ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବାକୁ ଦାବି
କଟକ,୨୪ା୩(କାର୍ତ୍ତିକ ସାହୁ): ରେଭେନ୍ଶା ବିଶ୍ୱବିଦ୍ୟାଳୟର ୟୁଜି ପ୍ରଥମ ବର୍ଷ ଛାତ୍ରୀଛାତ୍ରମାନେ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ପାଇଁ ଦାବି କରି କୁଳପତିଙ୍କୁ ଶନିବାର ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଗତ ୧୪ ତାରିଖ ବିଜ୍ଞପ୍ତି ଅନୁଯାୟୀ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଆସନ୍ତା ଏପ୍ରିଲ ୨୪ ତାରିଖରୁ ଆରମ୍ଭ ହେବ। ଏହି ପରୀକ୍ଷା ନିମନ୍ତେ ପ୍ରସ୍ତୁତି ପାଇଁ ଛାତ୍ରୀଛାତ୍ରଙ୍କ ନିକଟରେ ସ୍ବଳ୍ପ ସମୟ ରହିଛି। ଯଥେଷ୍ଟ ସମୟ ନ ଥିବାରୁ ପଢ଼ାପଢ଼ି କରି ପ୍ରସ୍ତୁତ ହେବା କଷ୍ଟକର ହେଉଛି। ୟୁଜିସି […] The post ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବାକୁ ଦାବି appeared first on Dharitri Odia News.
କଟକ,୨୪ା୩(କାର୍ତ୍ତିକ ସାହୁ): ରେଭେନ୍ଶା ବିଶ୍ୱବିଦ୍ୟାଳୟର ୟୁଜି ପ୍ରଥମ ବର୍ଷ ଛାତ୍ରୀଛାତ୍ରମାନେ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ପାଇଁ ଦାବି କରି କୁଳପତିଙ୍କୁ ଶନିବାର ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଗତ ୧୪ ତାରିଖ ବିଜ୍ଞପ୍ତି ଅନୁଯାୟୀ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଆସନ୍ତା ଏପ୍ରିଲ ୨୪ ତାରିଖରୁ ଆରମ୍ଭ ହେବ। ଏହି ପରୀକ୍ଷା ନିମନ୍ତେ ପ୍ରସ୍ତୁତି ପାଇଁ ଛାତ୍ରୀଛାତ୍ରଙ୍କ ନିକଟରେ ସ୍ବଳ୍ପ ସମୟ ରହିଛି। ଯଥେଷ୍ଟ ସମୟ ନ ଥିବାରୁ ପଢ଼ାପଢ଼ି କରି ପ୍ରସ୍ତୁତ ହେବା କଷ୍ଟକର ହେଉଛି। ୟୁଜିସି ଗାଇଡ୍ ଲାଇନ୍ ଅନୁସାରେ ଦୁଇଟି ସେମିଷ୍ଟର ପରୀକ୍ଷା ମଧ୍ୟରେ ୧୫ରୁ ୧୮ ସପ୍ତାହ ସମୟ ବ୍ୟବଧାନ ରହିବା କଥା। ମାତ୍ର ଏଠାରେ ସମସ୍ତ ରବିବାର, ଛୁଟିଦିନ, କାର୍ଯ୍ୟକ୍ରମ ଆଦିକୁ ମିଶାଇ ମୋଟ୍ ୮୨ ଦିନର ସମୟ ବ୍ୟବଧାନ ରହିଛି। ଅପରପକ୍ଷରେ ଦ୍ୱିତୀୟ ସେମିଷ୍ଟର ସିଲାବସ୍ ଶେଷ କରିବା ପାଇଁ ଆବଶ୍ୟକ କ୍ଲାସ୍ କରାଯାଇନାହିଁ। ପୁଣି ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଯାଏ ଆଉ ମାତ୍ର ୫୫ ଦିନ ସମୟ ରହିଲା। ଏସବୁ କାରଣରୁ ପରୀକ୍ଷା ଘୁଞ୍ଚାଇବା ନିମନ୍ତେ ସେମାନେ ନିବେଦନ କରିଛନ୍ତି।
The post ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବାକୁ ଦାବି appeared first on Dharitri Odia News.