ଦୟାନଦୀ ବନ୍ଧରେ ସାଙ୍ଗକୁ ହତ୍ୟା : ବନ୍ଧାହେଲେ ବାପା ଓ ଦୁଇ ପୁଅ

ଭୁବନେଶ୍ବର ୩।୮: ସାଙ୍ଗ ହତ୍ୟାକାରୀ ସାଙ୍ଗ ଗିରଫ । ଧଉଳି ଦୟାନଦୀ ବନ୍ଧରେ ସାଙ୍ଗକୁ ହତ୍ୟା କରି ବନ୍ଧାହେଲେ ବାପା ଓ ଦୁଇ ପୁଅ । ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୧୫ ତାରିଖରେ ଦୟା ନଦୀ ବନ୍ଧ ଉପରେ ତିନି ଜଣ ସାଙ୍ଗ ବସିଥିଲେ । ତିନି ଜଣଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା । ଏହାପରେ  ଶମ୍ଭୁନାଥ ଦାସ ତାଙ୍କ ପରିବାର ଲୋକଙ୍କୁ ଡାକିବା ପରେ ପରିବାର ଲୋକ ସହ ମିଶି ରାଜେଶ ପ୍ରଧାନଙ୍କୁ  ମାଡ ମାରିଥିଲେ । ଯାହାଫଳରେ ଗୋଟିଏ ଖାଲରେ ପଡିଯିବାରୁ ବେକ ହାଡ ଭାଙ୍ଗି ଯାଇଥିଲା । ତେବେ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୨୬ ଜୁଲାଇରେ ମୃତ୍ୟୁ   ହୋଇଥିଲା । ଯାହାକୁ ନେଇ ମୃତକ ରାଜେଶ ପ୍ରଧାନଙ୍କ ମା’ ବାସନ୍ତୀ ପ୍ରଧାନଙ୍କ ଅଭିଯୋଗ ଆଧାରରେ ଧଉଳି ଥାନାରେ ଏକ ହତ୍ୟା ମାମଲା ରୁଜୁ ହେବା ପରେ ପୋଲିସ କଲ୍ୟାଣପୁର ଶାସନରୁ ବାପା ସୁଦର୍ଶନ ଦାସ, ଅଭିଯୁକ୍ତ ପୁଅ ଶମ୍ଭୁନାଥ ଦାସ ଏବଂ ତାଙ୍କ ଭାଇ ହେମନ୍ତ ଦାସକୁ ପୋଲିସ ଗିରଫ କରି ଜେଲ୍ ପଠାଇଛି ।You Can Read:ଭିଜିଲାନ୍ସ ଜାଲରେ ଉଲୁଣ୍ଡା ମୃତ୍ତିକା ସଂରକ୍ଷଣ ଓଭର୍ସିଅର, ୧୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ 

ଦୟାନଦୀ ବନ୍ଧରେ ସାଙ୍ଗକୁ ହତ୍ୟା : ବନ୍ଧାହେଲେ ବାପା ଓ ଦୁଇ ପୁଅ

ଭୁବନେଶ୍ବର ୩: ସାଙ୍ଗ ହତ୍ୟାକାରୀ ସାଙ୍ଗ ଗିରଫ । ଧଉଳି ଦୟାନଦୀ ବନ୍ଧରେ ସାଙ୍ଗକୁ ହତ୍ୟା କରି ବନ୍ଧାହେଲେ ବାପା ଓ ଦୁଇ ପୁଅ । 

ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୧୫ ତାରିଖରେ ଦୟା ନଦୀ ବନ୍ଧ ଉପରେ ତିନି ଜଣ ସାଙ୍ଗ ବସିଥିଲେ । ତିନି ଜଣଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା । ଏହାପରେ  ଶମ୍ଭୁନାଥ ଦାସ ତାଙ୍କ ପରିବାର ଲୋକଙ୍କୁ ଡାକିବା ପରେ ପରିବାର ଲୋକ ସହ ମିଶି ରାଜେଶ ପ୍ରଧାନଙ୍କୁ  ମାଡ ମାରିଥିଲେ । ଯାହାଫଳରେ ଗୋଟିଏ ଖାଲରେ ପଡିଯିବାରୁ ବେକ ହାଡ ଭାଙ୍ଗି ଯାଇଥିଲା । ତେବେ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୨୬ ଜୁଲାଇରେ ମୃତ୍ୟୁ   ହୋଇଥିଲା । ଯାହାକୁ ନେଇ ମୃତକ ରାଜେଶ ପ୍ରଧାନଙ୍କ ମା’ ବାସନ୍ତୀ ପ୍ରଧାନଙ୍କ ଅଭିଯୋଗ ଆଧାରରେ ଧଉଳି ଥାନାରେ ଏକ ହତ୍ୟା ମାମଲା ରୁଜୁ ହେବା ପରେ ପୋଲିସ କଲ୍ୟାଣପୁର ଶାସନରୁ ବାପା ସୁଦର୍ଶନ ଦାସ, ଅଭିଯୁକ୍ତ ପୁଅ ଶମ୍ଭୁନାଥ ଦାସ ଏବଂ ତାଙ୍କ ଭାଇ ହେମନ୍ତ ଦାସକୁ ପୋଲିସ ଗିରଫ କରି ଜେଲ୍ ପଠାଇଛି ।

You Can Read:

ଭିଜିଲାନ୍ସ ଜାଲରେ ଉଲୁଣ୍ଡା ମୃତ୍ତିକା ସଂରକ୍ଷଣ ଓଭର୍ସିଅର, ୧୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