ଦୋକାନୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା-ସୁନା
ଜଳେଶ୍ବର,୩।୧୦(ନବୀନ ସାହୁ): ବନ୍ଧୁକ ମୁନରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୂନା ଗହଣା ଏବଂ ନଗଦ ଟଙ୍କା। ଦୋକାନ ବନ୍ଦ କରି ବାଇକରେ ଘରକୁ ଫେରୁଥିବା ବେଳେ ଗହଣା ଦୋକାନୀଙ୍କୁ ଆକ୍ରମଣ କରିବା ସହ ମୁଣ୍ତ ରେ ବନ୍ଧୁକ ଲଗାଇ ଗହଣା ଏବଂ ଟଙ୍କା ଭର୍ତ୍ତି ବ୍ୟାଗ ଲୁଟି ନେଲେ ଦୁର୍ବୃତ୍ତ। ବାଲେଶ୍ବର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ଡେମ୍ବୁରିଆ ମାର୍କେଟରୁ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ହୋଇଛି ଏହି ଲୁଟ୍। ବାଲେଶ୍ବର ଜିଲା ଜଳେଶ୍ବର […] The post ଦୋକାନୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା-ସୁନା appeared first on Dharitri Odia News.
ଜଳେଶ୍ବର,୩।୧୦(ନବୀନ ସାହୁ): ବନ୍ଧୁକ ମୁନରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୂନା ଗହଣା ଏବଂ ନଗଦ ଟଙ୍କା। ଦୋକାନ ବନ୍ଦ କରି ବାଇକରେ ଘରକୁ ଫେରୁଥିବା ବେଳେ ଗହଣା ଦୋକାନୀଙ୍କୁ ଆକ୍ରମଣ କରିବା ସହ ମୁଣ୍ତ ରେ ବନ୍ଧୁକ ଲଗାଇ ଗହଣା ଏବଂ ଟଙ୍କା ଭର୍ତ୍ତି ବ୍ୟାଗ ଲୁଟି ନେଲେ ଦୁର୍ବୃତ୍ତ। ବାଲେଶ୍ବର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ଡେମ୍ବୁରିଆ ମାର୍କେଟରୁ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ହୋଇଛି ଏହି ଲୁଟ୍।
ବାଲେଶ୍ବର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ଡେମ୍ବୁରିଆ ମାର୍କେଟରୁ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ହୋଇଛି ଏହି ଲୁଟ୍। ସୂଚନା ଅନୁଯାୟୀ ଜଳେଶ୍ବର ଥାନା ନାମ୍ପୋ ଫାଣ୍ତି ଅନ୍ତର୍ଗତ ସମ୍ପତିଆ ଗ୍ରାମର ଘନଶ୍ୟାମ କାମିଳାଙ୍କ ତେମ୍ବୁରିଆ ମାର୍କେଟରେ ମିନତୀ ଜୁଏଲାର୍ସ ନାମରେ ଏକ ଗହଣା ଦୋକାନ ରହିଛି। ସବୁଦିନ ଭଳି ସେ ଦୋକାନ ବନ୍ଦ କରି ବାଇକରେ ଘରକୁ ଫେରୁଥିବାବେଳେ ନିଛାଟିଆ ରାସ୍ତାରେ ୩ ଜଣ ଦୁର୍ବୃତ୍ତ ଗାଡି ଅଟକାଇବା ସହ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରି ତାଙ୍କ ମୁଣ୍ତରେ ବନ୍ଧୁକ ଲଗାଇ ଭୟଭୀତ କରାଇଥିଲେ। ପରେ ଗହଣା ଏବଂ ଟଙ୍କା ଭର୍ତ୍ତି ବ୍ୟାଗ ଛଡାଇ ନେଇ ଏକ କଳା ରଙ୍ଗର ଆପାଚି ବାଇକରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଖବର ପାଇ ଜଳେଶ୍ବର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରିବା ସହ ସନ୍ଦେହରେ ଜଣକୁ ଅଟକ ରଖି ଅଧିକ ତଦନ୍ତ କରୁଛି।
The post ଦୋକାନୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା-ସୁନା appeared first on Dharitri Odia News.