ତାତି ରେକର୍ଡ ଭାଙ୍ଗୁଛି, ଜୀବନ ନେଉଛି; ଦେଶରେ ଅଂଶୁଘାତଜନିତ ମୃତ୍ୟୁ ସଂଖ୍ୟା ୫୪କୁ ବୃଦ୍ଧି
ନୂଆଦିଲ୍ଲୀ: ଭାରତରେ ରେକର୍ଡ ଭାଙ୍ଗୁଛି ତାପମାତ୍ରା । ହିଟଓ୍ବେଭ୍ ଅହର୍ନିସ ଲୋକଙ୍କୁ ଜାଳିବାରେ ଲାଗିଛି । ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଓ ପଶ୍ଚିମ ଭରତରେ ପାରଦ ୪୫ ଡିଗ୍ରୀ ପାର୍ କରିଛି । କିଛି ସ୍ଥାନରେ ତାପମାତ୍ରା ୪୮ଡିଗ୍ରୀ ପର୍ଯ୍ୟନ୍ତ ଛୁଇଁଛି। ସେପଟେ ଭୀଷଣ ଗ୍ରୀଷ୍ମପ୍ରବାହ ଯୋଗୁ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । କେନ୍ଦ୍ର ସ୍ବାସ୍ଥ୍ୟବିଭାଗର ରିପୋର୍ଟ ମୁତାବକ, ତାତି ଏପର୍ଯ୍ୟନ୍ତ ୫୪ଜଣଙ୍କ ଜୀବନ ନେଇଛି । ସେହିପରି ଶତାଧିକ ଅଂଶୁଘାତର ଶିକାର ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ବିଶେଷ କରି ବିହାର, ଝଡ଼ଖଣ୍ଡ, ଓଡ଼ିଶା, ରାଜସ୍ଥାନ ଓ ରାଜଧାନୀ ଦିଲ୍ଲୀରେ ମୃତ୍ୟୁ ସଂଖ୍ୟା ଅଧିକ। ବିହାରରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ସର୍ବାଧିକ । ଶେଷ ଖବର ସୁଦ୍ଧା ଏଠାରେ ୩୨ଜଣ ପ୍ରାଣ ହରାଇଛନ୍ତି । ଔରଙ୍ଗାବାଦରେ ୧୭ଜଣ, ଆରାରେ ୬ଜଣ, ଗୟା ଓ ରୋହତସରୁ ୩ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ସେହିପରି ବକ୍ସରରୁ ୨ଜଣ ଏବଂ ରାଜଧାନୀ ପାଟଣାରୁ ହିଟ୍ଷ୍ଟ୍ରୋକରେ ଜଣଙ୍କର ଜୀବନ ଯାଇଛି । ଏପଟେ ଓଡ଼ିଶାରେ ମଧ୍ୟ କଲବଲ କରୁଛି ତାତି । ଶୁକ୍ରବାର ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ପାର୍ କରିଛି । ତେଣୁ ଭୀଷଣ ଗ୍ରୀଷ୍ମପ୍ରବାହ ଯୋଗୁ ଅଂଶୁଘାତରେ ରାଉରକେଲାରୁ ୧୦ଜଣ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ରିପୋର୍ଟରୁ ଜଣାପଡ଼ିଛି । ସେହିପରି ଝାଡ଼ଖଣ୍ଡ ଏବଂ ରାଜସ୍ଥାନରୁ ୫ଜଣ ଲେଖାଏଁ ପ୍ରାଣ
ନୂଆଦିଲ୍ଲୀ: ଭାରତରେ ରେକର୍ଡ ଭାଙ୍ଗୁଛି ତାପମାତ୍ରା । ହିଟଓ୍ବେଭ୍ ଅହର୍ନିସ ଲୋକଙ୍କୁ ଜାଳିବାରେ ଲାଗିଛି । ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଓ ପଶ୍ଚିମ ଭରତରେ ପାରଦ ୪୫ ଡିଗ୍ରୀ ପାର୍ କରିଛି । କିଛି ସ୍ଥାନରେ ତାପମାତ୍ରା ୪୮ଡିଗ୍ରୀ ପର୍ଯ୍ୟନ୍ତ ଛୁଇଁଛି। ସେପଟେ ଭୀଷଣ ଗ୍ରୀଷ୍ମପ୍ରବାହ ଯୋଗୁ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । କେନ୍ଦ୍ର ସ୍ବାସ୍ଥ୍ୟବିଭାଗର ରିପୋର୍ଟ ମୁତାବକ, ତାତି ଏପର୍ଯ୍ୟନ୍ତ ୫୪ଜଣଙ୍କ ଜୀବନ ନେଇଛି । ସେହିପରି ଶତାଧିକ ଅଂଶୁଘାତର ଶିକାର ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ବିଶେଷ କରି ବିହାର, ଝଡ଼ଖଣ୍ଡ, ଓଡ଼ିଶା, ରାଜସ୍ଥାନ ଓ ରାଜଧାନୀ ଦିଲ୍ଲୀରେ ମୃତ୍ୟୁ ସଂଖ୍ୟା ଅଧିକ।
ବିହାରରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ସର୍ବାଧିକ । ଶେଷ ଖବର ସୁଦ୍ଧା ଏଠାରେ ୩୨ଜଣ ପ୍ରାଣ ହରାଇଛନ୍ତି । ଔରଙ୍ଗାବାଦରେ ୧୭ଜଣ, ଆରାରେ ୬ଜଣ, ଗୟା ଓ ରୋହତସରୁ ୩ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ସେହିପରି ବକ୍ସରରୁ ୨ଜଣ ଏବଂ ରାଜଧାନୀ ପାଟଣାରୁ ହିଟ୍ଷ୍ଟ୍ରୋକରେ ଜଣଙ୍କର ଜୀବନ ଯାଇଛି । ଏପଟେ ଓଡ଼ିଶାରେ ମଧ୍ୟ କଲବଲ କରୁଛି ତାତି । ଶୁକ୍ରବାର ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ପାର୍ କରିଛି । ତେଣୁ ଭୀଷଣ ଗ୍ରୀଷ୍ମପ୍ରବାହ ଯୋଗୁ ଅଂଶୁଘାତରେ ରାଉରକେଲାରୁ ୧୦ଜଣ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ରିପୋର୍ଟରୁ ଜଣାପଡ଼ିଛି । ସେହିପରି ଝାଡ଼ଖଣ୍ଡ ଏବଂ ରାଜସ୍ଥାନରୁ ୫ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ଅନ୍ୟପଟେ ଉତ୍ତରପ୍ରଦେଶରେ ହିଟ୍ଓ୍ବେଭରେ ଜଣ ବ୍ୟକ୍ତି ଆଖି ବୁଜିଛନ୍ତି ।
ଭାରତୀୟ ପାଣିପାଗ ରିପୋର୍ଟ ଅନୁଯାୟୀ, ଗୁରୁବାର ଦେଶରେ ତାତି ରେକର୍ଡ ଭାଙ୍ଗିଛି । ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ତାପମାତ୍ରା ୪୫ରୁ ୪୮ ଡିଗ୍ରୀ ପର୍ଯ୍ୟନ୍ତ ଛୁଇଁଛି । ଦିଲ୍ଲୀ, ରାଜସ୍ଥାନ, ହରିୟଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଓଡିଶା, ପୂର୍ବ ମଧ୍ୟପ୍ରଦେଶରେ ଭୀଷଣ ଗରମ ପାଇଁ ସତର୍କତା ଜାରି କରାଯାଇଛି । ଏହା ସହିତ ଏହି ସବୁ ଅଞ୍ଚଳରେ କାଳବୈଶାଖୀ ବର୍ଷା ନେଇ ପୂର୍ବାନୁମାନ କରିଛି ଆଇଏମଡି । ମେ’ ୩୧ରୁ ଜୁନ୍ ୨ ତାରିଖ ଯାଏ ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ରାଜଧାନୀ ଦିଲ୍ଲୀ ଓ ଉତ୍ତର ପ୍ରଦେଶର କିଛି ସ୍ଥାନରେ ଧୂଳିଝଡ଼ର ମଧ୍ୟ ଆଶଙ୍କା ରହିଛି ।