ଆରମ୍ଭ ହେଲା କବାଡ଼ି ପ୍ରମିୟର ଲିଗ୍‌: ସାମିଲ ହେଲେ ୧୨ ଦଳ

ସମ୍ବଲପୁର,୨୪ା୪(ବି.ଶଙ୍କର): ସମ୍ବଲପୁର କବାଡ଼ି କ୍ଲବ ଓ ସମ୍ବଲପୁର ବଏଜ ମିଳିତ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ସମ୍ବଲପୁର କବାଡ଼ି ପ୍ରିମିୟର ଲିଗ(ଏସ୍‌କେପିଏଲ) ଗୁରୁବାର ରାତିରେ ଗଙ୍ଗାଧର ମୁକ୍ତ ମଣ୍ଡପ ପଡିଆରେ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ମ୍ୟାଚ ମା’ ମାନସା ଆର୍ମି ଏବଂ ସମଲେଶ୍ୱରୀ ଷ୍ଟାଇକର୍ସ ମଧ୍ୟରେ ହୋଇଥିଲା। ଏଥିରେ ମନସା ଆର୍ମି ୪୨-୨୪ ପଏଣ୍ଟରେ ବିଜୟ ହାସଲ କରିଥିଲା । ରାଜେଶ ସେଟ୍‌, କାର୍ତ୍ତିକ ବାରିକ, ରମେଶ ବେରିହା, ଗୀତା କଂସାରି, ଆନନ୍ଦ ଚନ୍ଦ୍ର ପତି, ପ୍ରଶାନ୍ତ ସେଟ୍‌ […] The post ଆରମ୍ଭ ହେଲା କବାଡ଼ି ପ୍ରମିୟର ଲିଗ୍‌: ସାମିଲ ହେଲେ ୧୨ ଦଳ appeared first on Dharitri Odia News.

ଆରମ୍ଭ ହେଲା କବାଡ଼ି ପ୍ରମିୟର ଲିଗ୍‌: ସାମିଲ ହେଲେ ୧୨ ଦଳ

ସମ୍ବଲପୁର,୨୪ା୪(ବି.ଶଙ୍କର): ସମ୍ବଲପୁର କବାଡ଼ି କ୍ଲବ ଓ ସମ୍ବଲପୁର ବଏଜ ମିଳିତ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ସମ୍ବଲପୁର କବାଡ଼ି ପ୍ରିମିୟର ଲିଗ(ଏସ୍‌କେପିଏଲ) ଗୁରୁବାର ରାତିରେ ଗଙ୍ଗାଧର ମୁକ୍ତ ମଣ୍ଡପ ପଡିଆରେ ଉଦ୍‌ଘାଟିତ ହୋଇଯାଇଛି।

ଉଦ୍‌ଘାଟନୀ ମ୍ୟାଚ ମା’ ମାନସା ଆର୍ମି ଏବଂ ସମଲେଶ୍ୱରୀ ଷ୍ଟାଇକର୍ସ ମଧ୍ୟରେ ହୋଇଥିଲା। ଏଥିରେ ମନସା ଆର୍ମି ୪୨-୨୪ ପଏଣ୍ଟରେ ବିଜୟ ହାସଲ କରିଥିଲା । ରାଜେଶ ସେଟ୍‌, କାର୍ତ୍ତିକ ବାରିକ, ରମେଶ ବେରିହା, ଗୀତା କଂସାରି, ଆନନ୍ଦ ଚନ୍ଦ୍ର ପତି, ପ୍ରଶାନ୍ତ ସେଟ୍‌ ମ୍ୟାଚ ପରିଚାଳନା କରିଥିଲେ।

ସମ୍ବଲପୁର କବାଡି କ୍ଲବ ସଭାପତି ସିଦ୍ଧାର୍ଥ ସାହାଙ୍କ ପରିଚାଳନା ଓ ରାମଦାସ ପଣ୍ଡାଙ୍କ ସଂଯୋଜନାରେ ଉଦ୍‌ଘାଟନୀ ଉତ୍ସବ ହୋଇଥିଲା। ସମ୍ବଲପୁର ମହାନଗର ନିଗମର ଆୟୁକ୍ତ ବେଦ ଭୂଷଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ନାମେଣ୍ଟର ଶୁଭାରମ୍ଭ କରିଥିଲେ। ସମ୍ବଲପୁର ଜିଲା ଭାଜପା ସଭାପତି ଗିରିଶ ପଟେଲ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

