ଦୋଳ ମେଳଣରେ ଫୁଟିଲା ବାଣ, ୨ ଜଣ ଗୁରୁତର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଳରାମ ପୁର ଗ୍ରାମରେ ଦୋଳ ମେଳଣ ଚାଲିଥିବା ବେଳେ ଘଟିଛି ଅଘଟଣ । ବାଣ ଫୁଟିଯିବାରୁ ଦୁଇଜଣ ଯୁବକ ଗୁରୁତର  ହୋଇଛନ୍ତି। ଗୁରୁତର ଯୁବକ ମାନେ ଉକ୍ତ ଗ୍ରାମର ରବି ଧଳ ଓ ସଞ୍ଜୟ ପାତ୍ର ବୋଲି ଜଣାପଡିଛି। ଉଭୟଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ ଆଜି ସନ୍ଧ୍ୟାରେ ଗ୍ରାମର ଜେନା ଠାକୁରାଣୀ ପଡ଼ିଆରେ ଦୋଳ ମେଳଣ ଚାଲିଥିଲା । ତେବେ ଏହି ମେଳଣ ଉତ୍ସବରେ ବାଣ ଫୁଟାଉଥିବା ବେଳେ  ଅସାବଧାନତା ବଶତଃ ବାଣ ଟି ଫୁଟି ଯାଇଥିଲା । ଫଳରେ ବାଣ ଫୁଟାଉଥିବା ଯୁବକ ଓ ତାଙ୍କ ପାଖରେ ଥିବା ଅନ୍ୟଜଣେ ଯୁବକ ଏହି ବାଣ ବିସ୍ପୋରଣର ଶିକାର ହୋଇଥିବା ଜଣାପଡିଛି।Also read: ହୋଟେଲ୍‌ରେ ମଟନ ଖାଇବାକୁ ଲାଗିଲାଣି ଡର, କ୍ଷତିରେ ମାଲିକ

ଦୋଳ ମେଳଣରେ ଫୁଟିଲା ବାଣ,  ୨ ଜଣ ଗୁରୁତର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଳରାମ ପୁର ଗ୍ରାମରେ ଦୋଳ ମେଳଣ ଚାଲିଥିବା ବେଳେ ଘଟିଛି ଅଘଟଣ । ବାଣ ଫୁଟିଯିବାରୁ ଦୁଇଜଣ ଯୁବକ ଗୁରୁତର  ହୋଇଛନ୍ତି। ଗୁରୁତର ଯୁବକ ମାନେ ଉକ୍ତ ଗ୍ରାମର ରବି ଧଳ ଓ ସଞ୍ଜୟ ପାତ୍ର ବୋଲି ଜଣାପଡିଛି। ଉଭୟଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । 

ସୂଚନା ମୁତାବକ ଆଜି ସନ୍ଧ୍ୟାରେ ଗ୍ରାମର ଜେନା ଠାକୁରାଣୀ ପଡ଼ିଆରେ ଦୋଳ ମେଳଣ ଚାଲିଥିଲା । ତେବେ ଏହି ମେଳଣ ଉତ୍ସବରେ ବାଣ ଫୁଟାଉଥିବା ବେଳେ  ଅସାବଧାନତା ବଶତଃ ବାଣ ଟି ଫୁଟି ଯାଇଥିଲା । ଫଳରେ ବାଣ ଫୁଟାଉଥିବା ଯୁବକ ଓ ତାଙ୍କ ପାଖରେ ଥିବା ଅନ୍ୟଜଣେ ଯୁବକ ଏହି ବାଣ ବିସ୍ପୋରଣର ଶିକାର ହୋଇଥିବା ଜଣାପଡିଛି।

Also read: ହୋଟେଲ୍‌ରେ ମଟନ ଖାଇବାକୁ ଲାଗିଲାଣି ଡର, କ୍ଷତିରେ ମାଲିକ