ଦୋକାନ କାନ୍ଥ ଖୋଳି ମୋବାଇଲ ଚୋରି ଘଟଣାରେ ୩ ଗିରଫ, ୧୨ ମୋବାଇଲ ଜବତ
ରେଢ଼ାଖୋଲ(କେନ୍ୟୁଜ୍): ଚାଲାକ୍ ଚୋର । ଚୋରି କରିବା ପାଇଁ ଆପଣେଇଥିଲେ ପୁରୁଣା ଟ୍ରିକ୍ । ଏହି ଟ୍ରିକ୍ ଆପଣେଇ ଲୁଟୁଥିଲେ ମୋବାଇଲ୍ । ମୋବାଇଲ୍ ଲୁଟି ହେଉଥିଲେ ମାଲାମାଲ୍ । ଏଭଳି ଘଟଣା ରେଢ଼ାଖୋଲ ଅଞ୍ଚଳରେ ଦେଖିବାକୁ ମିଳିଛି । ରେଢ଼ାଖୋଲ ସହରରେ ଆତଙ୍କ ରଚାଇଥିଲେ ମୋବାଇଲ୍ ଲୁଟେରା । ଗତ ୨୧ ମାର୍ଚ୍ଚ ରେ ରେଢ଼ାଖୋଲ ସହରରେ ଥବା ଏକ ମୋବାଇଲ ଦୋକାନ ର ପଛପଟ କାନ୍ଥକୁ ଖୋଳି ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରୀ କରିଥିଲେ […] The post ଦୋକାନ କାନ୍ଥ ଖୋଳି ମୋବାଇଲ ଚୋରି ଘଟଣାରେ ୩ ଗିରଫ, ୧୨ ମୋବାଇଲ ଜବତ appeared first on KNews Odisha.

ରେଢ଼ାଖୋଲ(କେନ୍ୟୁଜ୍): ଚାଲାକ୍ ଚୋର । ଚୋରି କରିବା ପାଇଁ ଆପଣେଇଥିଲେ ପୁରୁଣା ଟ୍ରିକ୍ । ଏହି ଟ୍ରିକ୍ ଆପଣେଇ ଲୁଟୁଥିଲେ ମୋବାଇଲ୍ । ମୋବାଇଲ୍ ଲୁଟି ହେଉଥିଲେ ମାଲାମାଲ୍ । ଏଭଳି ଘଟଣା ରେଢ଼ାଖୋଲ ଅଞ୍ଚଳରେ ଦେଖିବାକୁ ମିଳିଛି ।
ରେଢ଼ାଖୋଲ ସହରରେ ଆତଙ୍କ ରଚାଇଥିଲେ ମୋବାଇଲ୍ ଲୁଟେରା । ଗତ ୨୧ ମାର୍ଚ୍ଚ ରେ ରେଢ଼ାଖୋଲ ସହରରେ ଥବା ଏକ ମୋବାଇଲ ଦୋକାନ ର ପଛପଟ କାନ୍ଥକୁ ଖୋଳି ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରୀ କରିଥିଲେ । ଏହି ଘଟଣା ରେ ଆଜି ରେଢ଼ାଖୋଲ ପୋଲିସ ଜଣେ ନାବାଳକ ସମେତ ତିନି ଜଣ ଅଭିଯୁକ୍ତ ବିକ୍ରମ ଡଙ୍ଗ, ସୁନୀଲ ମୁଣ୍ଡା ,ଏବଂ ଅନ୍ୟ ଜଣେ ନାବାଳକ, ଗିରଫ କରିବା ସହ ଜଣେ ଫେରାର ଥିବା ବେଳେ ୧୨ଟି ମୋବାଇଲ ଓ କାନ୍ଥ ଖୋଳିବା ରେ ବ୍ୟବହାର କରିଥିବା କୋଦାଳ କୁ ଜବତ କରିଛି ପୋଲିସ।
ଅଭିଯୁକ୍ତ ସମସ୍ତେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଥାନା ଅଞ୍ଚଳର, ରେଢ଼ାଖୋଲ ଅଞ୍ଚଳରେ ମୁଖ୍ୟ ଅଭିଯୁକ୍ତ ବିକ୍ରମ ଡଙ୍ଗ ଏଠାରେ ରହି ରଙ୍ଗ ମିସ୍ତ୍ରୀ ଭାବର କାମ କରୁଥିଲେ, ବିକ୍ରମ ଚୋରୀ ପାଇଁ ରାଉରକେଲା ରୁ ତିନି ଜଣ କୁ ସାମିଲ୍ କରିଥିଲା, ସୁନୀଲ ମୁଣ୍ଡା, ନବୀନ ମୁଣ୍ଡା, ଅନ୍ୟ ଜଣେ ନାବାଳକ । ଏମାନେ ବିଳମ୍ୱିତ ରାତିରେ କାନ୍ଥ ଖୋଳି ମୋବାଇଲ ଚୋରୀ କରି ଫେରାର ମାରିଥିଲେ, ରେଢ଼ାଖୋଲ ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତକୁ ଗିରଫ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
The post ଦୋକାନ କାନ୍ଥ ଖୋଳି ମୋବାଇଲ ଚୋରି ଘଟଣାରେ ୩ ଗିରଫ, ୧୨ ମୋବାଇଲ ଜବତ appeared first on KNews Odisha.