ଦୋକାନ ନିକଟରେ ପରିସ୍ରା କରି ଛେଚା ଖାଇଲେ ଯାତ୍ରୀ
ଦାରିଙ୍ଗବାଡି, ୧୫।୭ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡି ବଜାର ଏବେ ପୁତ୍ତିମୟ ଗନ୍ଧରେ ନାକ ଫାଟୁଛି। ଚାରିଛକଠାରୁ ବସଷ୍ଟାଣ୍ଡ ଏବଂ ୩ ଛକ ମଧ୍ୟରେ କୁଢ଼ କୁଢ଼ ଅଳିଆ ଗଦା ସହ ପୂର୍ତ୍ତ ବିଭାଗ କଲୋନୀ ଫାଟକ ନିକଟରେ କୁଢ଼ କୁଢ଼ ଅଳିଆ ପଡିଥିବାରୁ ସେଠାରେ ଜଣେ ଯାତ୍ରୀ ବସରୁ ଓଲ୍ହାଇ ପରିସ୍ରା କରୁଥିବାବେଳେ ନିକଟରେ ଥିବା ଦୋକାନୀ ବାରଣ କରିଥିଲେ। ଏହାକୁ ନେଇ ଯାତ୍ରୀ ଜଣକ ଉତ୍ତେଜିତ ହୋଇ ଦୋକାନୀଙ୍କୁ ଧମକ ଦେବା ସହ […] The post ଦୋକାନ ନିକଟରେ ପରିସ୍ରା କରି ଛେଚା ଖାଇଲେ ଯାତ୍ରୀ appeared first on Dharitri Odia News.
ଦାରିଙ୍ଗବାଡି, ୧୫।୭ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡି ବଜାର ଏବେ ପୁତ୍ତିମୟ ଗନ୍ଧରେ ନାକ ଫାଟୁଛି। ଚାରିଛକଠାରୁ ବସଷ୍ଟାଣ୍ଡ ଏବଂ ୩ ଛକ ମଧ୍ୟରେ କୁଢ଼ କୁଢ଼ ଅଳିଆ ଗଦା ସହ ପୂର୍ତ୍ତ ବିଭାଗ କଲୋନୀ ଫାଟକ ନିକଟରେ କୁଢ଼ କୁଢ଼ ଅଳିଆ ପଡିଥିବାରୁ ସେଠାରେ ଜଣେ ଯାତ୍ରୀ ବସରୁ ଓଲ୍ହାଇ ପରିସ୍ରା କରୁଥିବାବେଳେ ନିକଟରେ ଥିବା ଦୋକାନୀ ବାରଣ କରିଥିଲେ। ଏହାକୁ ନେଇ ଯାତ୍ରୀ ଜଣକ ଉତ୍ତେଜିତ ହୋଇ ଦୋକାନୀଙ୍କୁ ଧମକ ଦେବା ସହ ତାଙ୍କୁ ମାଡ଼ ମାରିଥିଲେ। ଖବର ପାଇ ଦୋକାନୀଙ୍କ ପରିବାର ଲୋକ ପହଞ୍ଚି ଯାତ୍ରୀଙ୍କୁ ବହେ ଛେଚିଥିଲେ। ଘଟଣାକୁ ନେଇ ଅଞ୍ଚଳରେ ଖୁବ ଚର୍ଚ୍ଚା ଚାଲିଛି। ରାସ୍ତା କଡ଼ରେ ପରିସ୍ରା କଲେ ମାଡ଼ ବାଜିବ ବୋଲି ଲୋକ କହିବା ଆରମ୍ଭ କଲେଣି।
ସୂଚନାଯୋଗ୍ୟ ଯେ, ବାଲିଗୁଡାଠାରୁ ବ୍ରହ୍ମପୁର ଯାଉଥିବା ସମସ୍ତ ଯାତ୍ରୀବାହୀ ବସ ଗୁଡିକ ଦୀର୍ଘ ବର୍ଷ ହେଲା ପୂର୍ତ୍ତ ବିଭାଗର କଲୋନୀ ମୁଖ୍ୟ ଫାଟକ ସମ୍ମୁଖରେ ରଖୁଛନ୍ତି। ବସରେ ଯାତ୍ରା କରୁଥିବା ଯାତ୍ରୀ ସେଠାରେ ଅଳିଆ ପଡିଥିବା ଓ ଫାଟକ ବନ୍ଦ ରହିଥିବାର ସୁଯୋଗ ନେଇ ସେଠାରେ ପରିସ୍ରା କରୁଥିବା ଅଭିଯୋଗ ହେଉଛି।
The post ଦୋକାନ ନିକଟରେ ପରିସ୍ରା କରି ଛେଚା ଖାଇଲେ ଯାତ୍ରୀ appeared first on Dharitri Odia News.