ଦୋକାନ ଭିତରକୁ ପଶିଗଲା କାର, ବ୍ୟବସାୟୀ ଆହତ

ଝୁମ୍ପୁରା: ଝୁମ୍ପୁରା ବଜାରର ବସଷ୍ଟାଣ୍ଡ ନିକଟରେ ରହିଥିବା ଗ୍ରୋସରୀ ଦୋକାନ ଭିତରକୁ ଏକ କାର ଭାରସାମ୍ୟ ହରାଇ ପଶିଯିବାରୁ ବ୍ୟବସାୟୀ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ଝୁମ୍ପୁରାଠାରେ ରହୁଥିବା ସାହେବ ପରିଡା କାର ଯୋଗେ ଥାନା ଛକ ପଟୁ ଦୋଳ ପଡିଆ ଅଭିମୁଖେ ଦ୍ରୁତ ଗତିରେ ଯାଉଥିଲେ। ଗାଡିଟି ବସଷ୍ଟାଣ୍ଡ ନିକଟରେ ପହଞ୍ଚି ଥିଲା। କିନ୍ତୁ ଗାଡିଟିର ବେଗ ଅଧିକ ଥିବାରୁ ଭାରସାମ୍ୟ ହରାଇ ଗ୍ରୋସରୀ ଦୋକାନ ଭିତରକୁ ପଶି ଯାଇଥିଲା। କାରଟି […]

ଦୋକାନ ଭିତରକୁ ପଶିଗଲା କାର, ବ୍ୟବସାୟୀ ଆହତ

ଝୁମ୍ପୁରା: ଝୁମ୍ପୁରା ବଜାରର ବସଷ୍ଟାଣ୍ଡ ନିକଟରେ ରହିଥିବା ଗ୍ରୋସରୀ ଦୋକାନ ଭିତରକୁ ଏକ କାର ଭାରସାମ୍ୟ ହରାଇ ପଶିଯିବାରୁ ବ୍ୟବସାୟୀ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ଝୁମ୍ପୁରାଠାରେ ରହୁଥିବା ସାହେବ ପରିଡା କାର ଯୋଗେ ଥାନା ଛକ ପଟୁ ଦୋଳ ପଡିଆ ଅଭିମୁଖେ ଦ୍ରୁତ ଗତିରେ ଯାଉଥିଲେ। ଗାଡିଟି ବସଷ୍ଟାଣ୍ଡ ନିକଟରେ ପହଞ୍ଚି ଥିଲା। କିନ୍ତୁ ଗାଡିଟିର ବେଗ ଅଧିକ ଥିବାରୁ ଭାରସାମ୍ୟ ହରାଇ ଗ୍ରୋସରୀ ଦୋକାନ ଭିତରକୁ ପଶି ଯାଇଥିଲା। କାରଟି ଦୋକାନରେ ବସିଥିବା ବ୍ୟବସାୟୀ ଭାରତୀ ବେହେରାଙ୍କୁ ଧକ୍କା ଦେଇଥିଲା। ଗାଡ଼ି ଧକ୍କାରେ ଭାରତୀ ଆହତ ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ଲୋଲେ ଉଦ୍ଧାର କରି ଝୁମ୍ପୁରା ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିବା ଦେଖିବାକୁ ମିଳିଛି। ଏପଟେ ଗାଡି ଚାଳକ ଦୁର୍ଘଟଣା ପରେ ଚତୁରତାର ସହିତ ସେଠାକୁ ଖସି ପଳାଇ ଯିବାକୁ ସକ୍ଷମ ହୋଇଥିଲେ।