ସମ୍ପାଦକ ଉମାପତି ତ୍ରିପାଠୀ ସୂଚନା ପ୍ରଦାନ କରିଥିବା ବେଳେ ଟୁର୍ନାମେଣ୍ଟ ଆୟୋଜନ କମିଟି ସଭାପତି ରବି ମୁଖି ଅତିଥି ସ୍ବାଗତ କରିଥିଲେ। ସେହିପରି ସମ୍ପାଦକ ଭଜନ ତରିଆ ମ୍ୟାଚ ବିଷୟରେ ସୂଚନା ଦେଇଥିଲେ।

ଚଳିତ ବର୍ଷ ପଶ୍ଚିମ ଓଡ଼ିଶାସ୍ତରୀୟ ଏହି ପ୍ରିମିୟର ଲିଗରେ ଗାନ୍ଧୀ ବୁଲସ, ମହାକାଲ ରାଇଡର୍ସ, ବୀର ତ୍ର୍ରିରଙ୍ଗା ବଏଜ, ପଶ୍ଚିମାଞ୍ଚଳ ପାନ୍ଥର୍ସ, ସମଲେଶ୍ୱରୀ ଷ୍ଟାଇକର୍ସ, ଅଞ୍ଜନୀ ପୁତ୍ର ହଣ୍ଟର୍ସ, ଅଯୋଧ୍ୟା ସରୋବର, ମାଁ ମନସା ଆର୍ମି, ବୁଢ଼ିମା ଟାଇଗର୍ସ, ଆମ୍ବେଦକର ଲାୟନ୍ସ, ଘଣ୍ଟେଶ୍ୱରୀ ୱାରିୟର୍ସ ଓ ମା’ ଘିକୁଣ୍ଡି ଯୋଦ୍ଧା ଦଳ ଭାଗ ନେଇଛନ୍ତି । ଖେଳଗୁଡ଼ିକୁ ସ୍ଥାନୀୟ ଅଫିସିଆଲ ପରିଚାଳନା କରିଥିଲେ।

ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲାର ୩ ଶହ କବାହି ଖେଳାଳି, କୋଚ, ମ୍ୟାନେଜର ଟୁର୍ନାମେଣ୍ଟରେ ସାମିଲ ହୋଇଛନ୍ତି। ମ୍ୟାଚଗୁଡ଼ିକ ପ୍ରତିଦିନ ଅପରାହ୍ନ ୪ଟାରୁ ଆରମ୍ଭ ହୋଇ ରାତି ୧୦ଟାରେ ଶେଷ କରିବାକୁ ସ୍ଥିର ହୋଇଛି । ଚଳିତମାସ ୨୭ ତାରିଖ ପ୍ରତିଯୋଗିତା ଉଦଯାପିତ ହେ। ଗୁରୁବାର ସକାଳ ୮ ଟାରେ ସମଲେଇଙ୍କଠାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ କବାଡି ଖେଳାଳିମାନେ ଶୋଭାଯାତ୍ରାରେ ବାହାରି କମାଲିବଜାର, ବଳିବନ୍ଧା, କୁଞ୍ଜେଲପଡା, ହାଟପଡ଼ା, ଦଳେଇପଡା ପରିକ୍ରମା କରି ଗଙ୍ଗାଧର ମଣ୍ଡପଠାରେ ପହଞ୍ଚତ୍ ଥିଲା । ବିମଳ ବରିହା, ଅବିନାଶ ମିତ୍ର, ଅବିନାଶ ବେହେରା, କବାଡି କ୍ଲବ ସଭ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

The post ଆରମ୍ଭ ହେଲା କବାଡ଼ି ପ୍ରମିୟର ଲିଗ୍‌: ସାମିଲ ହେଲେ ୧୨ ଦଳ appeared first on Dharitri Odia News.