ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ

ଆଠଗଡ଼ ୦୩।୦୪ : ନାତିର ଦେହ ଖରାପ ଶୁଣି ଘରୁ ବାହାରି ଆସିଥିଲେ ଅଜା-ଆଈ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା। କିଏ ଜାଣିଥିଲା ଅଧା ବାଟରେ ଜଗି ବସିଥିଲା ଯମ। ଅଜା-ଆଈ ଡାକ୍ତରଖାନାକୁ ତ ଆସିଲେ ସତ, ହେଲେ ଆଉ ଫେରିଲେନି । ଡାକ୍ତରଖାନାଠୁ ଅଳ୍ପ ଦୂରରେ ଦମ୍ପତିଙ୍କୁ ଧକ୍କା ଦେଲା ଟ୍ରକ୍। ନାତିକୁ ଦେଖିବା ଆଗରୁ ଗାଡି ଧକ୍କାରେ ଚାଲିଗଲା ଦୁହିଁଙ୍କ ଜୀବନ। ଏକା ସାଙ୍ଗରେ ଆଖି ବୁଜିଦେଲେ ସ୍ଵାମୀ-ସ୍ତ୍ରୀ। ବୁଧବାର ଭୋର ୫ଟାରେ ଢେଙ୍କାନାଳ ଜିଲ୍ଲା ସଦର ଥାନା ଚନ୍ଦ୍ରଶେଖରପ୍ରସାଦ ଗାଁର ଚଣିଆ ବାରିକ ସ୍ତ୍ରୀ କନ୍ତୋଲି ବାରିକ ନାତିର ଦେହ ଖରାପ ଶୁଣି ଆଠଗଡ଼ ଡାକ୍ତରଖାନାକୁ ଦେଖିବାକୁ ଆସୁଥିଲେ। ଆଠଗଡ଼ ଥାନା ପୁରୁଣା କଟକ ସମ୍ବଲପୁର ରାସ୍ତାର ପାରିଜାତ ହୋଟେଲ ନିକଟରେ ତାଙ୍କୁ ଏକ ଟ୍ରକ୍ ଧକ୍କା ଦେଇଥିଲେ । ଦୁର୍ଘଟଣା ଏତ ଭୟଙ୍କର ଥିଲେ ଯେ ତାଙ୍କ ଉପରେ ଚଢି ଯାଇଥିଲା ଟ୍ରକ । ସ୍ତ୍ରୀ କନ୍ତୋଲି ଛିଟିକି ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲେ। ସେପଟେ ଚଣିଆ ବାରିକଙ୍କୁ ଟ୍ରକ୍‌ଟି ଧକ୍କା ଦେଇ ପ୍ରାୟ ୧୦୦ ମିଟର ଘୋଷାଡ଼ି ନେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସ୍ୱାମୀ-ସ୍ତ୍ରୀଙ୍କର ମୃତ୍ୟୁ ହୋଇଯାଇଛି। ତେବେ  ଦୁର୍ଘଟଣା ଘଟାଇ ଫେରାର୍ ଟ୍ରକ୍‌ଟି  ହୋଇଯାଇଛି। ଖବର ପାଇ ଆଠଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୋଟର ସାଇକେଲକୁ ଜବତ କରିଛି। ଫେରାର୍ ଟ୍ରକ୍‌କୁ ଧରିବା ପାଇଁ ପୋଲିସ ଚେଷ୍ଟା ଚଳାଇଛି।    

ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ

ଆଠଗଡ଼ ୦୩।୦୪ : ନାତିର ଦେହ ଖରାପ ଶୁଣି ଘରୁ ବାହାରି ଆସିଥିଲେ ଅଜା-ଆଈ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା। କିଏ ଜାଣିଥିଲା ଅଧା ବାଟରେ ଜଗି ବସିଥିଲା ଯମ। ଅଜା-ଆଈ ଡାକ୍ତରଖାନାକୁ ତ ଆସିଲେ ସତ, ହେଲେ ଆଉ ଫେରିଲେନି । ଡାକ୍ତରଖାନାଠୁ ଅଳ୍ପ ଦୂରରେ ଦମ୍ପତିଙ୍କୁ ଧକ୍କା ଦେଲା ଟ୍ରକ୍। ନାତିକୁ ଦେଖିବା ଆଗରୁ ଗାଡି ଧକ୍କାରେ ଚାଲିଗଲା ଦୁହିଁଙ୍କ ଜୀବନ। ଏକା ସାଙ୍ଗରେ ଆଖି ବୁଜିଦେଲେ ସ୍ଵାମୀ-ସ୍ତ୍ରୀ। 

ବୁଧବାର ଭୋର ୫ଟାରେ ଢେଙ୍କାନାଳ ଜିଲ୍ଲା ସଦର ଥାନା ଚନ୍ଦ୍ରଶେଖରପ୍ରସାଦ ଗାଁର ଚଣିଆ ବାରିକ ସ୍ତ୍ରୀ କନ୍ତୋଲି ବାରିକ ନାତିର ଦେହ ଖରାପ ଶୁଣି ଆଠଗଡ଼ ଡାକ୍ତରଖାନାକୁ ଦେଖିବାକୁ ଆସୁଥିଲେ। ଆଠଗଡ଼ ଥାନା ପୁରୁଣା କଟକ ସମ୍ବଲପୁର ରାସ୍ତାର ପାରିଜାତ ହୋଟେଲ ନିକଟରେ ତାଙ୍କୁ ଏକ ଟ୍ରକ୍ ଧକ୍କା ଦେଇଥିଲେ । ଦୁର୍ଘଟଣା ଏତ ଭୟଙ୍କର ଥିଲେ ଯେ ତାଙ୍କ ଉପରେ ଚଢି ଯାଇଥିଲା ଟ୍ରକ । ସ୍ତ୍ରୀ କନ୍ତୋଲି ଛିଟିକି ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲେ। ସେପଟେ ଚଣିଆ ବାରିକଙ୍କୁ ଟ୍ରକ୍‌ଟି ଧକ୍କା ଦେଇ ପ୍ରାୟ ୧୦୦ ମିଟର ଘୋଷାଡ଼ି ନେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସ୍ୱାମୀ-ସ୍ତ୍ରୀଙ୍କର ମୃତ୍ୟୁ ହୋଇଯାଇଛି। 

ତେବେ  ଦୁର୍ଘଟଣା ଘଟାଇ ଫେରାର୍ ଟ୍ରକ୍‌ଟି  ହୋଇଯାଇଛି। ଖବର ପାଇ ଆଠଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୋଟର ସାଇକେଲକୁ ଜବତ କରିଛି। ଫେରାର୍ ଟ୍ରକ୍‌କୁ ଧରିବା ପାଇଁ ପୋଲିସ ଚେଷ୍ଟା ଚଳାଇଛି।