ଦ୍ଵାଦଶ ପରୀକ୍ଷାରେ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସଫଳତା।

କଳାହାଣ୍ଡି:୨୬/୦୬ ଆଜି ପ୍ରକାଶ ପାଇଥିବା ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାରେ ଭବାନୀପାଟଣା ସ୍ଥିତ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଶତ ପ୍ରତିଶତ ସଫଳତା ଅର୍ଜନ କରିଛନ୍ତି । କଲେଜର ବିଜ୍ଞାନ ବିଭାଗରେ ମୋଟ ୨୩୦ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ, ମକରଧ୍ଵଜ ବେହେରା ୯୦.୫ ପ୍ରତିଶତ ମାର୍କ ରଖି ଜିଲ୍ଲା ତଥା କଲେଜ ପାଇଁ ଗୌରବ ଆଣିଛନ୍ତି । ସେହିପରି ଶିବ ସୁନ୍ଦର ବଚ୍ଛା ଓ ସୁମିତ କୁମାର […] The post ଦ୍ଵାଦଶ ପରୀକ୍ଷାରେ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସଫଳତା। appeared first on Odisha.News.

ଦ୍ଵାଦଶ ପରୀକ୍ଷାରେ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସଫଳତା।

କଳାହାଣ୍ଡି:୨୬/୦୬
ଆଜି ପ୍ରକାଶ ପାଇଥିବା ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାରେ ଭବାନୀପାଟଣା ସ୍ଥିତ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଶତ ପ୍ରତିଶତ ସଫଳତା ଅର୍ଜନ କରିଛନ୍ତି । କଲେଜର ବିଜ୍ଞାନ ବିଭାଗରେ ମୋଟ ୨୩୦ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ, ମକରଧ୍ଵଜ ବେହେରା ୯୦.୫ ପ୍ରତିଶତ ମାର୍କ ରଖି ଜିଲ୍ଲା ତଥା କଲେଜ ପାଇଁ ଗୌରବ ଆଣିଛନ୍ତି । ସେହିପରି ଶିବ ସୁନ୍ଦର ବଚ୍ଛା ଓ ସୁମିତ କୁମାର ଗ୍ରହାଚାର୍ଯ୍ୟ ଉଭୟେ ୯୦.୦୦ ପ୍ରତିଶତ ମାର୍କ ରଖିଛନ୍ତି । ଦୁଇଶହ ଛାତ୍ରଛାତ୍ରୀ ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ବାଣିଜ୍ୟ ବିଭାଗରେ ମଧ୍ୟ ଏହି କଲେଜର ୧୯ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇ, କେଶବ କୁମାର ୮୮. ୦୦ ପ୍ରତିଶତ ମାର୍କ ରଖି ଜିଲ୍ଲାରେ ଶୀର୍ଷସ୍ଥାନ ଅଧିକାର କରିଛନ୍ତି ।ଛାତ୍ରଛାତ୍ରୀ ଙ୍କ ଏଭଳି ସଫଳତାରେ କଲେଜର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ,ଓଡିଶା ଡି. ନାଗେଶ୍ଵର ରାଓ,ନିର୍ଦ୍ଦେଶକ ଡି ଶ୍ୟାମ, ଅନ୍ୟତମ ନିର୍ଦ୍ଦେଶକ ଡି ରାମ କୁମାର, ଏକାଡେମୀକ ଇନଚାର୍ଜ ଡି ବିଜୟା, କଲେଜ ଅଧ୍ୟକ୍ଷ ଯୁବରାଜ ନାୟକ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଵଳ ଭବିଷ୍ୟତ ଓ ଶୁଭେଚ୍ଛା ଜଣାଇଛନ୍ତି ।

The post ଦ୍ଵାଦଶ ପରୀକ୍ଷାରେ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସଫଳତା। appeared first on Odisha.News.