ଦ୍ବାରଶୁଣୀ ଘାଟିରେ ଓଲଟିଲା ଟ୍ରକ୍ : ଡ୍ରାଇଭର ମୃତ, ହେଲପର ଗୁରୁତର

ବାରିପଦା ୧।୯: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଦେଇ ଯାଇଥିବା ୪୯ ନମ୍ୱର ଜାତୀୟ ରାଜପଥ ଉପରେ ଅବସ୍ଥିତ ଦ୍ୱାରଶୁଣୀ ଘାଟି ପାଲଟିଛି ମରଣଯନ୍ତା । ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଛି । ଘାଟିରେ ପୁଣି ଦୁର୍ଘଟଣା ଘଟିଛି ।ଏକ ଲୁହା ପଥର ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇ ଘାଟିରେ ଓଲଟି ପଡିଛି । ଫଳରେ ଜଣଙ୍କର ମୃତ୍ୟୁ ଘଟିଛି । ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଟ୍ରକ୍ ଚାଳକ ଓ ହେଲପର ଉଭୟ ଟ୍ରକ୍ ତଳେ ଚାପି ହୋଇ ରହି ଯାଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମୃତକ ଓ ଗୁରୁତରଙ୍କୁ ଉଦ୍ଧାର କରିଥିଲେ । ମୃତକ ଜଣଙ୍କ ଟ୍ରକ୍ ଚାଳକ ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।You Can Read:ଅବକରୀ ବିଭାଗ ପଞ୍ଝାରେ ବ୍ରାଉନସୁଗାର ବେପାରୀ, ଜଣେ ଯୁବତୀଙ୍କ ସମେତ ୩ ଗିରଫ

ଦ୍ବାରଶୁଣୀ ଘାଟିରେ ଓଲଟିଲା ଟ୍ରକ୍ : ଡ୍ରାଇଭର ମୃତ, ହେଲପର ଗୁରୁତର

ବାରିପଦା ୧।୯: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଦେଇ ଯାଇଥିବା ୪୯ ନମ୍ୱର ଜାତୀୟ ରାଜପଥ ଉପରେ ଅବସ୍ଥିତ ଦ୍ୱାରଶୁଣୀ ଘାଟି ପାଲଟିଛି ମରଣଯନ୍ତା । ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଛି । ଘାଟିରେ ପୁଣି ଦୁର୍ଘଟଣା ଘଟିଛି ।

ଏକ ଲୁହା ପଥର ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇ ଘାଟିରେ ଓଲଟି ପଡିଛି । ଫଳରେ ଜଣଙ୍କର ମୃତ୍ୟୁ ଘଟିଛି । ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଟ୍ରକ୍ ଚାଳକ ଓ ହେଲପର ଉଭୟ ଟ୍ରକ୍ ତଳେ ଚାପି ହୋଇ ରହି ଯାଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମୃତକ ଓ ଗୁରୁତରଙ୍କୁ ଉଦ୍ଧାର କରିଥିଲେ । ମୃତକ ଜଣଙ୍କ ଟ୍ରକ୍ ଚାଳକ ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

You Can Read:

ଅବକରୀ ବିଭାଗ ପଞ୍ଝାରେ ବ୍ରାଉନସୁଗାର ବେପାରୀ, ଜଣେ ଯୁବତୀଙ୍କ ସମେତ ୩ ଗିରଫ