସାମଗ୍ରୀ ଜବତ କରିଥିଲେ । ଘଟଣା ନେଇ ଥାନାରେ ୩୩୯/୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବାବେଳେ ଆଜି ଇନ୍ଦ୍ରାକ୍ଷୀ ଗାଁରେ ଚଢ଼ାଉ କରି ଘନଶ୍ୟାମ ଓ ରଞ୍ଜନକୁ ଗିରଫ କରିଥିବା ଥାନାଧିକାରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି ।